ବିକାଶର ସଂଘ

ଡଜୋମାର୍ଟ ଓଟୋର୍ବାଏଭ

୧୯୯୩ରେ ମୁଁ ପ୍ରଥମେ ତୁର୍କୀ ଯାଇଥିଲି ଓ ସେହି ସ୍ମୃତି ଏବେ ବି ଜୀବନ୍ତ ରହିଛି। ସୋଭିଏଟ ରୁଷିଆ ପତନର ଦୁଇବର୍ଷ ପୂର୍ବରୁ କାର୍ଜିକମାନେ ବିଶ୍ୱର ବିଭିନ୍ନ ଦେଶ ସହିତ ସମ୍ପର୍କ ରକ୍ଷା କରିବା ସହ ଆର୍ଥିକ ଦୃଷ୍ଟି କୋଣରୁ ଲାଭବାନ ହେଉଥିଲା। ପଶ୍ଚିମରେ ସବୁ ଦେଶରେ କେଉଁଠି ନା କେଉଁଠି ତୁର୍କୀର ଲୋକ ରହିଥିଲେ। ରୁଷିଆର ପତନ ପରେ ଆମେ ସେମାନଙ୍କ ସହ ସମ୍ପର୍କ ରକ୍ଷା କରିପାରି ନ ଥିଲୁ ଓ ସେମାନେ ମଧ୍ୟ ଆମ ସହ ସେଭଳି ଭାବଗତ ସମ୍ପର୍କ ରକ୍ଷା କରିପାରି ନ ଥିଲେ॥ କିର୍‌ଜିକସ୍ତାନ ଏବଂ ପୂର୍ବରୁ ସୋଭିଏଟ୍‌ ଅଧୀନରେ ଥିବା କେନ୍ଦ୍ର ଏସୀୟ ରିପବ୍ଲିକ୍‌ଗୁଡ଼ିର ସ୍ବାଧୀନତାକୁ ସ୍ବୀକୃତି ଦେବାରେ ତୁର୍କୀ ଥିଲା ପ୍ରଥମ ଦେଶ। ମୁଁ ଇସ୍ତାନବୁଲ୍‌ର ଆଟାତୁର୍କ ବିମାନବନ୍ଦରରେ ଯେତେବେଳେ ପହଞ୍ଚିଲି ସେଠାରେ ତୁର୍କୀର ସାଧାରଣ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କ ସହ କଥା ହେବା ଲାଗି ଚେଷ୍ଟା କଲି। ଦୁଃଖର କଥା, ଆମେ ପରସ୍ପରଙ୍କୁ ବୁଝିପାରିଲୁ ନାହିଁ। ଆମମାନଙ୍କ ଭାଷାରେ ବହୁ ସାମଞ୍ଜସ୍ୟ ଥିଲେ ମଧ୍ୟ ଉଚ୍ଚାରଣରେ ପ୍ରଭେଦ ରହିଥିଲା। ପାର୍ସି, ଆରବିକ୍‌ ଏବଂ ଲାଟିନ୍‌ ଭାଷାର ବହୁ ଶବ୍ଦ ସହ ଆଧୁନିକ ତୁର୍କିସ୍‌ ଅଭ୍ୟସ୍ତ ହୋଇଯାଇଥିବାରୁ ମୁଁ ଭେଟିଥିବା ଲୋକମାନଙ୍କ ସହ ଠିକ୍‌ ଭାବେ କଥା ହୋଇପାରିଲି ନାହିଁ। ଆମମାନଙ୍କ ମଧ୍ୟରେ ଏକ ସମ୍ମିଳିତ ତଥା ଭାଗୀଦାରି ସଂସ୍କୃତି ଏବଂ ପରମ୍ପରା ରହିଛି। ହେଲେ ଇତିହାସ ତୁର୍କିସ୍‌ଙ୍କୁ ଭୌଗୋଳିକ ଓ ଭାଷାଗତ ଦୃଷ୍ଟି କୋଣରୁ ଅଲଗା କରିଦେଇଛି। କେବଳ ଏତିକି ନୁହେଁ,ଆମ ସ୍ବାଭାବିକ ଜୀବନ ଓ ପ୍ରକୃତିକୁ ମଧ୍ୟ ଭିନ୍ନ କରିଦେଇଛି। ପୂର୍ବରୁ ସୋଭିଏଟ୍‌ ଅଧୀନରେ ଥିବା ତୁର୍କିକ୍‌ ବା (ତୁର୍କିସ୍‌ ଭାଷାଭାଷୀ ଲୋକେ ରହୁଥିବା ଦେଶ)ଦେଶଗୁଡ଼ିକ ସ୍ବାଧୀନତା ପାଇବା ପରଠୁ ୩୦ ବର୍ଷ ମଧ୍ୟରେ ଧୀରେ ଧୀରେ ସାଂସ୍କୃତିକ ସମନ୍ବୟ ଘଟିଆସିଛି ଓ ସେମାନଙ୍କ ପ୍ରମୁଖ କ୍ଷମତା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ନଭେମ୍ବରରେ ଇସ୍ତାନବୁଲରେ ଅନୁଷ୍ଠିତ ଏକ ସମ୍ମିଳନୀ ଏହାର ଏକ ଦୃଷ୍ଟାନ୍ତ। ଏଠାରେ କୋଅପରେଶନ କାଉନ୍‌ସିଲ ଅଫ୍‌ ତୁର୍କିସ୍‌ ସ୍ପିକିଙ୍ଗ ଷ୍ଟେଟ୍ସର ୭ ସଦସ୍ୟ ରାଷ୍ଟ୍ର ଆଜରବୈଜାନ, କାଜାଖସ୍ତାନ, କିର୍‌ଜିକ୍‌ସ୍ତାନ, ତୁର୍କୀ , ଉଜ୍‌ବେକିସ୍ତାନ , ହଙ୍ଗେରି ଏବଂ ତୁର୍କମେନିସ୍ତାନ ଯୋଗ ଦେଇଥିଲେ ଏବଂ ସେମାନଙ୍କ ସଂଗଠନର ନୂଆ ନାମକରଣ କରି ଅର୍ଗାନାଇଜେଶନ ଅଫ୍‌ ତୁର୍କିକ୍‌ ଷ୍ଟେଟ୍ସ (ଓଟିଏସ୍‌)ରଖିଥିଲେ। ଓଟିଏସ୍‌ର ସୀମା ହଙ୍ଗେରିଠାରୁ କିରଜିକସ୍ତାନ ପର୍ଯ୍ୟନ୍ତ ୬,୧୪୯ କି.ମି. ବ୍ୟାପ୍ତ। ଏହି ଦେଶଗୁଡ଼ିକର ଲୋକସଂଖ୍ୟା ୧୭୦ (୧୭ମିଲିୟନ (କୋଟି) ରୁ ଅଧିକ ଏବଂ ଏଗୁଡ଼ିକର ମୋଟ ଜିଡିପି୧.୩ ଟ୍ରିଲିୟନ ଡଲାରରୁ ଊର୍ଦ୍ଧ୍ୱ। ଇସ୍ତାନବୁଲ୍‌ରେ ସମବେତ ନେତୃବର୍ଗ ଘୋଷଣା କରିଥିଲେ ଯେ, ଦୃଢ ଭିତ୍ତିଭୂମି, ନିବିଡ଼ ସମ୍ପର୍କ, ଭାଇଚାରା ଏବଂ ରାଜନୈତିକ ଏକତା ଆଧାରରେ ଗଠିତ ଏହି ମେଣ୍ଟ ବା ସଂଘ ଅର୍ଥନୈତିକ ବିକାଶରେ ସହଯୋଗ କରିବା ସହ ବାଣିଜ୍ୟ ଓ ନିବେଶକୁ ମାର୍ଗଦର୍ଶନ କରିବ। ଏହି ଦେଶଗୁଡ଼ିକ ସେମାନଙ୍କ ସାଂସ୍କୃତିକ ଏବଂ ମାନବୀୟ ସମ୍ବନ୍ଧ ମଜଭୁତ କରିବାକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ସଂକଳ୍ପ ନେଇଥିଲେ।
ଆର୍ଥିକ କ୍ଷେତ୍ରରେ ଉନ୍ନତିି ଆଣିବା ସକାଶେ ଓଟିଏସ୍‌ ସଦସ୍ୟରାଷ୍ଟ୍ରମାନେ କେନ୍ଦ୍ରଏସିଆ ଏବଂ ଆମେନିଆ, ଆଜରବୈଜାନ, ଜର୍ଜିିୟା, ଦକ୍ଷିଣ ରୁଷିଆ ଏବଂ ତୁର୍କୀ ମଧ୍ୟରେ ପରିବହନ କରିଡର୍‌ଗୁଡ଼ିକର ବିକାଶ ପ୍ରତି ଗୁରୁତ୍ୱ ଦେବେ। ଏହି କରିଡରଗୁଡ଼ିକ ଚାଇନା ଏବଂ ୟୁରୋପକୁ ସଂଯୋଗ କରିବାର ସବୁଠୁ କମ୍‌ ପଥ ହେବ ଏବଂ ଆର୍ଥିକ ଦୃଷ୍ଟିିକୋଣରୁ ସର୍ବାଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଓଟିଏସ୍‌ର ଭୌଗୋଳିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ। ସେହିଭଳି ଆଗାମୀ ଦିନରେ ଓଟିଏସ୍‌ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଦୃଢ ଶକ୍ତିଭିତ୍ତିକ ସହଯୋଗ ବୃଦ୍ଧି ପାଇ ଭୂରାଜନୈତିକ ଗୁରୁତ୍ୱ ବହନ କରିବ ବୋଲି ବିଚାର କରାଯାଉଛି। ଓଟିଏସ୍‌ର ୭ ସଦସ୍ୟ ମଧ୍ୟରୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ, ତୁର୍କମେନିସ୍ତାନ ଏବଂ ଆଜର୍‌ବୈଜାନରେ ପ୍ରଚୁର ହାଇଡ୍ରୋକାର୍ବନ ଗଚ୍ଛିତ ରହିଛି। ରୁଷିଆ ଠାରୁ ଆରମ୍ଭ କରି ୟୁରୋପ ଓ ଏସୀୟ ଦେଶଗୁଡ଼ିକୁ ଶକ୍ତି ସଂସାଧନ ଯୋଗାଇ ତୁର୍କୀ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହା ସ୍ପଷ୍ଟ ଯେ, ତୁର୍କୀ ରାଷ୍ଟ୍ରପତି ରିସେପ ତୈୟିପ ଏର୍ଡୋଗାନ୍‌ ତୁର୍କୀକୁ ଆଞ୍ଚଳିକ ନେତୃତ୍ୱର ଏକ କେନ୍ଦ୍ର ଭାବେ ପରିବର୍ତ୍ତନ କରିବାକୁ ଚାହଁୁଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ତୁର୍କୀ ତିନୋଟି ମଡେଲ ପାନ୍‌-ଇସ୍‌ଲାମିଜମ୍‌, ନେଓ- ଓଟୋମାନିଜମ୍‌ କିମ୍ବା ପାନ୍‌-ତୁର୍କିଜମ୍‌ ଉପରେ ନଜର ରଖିବ। ପାନ ଇସ୍‌ଲାମିଜମ୍‌ରେ ତୁର୍କ୍‌ମାନଙ୍କ ସୌଦି ଆରବ ଏବଂ ଇରାନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ନେଓ- ଓଟୋମାନିଜମ୍‌ ଅସମର୍ଥନୀୟ, କାରଣ ତୁର୍କୀ ପୂର୍ବରୁ ସମ୍ବନ୍ଧ ଥିବା ୟୁରୋପ ଏବଂ ଏସୀୟ ଅଞ୍ଚଳଗୁଡ଼ିକରେ ତା’ ପ୍ରଭାବ ହରାଇଛି। କିନ୍ତୁ ପାନ- ତୁର୍କିଜମକୁ ଦେଖିଲେ ତୁର୍କୀର କୌଣସି ବିରୋଧୀ ନାହାନ୍ତି। ନିକଟରେ ଏକ ଦୃଷ୍ଟାନ୍ତ ଏହାକୁ ପ୍ରମାଣ କରିଛି। ନାଗୋର୍ନୋ-କରାବାଖକୁ କେନ୍ଦ୍ର କରି ଆର୍ମେନିଆ ଏବଂ ଆଜରବୈଜାନ ମଧ୍ୟରେ ୨୦୨୦ର ଯୁଦ୍ଧରେ ତୁର୍କୀ ଆଜରବୈଜାନକୁ ଦୃଢ ସମର୍ଥନ ଦେଇ ତା ସହ ସମ୍ପର୍କକୁ ମଜ୍‌ଭୁତ କରିପାରିଛି।
ତୁର୍କିକ୍‌ ଦେଶଗୁଡ଼ିକ ଉପରେ ତୁର୍କୀ ଆଧିପତ୍ୟ ବିସ୍ତାର କରିବାର କୌଣସି ସଂକେତ ଦେଖାଯାଉ ନାହିଁ। ଯଦି ବି ଏପରି କରିବାକୁ ଚାହେଁ, ତେବେ କେନ୍ଦ୍ର ଏସୀୟ ଦେଶଗୁଡ଼ିକ ନିକଟରେ ଏହାକୁ ପ୍ରତିହତ କରିବା ଲାଗି ଯଥେଷ୍ଟ ଭୂରାଜନୈତିକ ବିକଳ୍ପ ରହିଛି। କେନ୍ଦ୍ର ଏସିଆ ଏବେ ତିନି ମହାଶକ୍ତି ରୁଷିଆ, ଚାଇାନ ଏବଂ ଆମେରିକାର ଆଡ୍ଡା ପାଲଟିଥିତ୍ବା ଯୋଗୁ କେନ୍ଦ୍ର ଏସୀୟ ଦେଶଗୁଡ଼ିକ ପରସ୍ପର ବିରୋଧରେ ଯୁଦ୍ଧ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ। ସବୁ ଦେଶ ସେମାନଙ୍କ ଘରୋଇ ଓ ବୈଦେଶିକ ବ୍ୟାପାରକୁ ପ୍ରାଥମିକତା ଦେଇ ଆଗକୁ ବଢିବା ଲାଗି ଭାଗୀଦାରି ପ୍ରତିଷ୍ଠା କରିଛନ୍ତି। ଏଣୁ ଏହି ଦେଶଗୁଡ଼ିକ ଗ୍ରହଣ କରୁଥିବା ନୀତିଗୁଡ଼ିକୁୁ ମୂଲ୍ୟାୟନ କରୁଥିବାରୁ ସେମାନେ କୂଟନୈତିକ କ୍ଷେତ୍ରରେ ରିସ୍କ ନେବାକୁ ଚାହଁିବେ ନାହିଁ। ଏହା ବଦଳରେ ସେମାନେ ଇତିହାସକୁ ଲକ୍ଷ୍ୟ କରି ରୁଷିଆ, ଆର୍ଥିକ ଦୃଷ୍ଟିରୁ ଚାଇନା ଏବଂ ପ୍ରତିରକ୍ଷା କାରଣରୁ ଆମେରିକା ସହ ସହଯୋଗ ବଜାୟ ରଖିବେ। ଏର୍ଡୋଗାନ୍‌ ଜଣେ ବାସ୍ତବବାଦୀ ବ୍ୟକ୍ତି। ସେ ଏହା ଭଲ ଭାବେ ବୁଝିଛନ୍ତି ଏବଂ କେବେ ବି ଅନ୍ୟ ତୁର୍କିକ୍‌ ଦେଶଗୁଡ଼ିକୁ ବିଶେଷ କରି ତୁର୍କୀର ନିୟନ୍ତ୍ରଣରେ ରଖିବାକୁ ଚାହିଁବେ ନାହିଁ। ସେ ଆଞ୍ଚଳିକ କ୍ଷେତ୍ରରେ ପ୍ରଭାବ ବୃଦ୍ଧି କରିବାକୁ ଅଧିକ କାମ କରୁଛନ୍ତି, ଅନନ୍ୟ ନେତୃତ୍ୱ ଆବଶ୍ୟକ କରୁନାହାନ୍ତି। ରୁଷିଆ ମଧ୍ୟ ଏହି ବାସ୍ତବତାକୁ ଗ୍ରହଣ କରିବାକୁ ଚାହଁୁଛି। ଏପରି କି ଓଟିଏସ୍‌ର ସଦସ୍ୟ ହୋଇପାରେ। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଲା ର୍ଭୋଭ ଓଟିଏସ୍‌ରେ ଯୋଗ ଦେବାରେ କୌଣସି ସମସ୍ୟା ନାହିଁ ବୋଲି ପୂର୍ବରୁ କହିଥିଲେ। ରୁଷିଆ ସେଭିଏଟ୍‌ରୁ ଅଲଗା ହୋଇଥିତ୍ବା ତୁର୍କିକ ଦେଶଗୁଡ଼ିକ ସହ ସହଯୋଗ ଦୃଢ କରୁଛି। ଏଡାକୁ ଲକ୍ଷ୍ୟ କରି ତୁର୍କୀ ମଧ୍ୟ ରୁଷିଆ ସହ ତା’ର ଦ୍ୱିପାକ୍ଷିକ ସମ୍ପର୍କ ବଢାଇପାରେ। ଏପରି କି ତୁର୍କୀ ୟୁରୋପିଆନ ୟୁନିୟନ୍‌ରେ ଯୋଗଦେବା ବଦଳରେ ରୁଷିଆ ନେତୃତ୍ୱରେ ଗଠିତ ୟୁରାସିଆନ ଇକୋନୋମିକ ୟୁନିୟନ୍‌ ବା ସଂଘରେ ଯୋଗ ଦେଇପାରେ ବୋଲି କେତେକେ ଅନୁମାନ କରୁଛନ୍ତି। ଏଥିତ୍ରେ କାଜାକସ୍ତାନ ଓ କିର୍‌ଜିକସ୍ତାନ ଯୋଗ ଦେଇଛନ୍ତି।
ଚାଇନା ତା’ ପଟରୁ ନୀରବରେ ତୁର୍କିକ ୟୁନିୟନ ଓଟିଏସ୍‌ ଉପରେ ଖୁବ୍‌ ସତର୍କଦୃଷ୍ଟି ରଖିଛି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା ତତ୍ତ୍ୱାବଧାନରେ ପ୍ରକାଶିତ ଗ୍ଲୋବାଲ ଟାଇମ୍ସ ଖବରକାଗଜରେ ନିକଟରେ ଓଟିଏସ୍‌ ସମ୍ପର୍କରେ ଏକ ବ୍ୟାଖ୍ୟାମତ୍କ ବିଷୟ ପ୍ରକାଶ ପାଇଛି । ଏଥିରେ ଚାଇନା ସରକାରଙ୍କ ଭୟ ରହିଥିତ୍ବା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଓଟିଏସ୍‌ ତୀବ୍ର ଜାତିୟତାବାଦ ବୃଦ୍ଧି କରିପାରେ ଯାହା ଜାତିଗତ ସଂଘର୍ଷ ବଢାଇବା ସହ ଆଞ୍ଚଳିକ ସ୍ଥିରତା ଏବଂ ସୁରକ୍ଷା ପ୍ରତି ବିପଦ ଆଣିପାରେ ବୋଲି ଏହି ଖବରକାଗଜ ପ୍ରକାଶ କରିଛି। ଆଉ ମଧ୍ୟ ଏହା ଉଲ୍ଲେଖ କରିଛି ଯେ, ଜିନ୍‌ଜିଆଙ୍ଗ ଉଇଘର ଅଟୋନୋମୋସ ରିଜିଅନ୍‌ରେ ଥିବା ଉଇଘର ଲୋକେ ତୁର୍କଙ୍କ ଭଳି। ଏଣୁ ତୁର୍କିକ୍‌ ଦେଶଗୁଡ଼ିକ ତୁର୍କବାଦ ଓ ଇସଲାମବାଦ ପ୍ରସାରକୁ ଗ୍ରହଣ କରିବାର ସମ୍ଭାବନା ଥିବାରୁ ଏହା ଉପରେ ଚାଇନା ସତର୍କଦୃଷ୍ଟି ରଖିବା ଉଚିତ।
ଜିନ୍‌ଜିଆଙ୍ଗ ଅଞ୍ଚଳରେ ତୁର୍କ ଜାତିର ଉଇଘର ସଂଖ୍ୟାଲଘୁଙ୍କ ଦୁର୍ଦ୍ଦଶା ଚାଇନା ଲାଗି ଏକ ସମ୍ବେଦନଶୀଳ ଘଟଣା ନୁହେଁ ବୋଲି ଅସ୍ବୀକାର କରିହେବନାହିଁ। କିନ୍ତୁ ଯଦି ଓଟିଏସ୍‌ ଆଞ୍ଚଳିକ ଆର୍ଥିକ ସମ୍ପର୍କ ପୁନଃ ସ୍ଥାପନ କରି ତାହାକୁ ଦୃଢ କରି ଚାଇନା ରାଷ୍ଟ୍ରପତିଙ୍କ ଶି ଜିନ ପିଙ୍ଗଙ୍କ ବେଲ୍ଟ ଓ ରୋଡ ଯୋଜନାକୁ ମଜଭୁତ କରେ, ତେବେ ଚାଇନା ଜିନ୍‌ଜିଆଙ୍ଗରେ ଯାହା କରୁଛି ତା’ ଦୃଷ୍ଟିକୋଣ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଯାବତ ପାଶ୍ଚାତ୍ୟ ଦେଶଗୁଡ଼ିକ ଓଟିଏସ୍‌ ସମ୍ପର୍କରେ କମ୍‌ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ବୃହତ୍‌ କ୍ଷମତା ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରୁ ୟୁରାସିଆନ ମେଣ୍ଟ ଅତ୍ୟନ୍ତ ପ୍ରଭାବଶାଳୀ ହେବାରେ ଲାଗିଛି। ଏହା ଆଉ ଅଧିକ ଦିନ ନୀରବ ରହିବାର ସମ୍ଭାବନା ନାହିଁ।
ପୂର୍ବତନ ପ୍ରଧାନମନ୍ତ୍ରୀ, କିର୍‌ଜିିକ୍‌ସ୍ତାନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri