ଇଜ୍ଜତର ସ୍ଥାନ ନିରୂପଣ

ବଞ୍ଚତ୍ବାର ମାନଦଣ୍ଡକୁ ବିଶ୍ଳେଷଣ କଲେ ସମ୍ମାନ ଓ ସାଭିମାନ ବା ଇଜ୍ଜତର ସହ ବଞ୍ଚତ୍ବାର ଅଧିକାର ମଣିଷକୁ ଅନେକ ନୈତିକ ମୂଲ୍ୟବୋଧକୁ ତର୍ଜମା କରିବାକୁ ଶିକ୍ଷା ଦିଏ। ମଣିଷ କେବଳ ଆବଶ୍ୟକ ଜୀବନଚର୍ଯ୍ୟାର ଉପଲବ୍ଧିରେ ସନ୍ତୋଷ ପ୍ରକାଶ କରି ନ ଥାଏ ବରଂ ସାଭିମାନର ଆଦର୍ଶଗତ ଇଜ୍ଜତରେ ଜୀବନର ମଧୁରତାକୁ ଉପଲବ୍ଧି କରିଥାଏ। ସମାଜରେ ଅନେକ ପ୍ରକାରର ବ୍ୟକ୍ତି ରହିଥାନ୍ତି। ଅର୍ଥନୈତିକ ଦୃଷ୍ଟିକୋଣକୁ ଅବଲୋକନ କଲେ ପ୍ରତୀୟମାନ ହୋଇଥାଏ ଯେ ଯିଏ ଅଧିକ ଧନୀ ସିଏ ଯେ ଅଧିକ ସାଭିମାନୀ ବା ସମ୍ମାନର ଅଧିକାରୀ ତାହା ବିବେଚନା କରିବା ସମ୍ପୂର୍ଣ୍ଣ ଭୁଲ୍‌। ଲିଙ୍ଗଗତ ପାର୍ଥକ୍ୟରେ ମଣିଷ ସଦାବେଳେ ନିଜର ଆଧିପତ୍ୟ ବିସ୍ତାର କରି ଅନ୍ୟର କ୍ଷତି କରିଥାଏ।
ଗୋଟିଏ ନାରୀ ଜୀବନର ପ୍ରଥମ ସୁରକ୍ଷିତ ସମ୍ପତ୍ତି ହେଉଛି ତାହାର ଇଜ୍ଜତ, ଯାହାକୁ ନେଇ ସେ ନିଜେ ଗର୍ବିତ ଓ ସମାଜ ଚକ୍ଷୁରେ ମଧ୍ୟ ଗ୍ରହଣୀୟ। ତେଣୁ ଜଣେ ମହିଳାର ଇଜ୍ଜତ ହେଉଛି ତାହାର ସମ୍ପଦ। ଇଜ୍ଜତର ସ୍ଥାନ ସର୍ବାଗ୍ରେ ବନ୍ଦନୀୟ। ଜଣେ ଧନୀ ଏବଂ ଜ୍ଞାନୀ ମହିଳାର ଇଜ୍ଜତ ଯେତେ, ଜଣେ ଗରିବ ଓ ମୂର୍ଖ ମହିଳାର ଇଜ୍ଜତ ମଧ୍ୟ ସମାନ ବୋଲି ସ୍ବୀକାର କରିବାକୁ ସମସ୍ତେ ବାଧ୍ୟ। ମହିଳାମାନେ ହେଉଛନ୍ତି ପରିବାରର ମେରୁଦଣ୍ଡ, ସମ୍ପ୍ରଦାୟର ଅଭିବୃଦ୍ଧି ଓ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ତଥାପି ଶତାବ୍ଦୀ ଶତାବ୍ଦୀ ଧରି ମହିଳାମାନେ କର୍ମକ୍ଷେତ୍ର, ରାଜନୀତି, ଚଳଚ୍ଚିତ୍ର, ବିଭିନ୍ନ ସାମାଜିକ କ୍ଷେତ୍ରରେ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ସମାଜରେ ସମ୍ପ୍ରତି ନାରୀମାନେ ବଳାତ୍କାରର ଶିକାର ହେବା ଲଜ୍ଜାଜନକ ସ୍ଥିତି ହୋଇଥିବା ବେଳେ ଏହା ଏକ ସାମାଜିକ ବ୍ୟାଧି ହୋଇ ସମାଜର ସମତୁଲତାକୁ ନଷ୍ଟ କରିବାକୁ ବସିଲାଣି। ସଭ୍ୟତା ଯେତେ ଯେତେ ଆଗକୁ ଧାବମାନ ହେଉଛି, କୌଶଳ ତଥା ଜୀବନ ଚରିତ୍ର ଯେତେ ଯେତେ ଉନ୍ନତ ହେଉଛି, ମଣିଷ ମନରେ ବିକାର ଓ ମହିଳାଙ୍କ ପ୍ରତି ବଳାତ୍କାର ସେହି ମାତ୍ରାରେ ବଢ଼ି ବଢ଼ି ଚାଲିଛି। ଏହା ହେଉଛି ସମାଜର କଳଙ୍କ।
ମହାଭାରତ ଓ ରାମାୟଣ ଯୁଗରେ ମହିଳା ଅତ୍ୟାଚାର ପାଇଁ କେବଳ ଦୁଇଟା ଯୁଗର ଅବସାନ ହେଲା। କିନ୍ତୁ ବର୍ତ୍ତମାନ ସମାଜରେ ଯେଉଁପରି ବଳାତ୍କାର ଓ ବ୍ୟଭିଚାର ହେଉଛି ତାହା ଅନେକଙ୍କୁ ମ୍ରିୟମାଣ କରୁଛି । ଅନେକ ସମୟରେ ଯଦି ଜଣେ ପ୍ରତିଷ୍ଠିତ ଧନୀ ଜ୍ଞାନୀ ବ୍ୟକ୍ତି ପରିବାରର ମହିଳା ବଳାତ୍କାରର ଶିକାର ହୁଅନ୍ତି, ତେବେ ତାହା ଶାସନ, ପ୍ରଶାସନ, ଖବରକାଗଜ, ଗଣମାଧ୍ୟମ ଇତ୍ୟାଦି ପାଇଁ ଏକ ସମସ୍ୟାର ବିଷୟବସ୍ତୁ ହୋଇଯାଏ। ଏଥିପାଇଁ କେତେ ସଂଗଠନ, ସଂଘ ଆଦି ଦିବାନିଶି ନିଜକୁ ଜଳାଞ୍ଜଳି ଦେଇ ନ୍ୟାୟ ଦାବିରେ କେତେ ବ୍ୟକ୍ତିଗତ ତଥା ସରକାରୀ ସମ୍ପତ୍ତିର କ୍ଷତି କରିଥାନ୍ତି ତାହା ଆଇନ ଶୃଙ୍ଖଳା ବିଭାଗ ଦ୍ୱାରା ଏକ ଆୟୋଗ ବସି ବିଚାର ହୁଏ। ମାତ୍ର ଯେତେବେଳେ ଗୋଟିଏ ଦିନମଜୁରିଆ ଗରିବ ମୂର୍ଖ ବା ଅସହାୟ ଅଥବା ମାନସିକ ବିକାରଗ୍ରସ୍ତ ମହିଳା ଉକ୍ତ ବଳାତ୍କାର ସଂଘବଦ୍ଧ ଭାବରେ ହୋଇଥିବାର ଶିକାର ହୁଏ, ସେତେବେଳେ ତାହାପାଇଁ କିଛି ହୋଇ ନ ଥାଏ। ସେତେବେଳେ ତାହା ଇଜ୍ଜତ ହୋଇ ନ ଥାଏ, ତାହା ଥାଏ ଦୁର୍ଘଟଣା। କାରଣ ଇଜ୍ଜତର ସ୍ଥାନ ନିରୂପଣକୁ ତର୍ଜମା କଲେ ଜଣାଯାଏ ଯେ ଯେଉଁଠି ମଣିଷର ସ୍ବାର୍ଥ ଜଡିତ, ସେଇଠି ଥାଏ ଇଜ୍ଜତର ମୂଲ୍ୟଯୁକ୍ତ ସ୍ଥାନ। ମାତ୍ର ଯେତେବେଳେ ଉକ୍ତ ନିଷ୍ପେଷିତା ମହିଳା ସେହି ତଥାକଥିତ ସମ୍ଭ୍ରାନ୍ତ ପରିବାରର ପୁରୁଷମାନଙ୍କ ଦ୍ୱାରା ବଳାତ୍କାର ହୋଇଥାଏ ବା ନିମ୍ନ ବର୍ଗର ପୁରୁଷଗୋଷ୍ଠୀ ଦ୍ୱାରା ହୋଇଥାଏ ତାହା ଥାଏ ଇଜ୍ଜତର ସ୍ଥାନ ନିରୂପଣ।
ସମାଜ, ବ୍ୟକ୍ତି ବିଭେଦ ଦୃଷ୍ଟିରେ ଇଜ୍ଜତର ସ୍ଥାନ ଭିନ୍ନ ହୋଇପାରେ, ମାତ୍ର ସ୍ଥାନ ସଂଜ୍ଞାରେ ଇଜ୍ଜତ ସମାନ ବୋଲି ବିବେଚନା କରାଯାଏ। କିନ୍ତୁ ଉକ୍ତ ଗରିବ, ଦଳିତ, ନିଷ୍ପେଷିତା ମହିଳାଙ୍କ ଇଜ୍ଜତ ପାଇଁ ବଡ଼ ଆନ୍ଦୋଳନ ହୁଏ ନାହିଁ ବା ମହମବତି ରାଲି ଆଦି ହୁଏନାହିଁ। ସେଠାରେ ଇଜ୍ଜତ ହୋଇଯାଏ ଲଜ୍ଜିତ ଓ ସଂଜ୍ଞା ହୋଇଯାଏ ସମସ୍ୟା।
ସାଧାରଣତଃ ବଳାତ୍କାର ଘଟଣା ପରେ ଜଣେ ମହିଳା ଦୁର୍ବିଷହ ଜୀବନ ଅତିବାହିତ କରନ୍ତି। ଯେଉଁଥିରେ ଭୟ, ଉଦାସୀନତା, ଦୋଷ, ଆତ୍ମହତ୍ୟା ଓ ସାମାଜିକ କଳଙ୍କ ଅନ୍ତର୍ଭୁକ୍ତ ହୋଇଥାଏ,କାରଣ ସେଠାରେ ଇଜ୍ଜତ ଭୂଲୁଣ୍ଠିତ। ୨୦୨୧ର ଏକ ରିପୋର୍ଟ ଅନୁଯାୟୀ ସାମ୍ପ୍ରତିକ ସମାଜରେ ବଳାତ୍କାର ଘଟଣା ବହୁଗୁଣିତ ହୋଇ ଗୋଟିଏ ବର୍ଷରେ ୩୧,୬୭୭ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିଲା, ଯାହା ଦୈନିକ ହାରାହାରି ୮୬ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏଥିରୁ ଜଣାଯାଏ ଯେ ବଳାତ୍କାରୀମାନେ ଆଇନକୁ ଭ୍ରୂକ୍ଷେପ କରୁ ନାହାନ୍ତି।
ଆଇନର ଦୀର୍ଘ ପଥରେ ବିଚରା ବଳାତ୍କୃତା ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରଶ୍ନବାଣରେ ଯେତେବେଳେ ଜର୍ଜରିତ ହୁଏ, ସେତେବେଳେ ତାହାର ଇଜ୍ଜତ ବଳାତ୍କାରଠାରୁ ଅଧିକ ଅନୁଭୂତ ହୁଏ। ତେଣୁ ପରିଶେଷରେ ସେ ବାଧ୍ୟ ହୋଇ ଅଦାଲତରୁ ମାମଲାକୁ ପ୍ରତ୍ୟାହାର କରିଥାନ୍ତି। ଅତଏବ ଇଜ୍ଜତର ସ୍ଥାନ ନିରୂପଣ ହୋଇଥାଏ ଭିନ୍ନ ଏକ ଦୃଷ୍ଟିକୋଣରେ। ଅନ୍ୟପକ୍ଷରେ ପୀଡ଼ିତ ପରିବାର ଓ ନିଜର ଜୀବନ ପ୍ରତି ଯେତେବେଳେ ଧମକ ଆସେ ଓ ଅସୁରକ୍ଷିତ ହୁଏ, ସେତେବେଳେ ଇଜ୍ଜତ ହୋଇଯାଏ ସ୍ଥାନ ନିରୂପଣର ଏକ ଅଙ୍ଗ। ମାତ୍ର ଅନେକ ସମୟରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୋଇ ନ ଥିବାରୁ ବିଚାରାଳୟରୁ ସର୍ତ୍ତରେ ଆସି ନିଜର କୁକର୍ମକୁ ପୁନଃ ଭିନ୍ନ ଶୈଳୀରେ କରିଥାନ୍ତି, ଯାହା ଥାଏ ଆଇନରେ ପୀଡ଼ିତାଙ୍କ ଇଜ୍ଜତ। ପୀଡ଼ିତାଙ୍କୁ କଳଙ୍କିତ କରିବା ଓ ପୀଡିତାଙ୍କୁ ଆପୋସ ବୁଝାମଣା କରିବାକୁ ଉତ୍ସାହିତ କରିବା ଏହି ଜଘନ୍ୟ ଅପରାଧକୁ ଆହୁରି ଉତ୍ସାହିତ କରିଥାଏ। ବଳାତ୍କାରକୁ ଦୁଇଟି ପର୍ଯ୍ୟାୟର ବିଭାଗୀକରଣ କରାଯାଇପାରେ ଓ ତାହା ହେଲା ଅପରିଚିତ ବଳାତ୍କାର ଓ ଅନ୍ୟଟି ହେଲା ପରିଚିତ ବଳାତ୍କାର। ଅପରିଚିତ ବଳାତ୍କାରରେ ବ୍ୟକ୍ତି କାମନାକୁ ଚରିତାର୍ଥ କରିବାପାଇଁ ତଥା ନିଜର ପ୍ରବୃତ୍ତିକୁ ବ୍ୟବହାର କରିବା ଲାଗି ନିୟୋଜିତ କରିଥାଏ ଓ ଏଥିରେ ପୀଡ଼ିତା ଇଜ୍ଜତ ହୋଇଥାଏ ରାଜରାସ୍ତାରେ ମନ୍ଥିତ। ମାତ୍ର ପରିଚିତ ବଳାତ୍କାରରେ ନିଜର ଆର୍ଥିକ ସ୍ବାର୍ଥ, ପ୍ରତିଶୋଧ, ବାକ୍‌ଚାତୁରିର ନିପୁଣତା ତଥା ଆର୍ଥିକ ଉତ୍କଣ୍ଠା ନିହିତ ଥାଏ। ଏଥିରେ ଇଜ୍ଜତ ହୋଇଥାଏ ଭିନ୍ନ ସ୍ଥାନର ପ୍ରସଙ୍ଗ, ଯେଉଁଥିରେ ସମ୍ପର୍କର ଘନିଷ୍ଠତା ପୀଡ଼ିତାଙ୍କୁ ବିଚ୍ଛିନ୍ନ ଅନୁଭବ କରେ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥାଏ। ଜଣେ ମହିଳାର ପୃଷ୍ଠଭୂମି ଯାହା ଥାଉନା କାହିଁକି ସମାନତାର ଭିତ୍ତିଭୂମିରେ ଇଜ୍ଜତର ସ୍ଥାନ ନିରୂପଣ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ଯାହା ହେଉଛି ଶୃଙ୍ଖଳାର ମାନଦଣ୍ଡ ଓ ସୁରକ୍ଷିତ ଜୀବନର ଆଧାର।
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ୟୁନିଟ -୪ , ଭୁବନେଶର
ମୋ : ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri