କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାନଜିଟ୍‌ ପରମିଟ ମିଳୁନି

ଜୁନାଗଡ଼,୨୮।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ ଓ ଆଟିଗାଁ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗତ ଏପ୍ରିଲ ମାସରେ ନିକଟସ୍ଥ କେଲିଆ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥିଲେ। ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଟ୍ରାନଜିଟ ପରମିଟ ମିଳୁ ନ ଥିବାରୁ କେନ୍ଦୁପତ୍ରକୁ ବିକ୍ରି କରି ପାରୁନାହାନ୍ତି। ଫଳରେ ସଂଗ୍ରହ କରାଯାଇଥିବା କେନ୍ଦୁପତ୍ର ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି। ଏହାକୁ ନେଇ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଓ ଆଟିଗାଁ ପଞ୍ଚାୟତ ମଧ୍ୟରେ କେଲିଆ ସଂରକ୍ଷିତ ଜଙ୍ଗଲ ରହିଛି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ସୀମା ମଧ୍ୟରେ ରହୁଥିବା ଜନଜାତି କିମ୍ବା ପାରମ୍ପରିକ ଜଙ୍ଗଲ ବାସିନ୍ଦାଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଅନୁମତି ଦିଆଯାଇଛି। ସେହି ଅନୁସାରେ କଳିଆକୁଣ୍ଡଲ ପଞ୍ଚାୟତ କେଲିଆ, ମୁଣ୍ଡିଗୁଡା ଓ ଆଟିଗାଁ ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ନିଜ ନିଜ ଗାଁରେ ଗ୍ରାମସଭା ଡାକିଥିଲେ। ଏହାପରେ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ଅନୁଯାୟୀ ୫୦ ଜଣ ମହିଳା,ପୁରୁଷ ଗତ ଏପ୍ରିଲ ଶେଷରୁ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥାନୀୟ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥିଲେ। ପରେ କେନ୍ଦୁପତ୍ରକୁ ଶୁଖାଇ ବିଡା ବାନ୍ଧି କେଲିଆ ଗ୍ରାମର ୨ଟି ଘରେ ଗଚ୍ଛିତ ରଖିଥିଲେ। ସେହି କେନ୍ଦୁପତ୍ରକୁ ସରକାର କିଣିବେ ବୋଲି ସେମାନେ ଆଶା ରଖିଥିବାବେଳେ ତାଙ୍କ ଆଶା ଏବେ ଆଶାରେ ରହିଯାଇଛି। କାରଣ ତାଙ୍କ ପାଖରେ ଟ୍ରାନଜିଟ୍‌ ପରମିଟ ନ ଥିବାରୁ ଏବେ ସେମାନେ କେନ୍ଦୁପତ୍ରକୁ ବିକ୍ରି କରିପାରୁନାହାନ୍ତି। ଏ ନେଇ ସେମାନେ ଜିଲା ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର),କଳାହାଣ୍ଡି ଜିଲାପାଳ, ଜୁନାଗଡ଼ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପିସିସିଏଫ୍‌, ବିଭାଗୀୟ ସଚିବ,ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମେ ଧାରଣା ଦେବୁ। ଜଙ୍ଗଲରୁ ସଂଗ୍ରହ କରିଥିବା କେନ୍ଦୁପତ୍ରକୁ ସେଠାରେ ପୋଡିଦେବାକୁ ବାଧ୍ୟ ହେବୁ ବୋଲି ସଂଗ୍ରହକାରୀମାନେ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲା ବନ ଖଣ୍ଡ ଅଧିକାରୀ(କେନ୍ଦୁପତ୍ର) ମଳୟ ଦାଶଙ୍କୁ ପଚାରିବାରୁ ଟ୍ରାନଜିଟ ପରମିଟ ଦେବାକୁ ମୋ ପାଖରେ କ୍ଷମତା ନାହିଁ କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ତେବେ ଟ୍ରାନଜିଟ୍‌ ପରମିଟ୍‌ କିଏ ପ୍ରଦାନ କରିବ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ। ଯାହାକୁ ନେଇ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ଚିନ୍ତା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri