Posted inଫୁରସତ

ଦେବଭୂମି ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଧାର୍ମିକପୀଠ, ଶୈଳନିବାସ, ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି। ପର୍ଯ୍ୟଟନ ବ୍ୟତୀତ ବହୁ ଦୁଃସାହସିକ କ୍ରୀଡ଼ାର
ମଜା ନେବା ପାଇଁ ବି ଦେଶବିଦେଶରୁ ପର୍ଯ୍ୟଟକ
ଏଠାକୁ ଆସିଥାନ୍ତି…


ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ।
ଦେବଭୂମି ଭାବେ ପରିଚିତ ଏହି ସ୍ଥାନଟି ନିଜର ଶାନ୍ତ ବାତାବରଣ, ମନମୋହକ ଦର୍ଶନୀୟ ସ୍ଥାନ ତଥା ଅପୂର୍ବ ପ୍ରାକୃତିକ ଦୃଶ୍ୟ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ତେବେ କରୋନା ମହାମାରୀ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ ଅନେକ କଟକଣା ଜାରି କରାଯାଇଥିଲା। କିନ୍ତୁ ଏବେ ଅନେକ ନିୟମ କୋହଳ କରାଯାଇଥିବାରୁ ଧୀରେ ଧୀରେ ଏଠାକୁ ପର୍ଯ୍ୟଟକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି।


ପ୍ରମୁଖ ପର୍ଯ୍ୟଟନସ୍ଥଳୀ  ଉତ୍ତରାଖଣ୍ଡରେ ଏମିତି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ କେବଳ ଭାରତୀୟ ପର୍ଯ୍ୟଟକ ନୁହେଁ ବିଦେଶୀ ଆଗନ୍ତୁକ ବି ବୁଲିବାକୁ ଆସିଥାନ୍ତି। ଯେମିତି କି ନୈନିତାଲ୍‌ ଓ ମସୌରୀ। ଏସବୁ ବ୍ୟତୀତ ଏଠାକାର କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି: କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ, ଅଲମୋଡ଼ା, ଋଷିକେଶ, ହେମକୁଣ୍ଡ ସାହିବ, ଭ୍ୟାଲୀ ଅଫ୍‌ ଫ୍ଲାଓ୍ବାରସ୍‌ ନ୍ୟାଶନାଲ୍‌ ପାର୍କ, ଡେରାଡୁନ, ହରିଦ୍ୱାର, ରାନୀକ୍ଷେତ୍‌, ଔଲି, ଭୀମତାଲ୍‌ ଇତ୍ୟାଦି ଅନ୍ୟତମ।

ଲୋକପ୍ରିୟ ଭୋଜନ
ଆଳୁ ଓ ଟମାଟୋର ଝୋଳ, ଫାନୁ, ଚୈନସୁ, କୁମାଉନୀ ରାଇତା, ଭାଙ୍ଗ ଚଟଣୀ, କପ୍ପା, ଆଳୁ କେ ଗୁଟ୍‌ଖେ, ଝଙ୍ଗୋରା କି ଖୀର୍‌, ସିଙ୍ଗୋରୀ, ଡୁବୁକ୍‌ ଇତ୍ୟାଦି ହେଉଛି ଏଠାକାର ପ୍ରମୁଖ ଭୋଜନ। ଏହାଛଡ଼ା ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ ଭୋଜନର ସୁବିଧା ମଧ୍ୟ ଉପଲବ୍ଧ ଅଛି।
ଜାଣିବା କଥା
ଦେବଭୂମି ଉତ୍ତରାଖଣ୍ଡକୁ ପର୍ଯ୍ୟଟକଙ୍କର ଆଗମନକୁ ନେଇ କିଛିଟା ନିୟମ ଏବେ ବି ରହିଛି। ଯେମିତି କି:


-ଏଠାରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌କୁ କୌଣସି ବି ଲୋକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ।
-ଏଠାରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ଖୋଲାଯାଏ। ପର୍ଯ୍ୟଟକ ଏହି ସମୟ ଭିତରେ ହିଁ ନିଜ ପାଇଁ ଖାଦ୍ୟ ଯୋଗାଡ କରିନେବା ଦରକାର।
-ତା’ଛଡ଼ା ଉତ୍ତରାଖଣ୍ଡକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଓ୍ବେବସାଇଟ୍‌ରେ ପଞ୍ଜୀକରଣ କରିବାକୁ ହୋଇଥାଏ।
-ଏଥିସହିତ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ସାଥିରେ ଚାରି ଦିନ ତଳର କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ନେଇ କି ଆସିବା ନିହାତି ଜରୁରୀ।
-ଏସବୁ ପରେ ବି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀ ମାନିବାକୁ ଏଠାରେ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri