ପାହାଡ଼ ଶୀର୍ଷକୁ ଚଢ଼ିପାରୁନି ବିକାଶ

ଭୁବନେଶ୍ୱର,୭।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ରହିଥିବା ଛୁଟି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ବିଶେଷକରି ଛୁଟି ଦିନରେ କାର୍ଯ୍ୟ କରିବାକୁ ବିରୋଧ କରି ଶିକ୍ଷକମାନେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ସରକାର ଶିକ୍ଷକଙ୍କ ଅଧିକାରକୁ ଛଡାଇ ନେଉଥିବାରୁ ସେମାନେ ଆଇନର ଆଶ୍ରୟ ନେବେ ବୋଲି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି। ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ସରକାରୀ କର୍ମଚାରୀଙ୍କ ଛୁଟି ନିର୍ଦ୍ଧାରଣ କରାଯାଇଛି। ବିଭିନ୍ନ ବିଭାଗ କର୍ମଚାରୀଙ୍କ ଛୁଟି ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରୁଛନ୍ତି। ଏହି ଆଧାରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରାୟତଃ ସମାନ ଛୁଟି ମିଳିଥାଏ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ଶିକ୍ଷୟିତ୍ରୀଶିକ୍ଷକ ସେମାନଙ୍କ ଛୁଟି ଅଧିକାରରୁ ସବୁବେଳେ ବଞ୍ଚତ୍ତ ହେଉଛନ୍ତି। ଛୁଟି ଦିନରେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅବକାଶକାଳୀନ ଶିକ୍ଷା ଦେବାଠାରୁ ଆରମ୍ଭ କରି ଆଇରନ ବଟିକା ବାଣ୍ଟିବା, ବହି ବାଣ୍ଟିବା, ବିଭିନ୍ନ ପ୍ରକାର ସର୍ଭେ, ଟ୍ରେନିଂ ଆଦି ବିଭିନ୍ନ କାର୍ଯ୍ୟ କରିବାକୁ ପଡୁଛି। ଛୁଟିରେ ବିଭିନ୍ନ କାର୍ଯ୍ୟଭାର ଲଦିଦେଇ ସରକାର ମାନବିକ ଅଧିକାର ଆଇନକୁ ଉଲ୍ଲଂଘନ କରୁଛନ୍ତି। ଯଦି ଜିଲାର ଶିକ୍ଷାଧିକାରୀମାନେ ଏଥିରୁ ନିବୃତ୍ତ ନ ହୁଅନ୍ତି, ତେବେ ସଂଘ ଆଇନ ଓ ମାନବାଧିକାର କମିଶନରଙ୍କ ଆଶ୍ରୟ ନେବ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି। ସଂଘର ଅଭିଯୋଗ ଅନୁସାରେ, ଗଣଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ ୮୨ଦିନ ଛୁଟି ପ୍ରଦାନ କରିଛି। ଖରା ଛୁଟି ୩୮, ପାଳନ ହେଉଥିବା ୮ଟି ଦିବସ ଓ ଅବଶିଷ୍ଟ ସାପ୍ତାହିକ ଛୁଟି (ରବିବାର) ରହିଛି। ତେବେ ରବିବାରରେ ବିଭିନ୍ନ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ଶିକ୍ଷୟିତ୍ରୀଶିକ୍ଷକଙ୍କ ଛୁଟି ବାତିଲ କରାଯାଉଛି। ସେହିପରି ଖରା ଛୁଟିରେ ମଧ୍ୟ ଶିକ୍ଷୟିତ୍ରୀଶିକ୍ଷକ ରୋଷ୍ଟର ଡ୍ୟୁଟି କରୁଛନ୍ତି। ବର୍ତ୍ତମାନ ମେ ୫ରୁ ଖରାଛୁଟି ହେବା ସତ୍ତ୍ୱେ କିଛି ଜିଲାର ଜିଲା ଶିକ୍ଷା ଅଧିକାରୀ ଫିଜିକାଲ ରିମେଡିଆଲ କ୍ଲାସ୍‌ କରିବାକୁ ଚିଠି କରିଛନ୍ତି। ସେହିପରି କିଛି ଜିଲାର ଶିକ୍ଷାଧିକାରୀ ବିଭିନ୍ନ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଓ ଭର୍ଚୁଆଲ୍‌ରେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। କୌଣସି ଶିକ୍ଷୟିତ୍ରୀଶିକ୍ଷକ ହେଡ୍‌କ୍ୱାର୍ଟର ଛାଡିପାରିବେ ନାହିଁ ବୋଲି ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସଂଘ ସମ୍ପାଦକ ଅମରେନ୍ଦ୍ର ସ୍ବାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ପଞ୍ଚାନନ ଜେନା, ମିଡିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଏବଂ ଆବାହକ ନିରୋଦ ରଥ ପ୍ରମୁଖ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri