Posted inଫୁରସତ

ଦେବଭୂମି ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଧାର୍ମିକପୀଠ, ଶୈଳନିବାସ, ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି। ପର୍ଯ୍ୟଟନ ବ୍ୟତୀତ ବହୁ ଦୁଃସାହସିକ କ୍ରୀଡ଼ାର
ମଜା ନେବା ପାଇଁ ବି ଦେଶବିଦେଶରୁ ପର୍ଯ୍ୟଟକ
ଏଠାକୁ ଆସିଥାନ୍ତି…


ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ।
ଦେବଭୂମି ଭାବେ ପରିଚିତ ଏହି ସ୍ଥାନଟି ନିଜର ଶାନ୍ତ ବାତାବରଣ, ମନମୋହକ ଦର୍ଶନୀୟ ସ୍ଥାନ ତଥା ଅପୂର୍ବ ପ୍ରାକୃତିକ ଦୃଶ୍ୟ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ତେବେ କରୋନା ମହାମାରୀ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ ଅନେକ କଟକଣା ଜାରି କରାଯାଇଥିଲା। କିନ୍ତୁ ଏବେ ଅନେକ ନିୟମ କୋହଳ କରାଯାଇଥିବାରୁ ଧୀରେ ଧୀରେ ଏଠାକୁ ପର୍ଯ୍ୟଟକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି।


ପ୍ରମୁଖ ପର୍ଯ୍ୟଟନସ୍ଥଳୀ  ଉତ୍ତରାଖଣ୍ଡରେ ଏମିତି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ କେବଳ ଭାରତୀୟ ପର୍ଯ୍ୟଟକ ନୁହେଁ ବିଦେଶୀ ଆଗନ୍ତୁକ ବି ବୁଲିବାକୁ ଆସିଥାନ୍ତି। ଯେମିତି କି ନୈନିତାଲ୍‌ ଓ ମସୌରୀ। ଏସବୁ ବ୍ୟତୀତ ଏଠାକାର କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି: କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ, ଅଲମୋଡ଼ା, ଋଷିକେଶ, ହେମକୁଣ୍ଡ ସାହିବ, ଭ୍ୟାଲୀ ଅଫ୍‌ ଫ୍ଲାଓ୍ବାରସ୍‌ ନ୍ୟାଶନାଲ୍‌ ପାର୍କ, ଡେରାଡୁନ, ହରିଦ୍ୱାର, ରାନୀକ୍ଷେତ୍‌, ଔଲି, ଭୀମତାଲ୍‌ ଇତ୍ୟାଦି ଅନ୍ୟତମ।

ଲୋକପ୍ରିୟ ଭୋଜନ
ଆଳୁ ଓ ଟମାଟୋର ଝୋଳ, ଫାନୁ, ଚୈନସୁ, କୁମାଉନୀ ରାଇତା, ଭାଙ୍ଗ ଚଟଣୀ, କପ୍ପା, ଆଳୁ କେ ଗୁଟ୍‌ଖେ, ଝଙ୍ଗୋରା କି ଖୀର୍‌, ସିଙ୍ଗୋରୀ, ଡୁବୁକ୍‌ ଇତ୍ୟାଦି ହେଉଛି ଏଠାକାର ପ୍ରମୁଖ ଭୋଜନ। ଏହାଛଡ଼ା ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ ଭୋଜନର ସୁବିଧା ମଧ୍ୟ ଉପଲବ୍ଧ ଅଛି।
ଜାଣିବା କଥା
ଦେବଭୂମି ଉତ୍ତରାଖଣ୍ଡକୁ ପର୍ଯ୍ୟଟକଙ୍କର ଆଗମନକୁ ନେଇ କିଛିଟା ନିୟମ ଏବେ ବି ରହିଛି। ଯେମିତି କି:


-ଏଠାରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌କୁ କୌଣସି ବି ଲୋକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ।
-ଏଠାରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ଖୋଲାଯାଏ। ପର୍ଯ୍ୟଟକ ଏହି ସମୟ ଭିତରେ ହିଁ ନିଜ ପାଇଁ ଖାଦ୍ୟ ଯୋଗାଡ କରିନେବା ଦରକାର।
-ତା’ଛଡ଼ା ଉତ୍ତରାଖଣ୍ଡକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଓ୍ବେବସାଇଟ୍‌ରେ ପଞ୍ଜୀକରଣ କରିବାକୁ ହୋଇଥାଏ।
-ଏଥିସହିତ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ସାଥିରେ ଚାରି ଦିନ ତଳର କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ନେଇ କି ଆସିବା ନିହାତି ଜରୁରୀ।
-ଏସବୁ ପରେ ବି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀ ମାନିବାକୁ ଏଠାରେ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri