ଭିକି-କ୍ୟାଟ୍ରିନା: କିଛିକଥା

ଭିକି କୌଶଲ ହୁଅନ୍ତୁ ଅବା କ୍ୟାଟ୍ରିନା କୈଫ-ବଲିଉଡ୍‌ରେ ନିଜ ଅଭିନୟ ଦକ୍ଷତା ବଳରେ ଦୁହେଁ ଦର୍ଶକାଦୃତି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ହାଇପ୍ରୋଫାଇଲ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତ ମାସ ୭ରୁ ୯ ପର୍ଯ୍ୟନ୍ତ ଏହି ମ୍ୟାରେଜ ସେରିମନି ରାଜସ୍ଥାନର ଯୋଧପୁରରେ ଚାଲିବ। ହିନ୍ଦୁ ପ୍ରଥା ଅନୁସାରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବଲିଉଡ୍‌ର ରଥୀ ମହାରଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଯୋଡ଼ିଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ରୋଚକ କଥା ରହିଛି। ହଂକଂରେ ଜନ୍ମିତା କ୍ୟାଟ୍ରିନା ମାତ୍ର ୧୪ ବର୍ଷ ବୟସରୁ ମଡେଲିଂ ସହ ଜଡ଼ିତ ଥିଲେ। ଅଭିନୟ ବ୍ୟତୀତ ସେ ନୃତ୍ୟ ଏବଂ ସଙ୍ଗୀତ ଶୁଣିବାରେ ରୁଚି ରଖନ୍ତି। କ୍ୟାଟ୍ରିନା ଅଭିନୟ କରିଥିବା ପ୍ରତିଟି ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବମ୍ବେସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ମାଉଣ୍ଟ ମେରି ଚର୍ଚ୍ଚ ଏବଂ ଆଜମେର ସରିଫ ଦରଘା ଦର୍ଶନ କରିଥାଆନ୍ତି। ଅଭିନୟ ପୂର୍ବରୁ କ୍ୟାଟ୍ରିନାଙ୍କ ପ୍ରକୃତ ନାମ ଥିଲା ଇସାବେଲା କୈଫ। ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ତାଙ୍କୁ ଏହି ନାମ ପରିବର୍ତ୍ତନ କରି କ୍ୟାଟ୍ରିନା କୈଫ ରଖିବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କ୍ୟାଟ୍ରିନା ନାମରେ ପରିଚିତ ହୋଇଥିଲେ। ଅନ୍ଧାରକୁ ଭାରି ଭୟ କରନ୍ତି ଏହି ଅଭିନେତ୍ରୀ। ଆୟେଶା ଶ୍ରଫଙ୍କ ପ୍ରଯୋଜିତ ‘ବୁମ୍‌’ରେ ପ୍ରଥମେ ବ୍ରେକ୍‌ ମିଳିଥିଲା। ତା’ପରେ ‘ସିଂ ଇଜ୍‌ କିଙ୍ଗ’, ‘ଅଜବ ପ୍ରେମ୍‌ କି ଗଜବ କାହାନୀ’, ‘ଜିନ୍ଦେଙ୍ଗୀ ନା ମିଲେଗି ଦୋବାରା’, ‘ବଡିଗାର୍ଡ’ ଏବଂ ‘ଏକ ଥା ଟାଇଗର’ ଆଦି ସିନେମାରେ ଅଭିନୟ କରିସାରିଛନ୍ତି ସେ।
ଅନ୍ୟପକ୍ଷରେ ବମ୍ବେରେ ଜନ୍ମିତ ଭିକି କୌଶଲ ଅଭିନୟ ବ୍ୟତୀତ ବହି ପଢ଼ିବା, ଡ୍ୟାନ୍ସ ଏବଂ ଟ୍ରାଭେଲିଂରେ ରୁଚି ରଖନ୍ତି। ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ତାଙ୍କୁ ଚାକିରି ପାଇଁ ଅଫର ମିଳିଥିଲା। ହେଲେ ସେ ଅଭିନେତା ହେବାର ନିଶା ତାଙ୍କୁ ପାଗଳ କରିଦେଇଥିଲା। ସେ ଚାକିରିରେ ଯୋଗ ନ ଦେଇ ଆକ୍ଟିଂ ପ୍ରତି ମନୋନିବେଶ କରିଥିଲେ। ବଡ଼ ପରଦାରେ ମୁହଁ ଦେଖାଇବା ପୂର୍ବରୁ କିଶୋର ନମିତ କପୁରଙ୍କ ଅଧୀନରେ ସେ ଆକ୍ଟିଂ ଓ୍ବାର୍କଶପରେ ଯୋଗ ଦେଇଥିଲେ। ସେଠାରେ ସେ ଶତାଧିକ ଥିଏଟର ନାଟକରେ ଅଭିନୟ କରି ନିଜକୁ ଜଣେ ନାମୀ ଥିଏଟର ଅଭିନେତା ଭାବରେ ପରିଚିତ କରାଇଥିଲେ। ଭାରତୀୟ ଖାଦ୍ୟ ବ୍ୟତୀତ ଚାଇଜିନ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି ଭିକି। ତାଙ୍କର ମନ ପସନ୍ଦର ଅଭିନେତା ହେଲେ ହ୍ରିତିକ ରୋଶନ ଏବଂ ନଓ୍ବାଜଉଦ୍ଦିନ୍‌ ସିଦ୍ଦିକ। ଭିକିଙ୍କ ଅଭିନୀତ ‘ମାସାନ୍‌’ ପାଇଁ ସେ ୮ କିଗ୍ରା ଓଜନ କମାଇଥିଲେ। ଏହି ଫିଲ୍ମଟି ତାଙ୍କୁ ରାତାରାତି ଷ୍ଟାର ମାନ୍ୟତା ପ୍ରଦାନ କରିଥିଲା। ଏଥିପାଇଁ ସେ ସମ୍ମାନଜନକ ଆଇଫା ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହାବ୍ୟତୀତ ‘ରମନ ରାଘବ ୨.୦’, ‘ରାଜି’, ‘ସଞ୍ଜୁ’, ‘ମନମର୍ଜିୟା’ ଏବଂ ‘ଉରି-ସର୍ଜିକାଲ ଷ୍ଟାଇକ୍‌’ ଆଦି ଫିଲ୍ମ ତାଙ୍କ କ୍ୟାରିୟରକୁ ଆହୁରି ମାଇଲେଜ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri