ଅପ୍‌ଡେଟ ହେଲା ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ୱେବ୍‌ସାଇଟ

ନୂଆପଡ଼ା ଅଫିସ,୧୭।୧୦: ଜିଲା ସୂଚନା ବିଜ୍ଞାନକେନ୍ଦ୍ରର ୱେବସାଇଟ ବର୍ଷ ବର୍ଷ ଧରି ଅପଡେଟ ନ ହେବା ସହିତ ଅନେକ ଭୂଲ ତଥ୍ୟ ଦିଆଯାଉଥିଲା। ଏ ସମ୍ପର୍କିତ ଖବର ଗତ ୧୨ ତାରିଖରେ ଧରିତ୍ରୀ ଖବର କାଗଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇଲା ପରେ ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ତଥା ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଇ ୱେବସାଇଟକୁ ଅପଡେଟ କରିଛନ୍ତି। ଏହି ୱବସାଇଟରେ ଜିଲାସ୍ତରର ସବୁ ବିଭାଗର ଅଧିକାରୀ, ବ୍ଲକସ୍ତରର ଅଧିକାରୀଙ୍କ ନାମ, ଫୋନ ନମ୍ବର, ଠିକଣା ଉଲ୍ଲେଖ ରହିଥିଲା। ବର୍ତ୍ତମାନ ସବୁକୁ କାଟି ଦିଆଯାଇ କେବଳ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ପିଡି ଡିଆରଡିଏ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ବନ୍ୟଜନ୍ତୁ ବିଭାଗ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ ଅଧିକାରୀ, ୫ଟି ତହସିଲଦାର ମୋଟ ୧୩ ଜଣଙ୍କ ନାମ ୱେବସାଇଟରେ ଉଲ୍ଲେଖ ରହିଛି। ବାକି ସବୁ କାଟି ଦିଆଯାଇଛି। ଜିଲାରୁ ବ୍ଲକସ୍ତରରେ ଅଧିକ କାର୍ଯ୍ୟ ପଡିଥାଏ। ତେଣୁ ବିଡିଓମାନଙ୍କ ନାମ ନ କାଟି ଏହି ୱେବସାଇଟରେ ରଖାଗଲେ ଲୋକେ ସହଜରେ ଜାଣି ପାରନ୍ତେ। ଗଣମାଧ୍ୟମ ଭୂମିକା ସମାଜରେ ଯାହା ହେବା କଥା ଧରିତ୍ରୀ ଖବର କାଗଜ ନିରପେକ୍ଷ ଭାବେ ତାହାକୁ ତୁଲାଇଛି। ଆଗାମୀ ଦିନରେ ଜିଲାର ଅନେକ ସମସ୍ୟା ବିଷୟରେ ଖବର ପ୍ରକାଶ କରିବ ବୋଲି ଆମେ ଆଶା କରିଛୁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ପଡ଼ି ଚାଲିଗଲା ଜୀବନ

ମୋରଡ଼ା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଘାସିଡିହି ସୁବର୍ଣ୍ଣରେଖା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

କରୋନା ପାଇଁ ସତର୍କ ପ୍ରଶାସନ

ଢେଙ୍କାନାଳ ଅଫିସ, ୧୮।୩ – କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ପ୍ରତିହତ କରିବାକୁ ସତର୍କ ହୋଇଉଠିଛି ଢେଙ୍କାନାଳ...

ଘରୁ ଡାକି ନେଇ ପିଟିପିଟି ମାରିଦେଲେ

କେନ୍ଦୁଝର,୨୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଚାରିଜଣ ଯୁବକ...

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ହାଇଓ୍ବା

ଜୟପୁର,୮ା୩: କୋରାପୁଟ ଜିଲା ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣା...

କରୋନା ଲାଗି ଢେଙ୍କାନାଳରେ ୧୪୪ ଧାରା: ସାଇନ୍ସ ପାର୍କ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଢେଙ୍କାନାଳ ଅଫିସ ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସୋମବାର ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜିଲା...

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ

ଭବାନୀପାଟଣା/କେସିଙ୍ଗା,୧୨।୬(ଡି.ଏନ.ଏ.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଆସିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ଉତ୍କେଲା ଏୟାର...

ବାଉଁଶ କାଟିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋରୁକୋଣ୍ଡା,୨୭ା୭(ଡି.ଏନ୍‌.ଏ.): ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫)...

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ପୁରୁଷୋତ୍ତମପୁରଠାରେ ଗୁରୁବାର କୋଭିଡ୍‌ କଟକଣାରେ ଆରମ୍ଭ ହୋଇଛି। ଏଠାରେ ଥିବା ତିନୋଟି ଦଣ୍ଡ ଯାତ୍ରା...

Advertisement
Archives

Model This Week