ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ

ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ବ୍ୟୟ ବରାଦ ସହିତ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ହେଲେ ସେହି କାମର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ କାମ ଦୀର୍ଘଦିନ ପରେ ବି ଆରମ୍ଭ ହୋଇ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କଣ୍ଟିଲୋ ଶ୍ରୀନୀଳମାଧବ ପୀଠ। ଏହାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୨୦୦୧ ଜାନୁୟାରୀ ୧୫ରେ ମୁଖ୍ୟମନ୍ତ୍ରୀ ବିଂଶତମ ସର୍କଲସ୍ତରୀୟ ଶିଶୁ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ କହିଥିଲେ। ଏହାର ୨୨ ବର୍ଷ ପରେ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସମ୍ପ୍ରତି ନୀଳମାଧବଙ୍କ ଚନ୍ଦନ ପୋଖରୀ, ଦୟଣାଚୋରୀ ବଗିଚା ଏବଂ ନୀଳମାଧବ ଜୀଉଙ୍କ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱ ପାବଚ୍ଛ କାମ ଚାଲୁ ରହିଛି। ପରିତାପର ବିଷୟ ବିପୁଳ ପରିମାଣର ଅର୍ଥ ମଞ୍ଜୁର ସତ୍ତ୍ୱେ କେଉଁ କାମରେ କେତେ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ କ’ଣ କାମ ହେବ ଓ କିପରି ହେବ ତାହା ସୂଚନା ଫଳକରେ ସାର୍ବଜନୀନ କରାଯାଉନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଉ ନାହିଁ। ମନ୍ଦିର ପାବଚ୍ଛ ନବୀକରଣ ପାଇଁ ପୁରୁଣା ପଥର ତଥା ପାହାଡ଼କୁ ତଡାଯାଇ ସେସବୁ ପଥରକୁ ଅନ୍ୟତ୍ର କାମରେ ବିନିଯୋଗ କରାଯାଉଛି। କାମ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ନିମ୍ନମାନର କାମ ଯୋଗୁ ଗତ ୭ ଦିନ ତଳେ ସ୍ଥାନୀୟ ଲୋକେ ଓ ସମିତି ସଭ୍ୟ କାମ ବନ୍ଦ କରିଥିବା ବେଳେ ବିନା ସୂଚନା ଫଳକରେ କାମ ନ କରିବାକୁ କହିଥିଲେ। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଜେସିବ, ଟ୍ରାକ୍ଟର ଓ ଅନ୍ୟାନ୍ୟ ମେଶିନ ଲଗାଯାଇ ରାତି, ଦିନ ଚନ୍ଦନ ପୋଖରୀ କାମ ଚାଲିଛି। ଆସନ୍ତା ଏପ୍ରିଲ ୨୩ ଅକ୍ଷୟ ତୃତୀୟାରେ କାମ ସମ୍ପନ୍ନ ନ ହେଲେ ଠାକୁରଙ୍କ ପବିତ୍ର ଚନ୍ଦନ ଯାତ୍ରା ଓ ଚନ୍ଦନ ଚାପ ନୀତି ହେବା ଅସମ୍ଭବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ଖଣ୍ଡପଡା ଓକିଲ ସଂଘର ସମ୍ପାଦକ ବିକ୍ରମ କେଶରୀ ଦେଓ କୁହନ୍ତି, ଗତ ୪ବର୍ଷ ମଧ୍ୟରେ ସମଗ୍ର ଖଣ୍ଡପଡ଼ା ଅଞ୍ଚଳରେ ସେଭଳି କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାମ ହୋଇ ନାହିଁ। ବିଶ୍ୱବିଖ୍ୟାତ ଜ୍ୟୋର୍ତିବିଦ୍‌ ପଠାଣି ସାମନ୍ତଙ୍କ ଜନ୍ମଭୂମିର ସାମଗ୍ରିକ ବିକାଶରେ ଲୋକପ୍ରତିନିଧିମାନଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି। ଦୁର୍ବଳ ନେତୃତ୍ୱ ଓ ପ୍ରଶାସନିକ ସ୍ଥାଣୁତା ଅଞ୍ଚଳର ବିକାଶରେ ବାଧକ ସାଜିଛି। ସେହିପରି ଖଣ୍ଡପଡ଼ା ଅଞ୍ଚଳରେ ଅନେକ ନୂତନ ପ୍ରକଳ୍ପ ପାଇଁ ଗତ ୪ ବର୍ଷ ତଳେ ଛତୁ ଫୁଟିଲା ପରି ଶିଳାନ୍ୟାସ କରାଯାଇଥିଲା। ସମସ୍ତ ପ୍ରକଳ୍ପ ନିମନ୍ତେ ଅନୁଦାନ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ନ ହୋଇ ଏବେ ପଡ଼ି ରହିଛି। ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀଟି ସମୟାନୁକ୍ରମେ ରକ୍ଷାଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ବେଳେ ସୁନାମୁହିଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ନିମନ୍ତେ ମଞ୍ଜୁର ୩ କୋଟି ଟଙ୍କାର ଅନୁଦାନ ଅର୍ଥ ବିନିଯୋଗ ନ ହୋଇ ପଡ଼ି ରହିଛି। ଅଞ୍ଚଳବାସୀଙ୍କ ବିଦ୍ୟୁତ୍‌ ସମସ୍ୟା ଦୂର ନିମନ୍ତେ ୫୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା, ବିଜ୍ଞାନ ପାର୍କ ନିର୍ମାଣ କାମ ଗତ ୫ବର୍ଷ ଧରି ଶିଳାନ୍ୟାସ ଫଳକରେ ସୀମିତ ରହିବା, ବନମାଳୀପୁରସ୍ଥିତ ବିମାନ ଅବତରଣ ପଡ଼ିଆର ସୁରକ୍ଷା ପରିବର୍ତ୍ତେ ଉକ୍ତ ପଡ଼ିଆକୁ ମେଗା ପାନୀୟଜଳ ପ୍ରକଳ୍ପକୁ ହସ୍ତାନ୍ତର କରାଯିବା, ଖଣ୍ଡପଡ଼ାକୁ ସବ୍‌ଡ଼ିଭିଜନର ମାନ୍ୟତା, ସିଧାମୂଳାଠାରେ ଫାଣ୍ଡି ପ୍ରତିଷ୍ଠା ଓ କଣ୍ଟିଲୋ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କରିବା ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଥିବା ଦେଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri