ଶିବରାତ୍ରିରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ

ଭୁବନେଶ୍ୱର,୨।୩(ବ୍ୟୁରୋ):ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ସୋମବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ସୂଚନା ଦେଇଛନ୍ତି। ବୈଠକରେ ଲିଙ୍ଗରାଜ ଦେବଙ୍କ ବିଭିନ୍ନ ସେବାୟତ ଓ ନିଯୋଗ ବୃନ୍ଦ, ବିଏମ୍‌ସିର ପଦାଧିକାରୀ ଓ ଜିଲା ପ୍ରଶାସନ ଅଧିକାରୀମାନେ ଯୋଗଦେଇ ଜାଗର ଯାତ୍ରାର ପ୍ରସ୍ତୁତି, ମନ୍ଦିରକୁ ଭକ୍ତଙ୍କ ଯିବାର ଅନୁମତି ପ୍ରକ୍ରିୟା ନେଇ ଆଲୋଚନା ହୋଇଛି। କୋଭିଡ ନିୟମ ମାନି ଭକ୍ତମାନେ ମନ୍ଦିର ଭିତରକୁ ଯିବେ। ସେହିଭଳି କେବଳ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଭକ୍ତମାନେ ଠାକୁରଙ୍କୁ ଦେଖିପାରିବେ। ଅନ୍ୟପଟେ ୧୨ ବର୍ଷରୁ କମ୍‌ ଓ ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଏପରିକି ଏହି ନିୟମ ସେବାୟତଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ମଧ୍ୟ ଲାଗୁ ରହିବ। କିନ୍ତୁ ସେବାୟତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବୟସସୀମା ଲାଗୁ ହେବ ନାହିଁ।
କୋଭିଡ୍‌ ନିୟମକୁ କଡ଼ାକଡ଼ି କରିବା ପାଇଁ ବାହାରୁ ସାମାଜିକ ଦୂରତ୍ୱ ରକ୍ଷା କରି ଏକାଥରକେ ନିର୍ଦ୍ଦିଷ୍ଟ ସଂଖ୍ୟାର ଭକ୍ତଙ୍କୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯିବ। ଯିବା ପୂର୍ବରୁ ବାହାରେ ସ୍କ୍ରିନିଂ କରାଯିବା ସହ ସନ୍ଦେହ ହେଲେ ଟେଷ୍ଟିଂ କରାଯିବ। ଏଥିପାଇଁ ମନ୍ଦିର ନିକଟରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ସ୍ବତନ୍ତ୍ର କ୍ୟାମ୍ପ କରାଯିବ। ସନ୍ଦିଗ୍ଧ ଭକ୍ତଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବ। ପଜିଟିଭ ଚିହ୍ନଟ ହେଲେ ମନ୍ଦିରକୁ ଛଡ଼ା ନ ଯାଇ ଅବସ୍ଥା ଅନୁସାରେ ପଦକ୍ଷେପ ନିଆଯିବ। ଅତ୍ୟଧିକ ଜନଗହଳି ଏବଂ ନିୟମର ଉଲ୍ଲଂଘନ କଲେ ନାଗରିକଙ୍କ ପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବ। ବଡୁନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ ଏବଂ ସାମର୍ଥା ନିଯୋଗ ତଥା ଅନ୍ୟାନ୍ୟ ସେବାୟତଙ୍କ ତରଫରୁ ସହଯୋଗ ପାଇଁ କୁହାଯାଇଛି। ବୈଠକରେ ବଡୁନିଯୋଗର କମଳାକାନ୍ତ ବଡୁ, ସାମର୍ଥା ନିଯୋଗର ରାଜେନ୍ଦ୍ର ସାମର୍ଥା ଏବଂ ବ୍ରାହ୍ମଣ ନିଯୋଗର ବିରଞ୍ଚତ୍ ପତି ଏବଂ ପୂଜା ପଣ୍ଡା ନିଯୋଗର ଶଶିକାନ୍ତ ପୂଜା ପଣ୍ଡା ପ୍ରମୁଖ ଶୃଙ୍ଖଳାଗତ ଜାଗରଯାତ୍ରା କରିବା ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି। ଅତିରିକ୍ତ କମିଶନର ବିଏମ୍‌ସି ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ଭୁବନେଶ୍ୱର ପ୍ରଫୁଲ୍ଲ ସ୍ବାଇଁ, ଉପଜିଲାପାଳ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଲଜିତ ଦାସ ବୈଠକ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri