ଉନ୍ନୟନ କାର୍ଯ୍ୟ ପ୍ରଭାବିତ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୩ା୯: ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୮ଟି ରାଜସ୍ବ ଗ୍ରାମକୁ ନେଇ ୧୯୬୦ ମସିହା ଜୁଲାଇ ୧୨ ରେ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ଜନସଂଖ୍ୟା ଏବଂ କାର୍ଯ୍ୟକାରିତାର ବୃଦ୍ଧିକୁ ନେଇ ସରକାରଙ୍କ ପୁନଃ ଚିଠି ଅନୁଯାୟୀ ଖୋର୍ଦ୍ଧା ଏନ୍‌ଏସିର ୨୨ଟି ଓ୍ବାର୍ଡକୁ ନେଇ ୨୦୦୦ ମସିହାରେ ପୌର ପରିଷଦର ମାନ୍ୟତା ମିଳିଥିଲା। ଇତି ମଧ୍ୟରେ ଖୋର୍ଦ୍ଧା ପୌର ପରିଷଦ ୬୩ ବର୍ଷରେ ପଦାର୍ପଣ କରିଛି। ରାଜଧାନୀ ଜିଲା ଖୋର୍ଦ୍ଧା ସଦର ମହାକୁମା ଭୁବନେଶ୍ୱର ଠାରୁ ୩୦କିମି ଦୂରରେ ଅବସ୍ଥିତ। କଳା, ସଂସ୍କୃତି, ଭାସ୍କର୍ଯ୍ୟ, ପ୍ରାଚୀନ କୀର୍ତ୍ତିରାଜୀ, ଐତିହ୍ୟରେ ଭରପୁର ଖୋର୍ଦ୍ଧା। ତଥାପି ଦୀପ ତଳ ଅନ୍ଧାର ଭଳି ଖୋର୍ଦ୍ଧା ସହରର ଉନ୍ନୟନ କାର୍ଯ୍ୟର ବିକାଶ ହୋଇପାରୁ ନାହିଁ। ଏନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁଇ ବିଧାୟକଙ୍କ ମଧ୍ୟରେ କ୍ଷମତା ଲାଲସାକୁ ନେଇ ଚାଲିଥିବା ଛକାପଞ୍ଝା ମଧ୍ୟରେ ଖୋର୍ଦ୍ଧା ସହରର ବିକାଶ ବାଧକ ସାଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ପାଇକ ବୀରଙ୍କ ପାଇଁ ଏ ମାଟିର ଗୌରବ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ପାଇକ ଏକାଡେମୀ ପ୍ରତିଷ୍ଠା ହୋଇପାରିଲା ନାହିଁ। ୧୮୧୭ର ପାଇକ ବିଦ୍ରୋହ ଓଡ଼ିଶା ତଥା ଜାତୀୟ ସ୍ତରରେ ଇତିହାସରେ ଲିପିବଦ୍ଧ ହୋଇରହିଛି। ଏହି ଐତିହାସିକ ସଂଗ୍ରାମର ଶୌର୍ଯ୍ୟ, ବିକ୍ରମ ଓ ତ୍ୟାଗର ଏକ ଗୌରବମୟ ଗାରିମା ରହିଛି। ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ ବର୍ଷ ବିତିଲାଣି। ହେଲେ ଇଟାଖଣ୍ଡ ପଡିପାରିଲା ନାହିଁ। ଗଡ଼ଖୋର୍ଦ୍ଧା ଏବଂ ଏହାର ସଲଗ୍ନ ପାର୍ଶ୍ୱରେ ରହିଥିବା ଐତିହ୍ୟ ମଠ, ମନ୍ଦିର, ପୋଖରୀ ବିପର୍ଯ୍ୟସ୍ତ ହୋଇ ରହିଛି। ଓଡ଼ିଶା ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହେଉଛି ବରୁଣେଇ ପୀଠ। ମା ବରୁଣେଇ ଓ କରୁଣେଇଙ୍କ ମହିମା ଏବଂ ପାହାଡ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଗର। ପାହାଡ ଉପରେ ସୀତାକୁଣ୍ଡ, ଗୁମ୍ଫା ଏବଂ ବୌଦ୍ଧ କୀର୍ତ୍ତିିରାଜୀର ଦୁଇହାଜର ବର୍ଷ ତଳର ଶୀଳଲେଖା ରହିଥିବା ଗବେଷକ ମାନେ ମତପ୍ରକାଶ କରିଛନ୍ତି॥ ପାହାଡ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦେଖାଯାଏ ବୋଲି ବିଶ୍ୱାସ ରହିଛି। ତେବେ ଏହା ଉପରକୁ ଯିବା ପାଇଁ କୌଣସି ଚଲା ରାସ୍ତା ନିର୍ମାଣ କରାଯାଇନାହିଁ। ପ୍ରସ୍ତାବିତ ରୋପଓ୍ବେ ପ୍ରସ୍ତାବରେ ଅଟକି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡଖୋର୍ଦ୍ଧା ସ୍ଥିତ କୁଞ୍ଜବିହାରୀ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ଖୋର୍ଦ୍ଧା ସ୍ଥିତ ବିଜେବି ହାଇସ୍କୁଲ ଆସନ୍ତା ବର୍ଷ ୧୨୫ବର୍ଷରେ ପଦାର୍ପଣ କରିବ। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟ ସ୍ତରୀୟ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ବିଦ୍ୟାଳୟର ଖେଳପଡିଆ ଏକ ଘରୋଇ କ୍ରୀଡାନୁଷ୍ଠାନ ହାତରେ ରହିଛି। ସେହିପରି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବି ସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜିଲା ମୁଖ୍ୟଚିକିତ୍ସାଳୟରେ ଭୂତ୍ତିଭୂମି ଓ ଆବଶ୍ୟକ ଡାକ୍ତର ଅଭାବରୁ ରୋଗୀ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି। ଜିଲାର ବହୁ ମୂଲ୍ୟବାନ ଲଘୁଖଣିଜ ସମ୍ପଦ ମାଫିଆଙ୍କ ଦ୍ୱାରା ହରିଲୁଟ ଚାଲିଛି। ଖୋର୍ଦ୍ଧାର ବିକାଶରେ ଅନ୍ୟତମ ବାଧକ ହେଉଛି ଉଠାଦୋକାନ ଏବଂ କ୍ୟାବିନ। ଉଠାଦୋକାନୀଙ୍କୁ ଥଇଥାନ ଲାଗି ଦୀର୍ଘ ବର୍ଷ ଧରି ଚାଲିଥିବା ସମସ୍ୟା ସମାଧାନ ହୋଇପାରୁନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଖୋର୍ଦ୍ଧା ସହରର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଖୋର୍ଦ୍ଧା ସହରକୁ ଏକ ସବୁଜ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ଚେଷ୍ଟା ଜାରି ରହିଛି। ସହର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଯୋଜନାରେ ସହରର ଦ୍ରୁତ ବିକାଶ ଘଟିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri