ଇଜ୍ଜତର ସ୍ଥାନ ନିରୂପଣ

ବଞ୍ଚତ୍ବାର ମାନଦଣ୍ଡକୁ ବିଶ୍ଳେଷଣ କଲେ ସମ୍ମାନ ଓ ସାଭିମାନ ବା ଇଜ୍ଜତର ସହ ବଞ୍ଚତ୍ବାର ଅଧିକାର ମଣିଷକୁ ଅନେକ ନୈତିକ ମୂଲ୍ୟବୋଧକୁ ତର୍ଜମା କରିବାକୁ ଶିକ୍ଷା ଦିଏ। ମଣିଷ କେବଳ ଆବଶ୍ୟକ ଜୀବନଚର୍ଯ୍ୟାର ଉପଲବ୍ଧିରେ ସନ୍ତୋଷ ପ୍ରକାଶ କରି ନ ଥାଏ ବରଂ ସାଭିମାନର ଆଦର୍ଶଗତ ଇଜ୍ଜତରେ ଜୀବନର ମଧୁରତାକୁ ଉପଲବ୍ଧି କରିଥାଏ। ସମାଜରେ ଅନେକ ପ୍ରକାରର ବ୍ୟକ୍ତି ରହିଥାନ୍ତି। ଅର୍ଥନୈତିକ ଦୃଷ୍ଟିକୋଣକୁ ଅବଲୋକନ କଲେ ପ୍ରତୀୟମାନ ହୋଇଥାଏ ଯେ ଯିଏ ଅଧିକ ଧନୀ ସିଏ ଯେ ଅଧିକ ସାଭିମାନୀ ବା ସମ୍ମାନର ଅଧିକାରୀ ତାହା ବିବେଚନା କରିବା ସମ୍ପୂର୍ଣ୍ଣ ଭୁଲ୍‌। ଲିଙ୍ଗଗତ ପାର୍ଥକ୍ୟରେ ମଣିଷ ସଦାବେଳେ ନିଜର ଆଧିପତ୍ୟ ବିସ୍ତାର କରି ଅନ୍ୟର କ୍ଷତି କରିଥାଏ।
ଗୋଟିଏ ନାରୀ ଜୀବନର ପ୍ରଥମ ସୁରକ୍ଷିତ ସମ୍ପତ୍ତି ହେଉଛି ତାହାର ଇଜ୍ଜତ, ଯାହାକୁ ନେଇ ସେ ନିଜେ ଗର୍ବିତ ଓ ସମାଜ ଚକ୍ଷୁରେ ମଧ୍ୟ ଗ୍ରହଣୀୟ। ତେଣୁ ଜଣେ ମହିଳାର ଇଜ୍ଜତ ହେଉଛି ତାହାର ସମ୍ପଦ। ଇଜ୍ଜତର ସ୍ଥାନ ସର୍ବାଗ୍ରେ ବନ୍ଦନୀୟ। ଜଣେ ଧନୀ ଏବଂ ଜ୍ଞାନୀ ମହିଳାର ଇଜ୍ଜତ ଯେତେ, ଜଣେ ଗରିବ ଓ ମୂର୍ଖ ମହିଳାର ଇଜ୍ଜତ ମଧ୍ୟ ସମାନ ବୋଲି ସ୍ବୀକାର କରିବାକୁ ସମସ୍ତେ ବାଧ୍ୟ। ମହିଳାମାନେ ହେଉଛନ୍ତି ପରିବାରର ମେରୁଦଣ୍ଡ, ସମ୍ପ୍ରଦାୟର ଅଭିବୃଦ୍ଧି ଓ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ତଥାପି ଶତାବ୍ଦୀ ଶତାବ୍ଦୀ ଧରି ମହିଳାମାନେ କର୍ମକ୍ଷେତ୍ର, ରାଜନୀତି, ଚଳଚ୍ଚିତ୍ର, ବିଭିନ୍ନ ସାମାଜିକ କ୍ଷେତ୍ରରେ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ସମାଜରେ ସମ୍ପ୍ରତି ନାରୀମାନେ ବଳାତ୍କାରର ଶିକାର ହେବା ଲଜ୍ଜାଜନକ ସ୍ଥିତି ହୋଇଥିବା ବେଳେ ଏହା ଏକ ସାମାଜିକ ବ୍ୟାଧି ହୋଇ ସମାଜର ସମତୁଲତାକୁ ନଷ୍ଟ କରିବାକୁ ବସିଲାଣି। ସଭ୍ୟତା ଯେତେ ଯେତେ ଆଗକୁ ଧାବମାନ ହେଉଛି, କୌଶଳ ତଥା ଜୀବନ ଚରିତ୍ର ଯେତେ ଯେତେ ଉନ୍ନତ ହେଉଛି, ମଣିଷ ମନରେ ବିକାର ଓ ମହିଳାଙ୍କ ପ୍ରତି ବଳାତ୍କାର ସେହି ମାତ୍ରାରେ ବଢ଼ି ବଢ଼ି ଚାଲିଛି। ଏହା ହେଉଛି ସମାଜର କଳଙ୍କ।
ମହାଭାରତ ଓ ରାମାୟଣ ଯୁଗରେ ମହିଳା ଅତ୍ୟାଚାର ପାଇଁ କେବଳ ଦୁଇଟା ଯୁଗର ଅବସାନ ହେଲା। କିନ୍ତୁ ବର୍ତ୍ତମାନ ସମାଜରେ ଯେଉଁପରି ବଳାତ୍କାର ଓ ବ୍ୟଭିଚାର ହେଉଛି ତାହା ଅନେକଙ୍କୁ ମ୍ରିୟମାଣ କରୁଛି । ଅନେକ ସମୟରେ ଯଦି ଜଣେ ପ୍ରତିଷ୍ଠିତ ଧନୀ ଜ୍ଞାନୀ ବ୍ୟକ୍ତି ପରିବାରର ମହିଳା ବଳାତ୍କାରର ଶିକାର ହୁଅନ୍ତି, ତେବେ ତାହା ଶାସନ, ପ୍ରଶାସନ, ଖବରକାଗଜ, ଗଣମାଧ୍ୟମ ଇତ୍ୟାଦି ପାଇଁ ଏକ ସମସ୍ୟାର ବିଷୟବସ୍ତୁ ହୋଇଯାଏ। ଏଥିପାଇଁ କେତେ ସଂଗଠନ, ସଂଘ ଆଦି ଦିବାନିଶି ନିଜକୁ ଜଳାଞ୍ଜଳି ଦେଇ ନ୍ୟାୟ ଦାବିରେ କେତେ ବ୍ୟକ୍ତିଗତ ତଥା ସରକାରୀ ସମ୍ପତ୍ତିର କ୍ଷତି କରିଥାନ୍ତି ତାହା ଆଇନ ଶୃଙ୍ଖଳା ବିଭାଗ ଦ୍ୱାରା ଏକ ଆୟୋଗ ବସି ବିଚାର ହୁଏ। ମାତ୍ର ଯେତେବେଳେ ଗୋଟିଏ ଦିନମଜୁରିଆ ଗରିବ ମୂର୍ଖ ବା ଅସହାୟ ଅଥବା ମାନସିକ ବିକାରଗ୍ରସ୍ତ ମହିଳା ଉକ୍ତ ବଳାତ୍କାର ସଂଘବଦ୍ଧ ଭାବରେ ହୋଇଥିବାର ଶିକାର ହୁଏ, ସେତେବେଳେ ତାହାପାଇଁ କିଛି ହୋଇ ନ ଥାଏ। ସେତେବେଳେ ତାହା ଇଜ୍ଜତ ହୋଇ ନ ଥାଏ, ତାହା ଥାଏ ଦୁର୍ଘଟଣା। କାରଣ ଇଜ୍ଜତର ସ୍ଥାନ ନିରୂପଣକୁ ତର୍ଜମା କଲେ ଜଣାଯାଏ ଯେ ଯେଉଁଠି ମଣିଷର ସ୍ବାର୍ଥ ଜଡିତ, ସେଇଠି ଥାଏ ଇଜ୍ଜତର ମୂଲ୍ୟଯୁକ୍ତ ସ୍ଥାନ। ମାତ୍ର ଯେତେବେଳେ ଉକ୍ତ ନିଷ୍ପେଷିତା ମହିଳା ସେହି ତଥାକଥିତ ସମ୍ଭ୍ରାନ୍ତ ପରିବାରର ପୁରୁଷମାନଙ୍କ ଦ୍ୱାରା ବଳାତ୍କାର ହୋଇଥାଏ ବା ନିମ୍ନ ବର୍ଗର ପୁରୁଷଗୋଷ୍ଠୀ ଦ୍ୱାରା ହୋଇଥାଏ ତାହା ଥାଏ ଇଜ୍ଜତର ସ୍ଥାନ ନିରୂପଣ।
ସମାଜ, ବ୍ୟକ୍ତି ବିଭେଦ ଦୃଷ୍ଟିରେ ଇଜ୍ଜତର ସ୍ଥାନ ଭିନ୍ନ ହୋଇପାରେ, ମାତ୍ର ସ୍ଥାନ ସଂଜ୍ଞାରେ ଇଜ୍ଜତ ସମାନ ବୋଲି ବିବେଚନା କରାଯାଏ। କିନ୍ତୁ ଉକ୍ତ ଗରିବ, ଦଳିତ, ନିଷ୍ପେଷିତା ମହିଳାଙ୍କ ଇଜ୍ଜତ ପାଇଁ ବଡ଼ ଆନ୍ଦୋଳନ ହୁଏ ନାହିଁ ବା ମହମବତି ରାଲି ଆଦି ହୁଏନାହିଁ। ସେଠାରେ ଇଜ୍ଜତ ହୋଇଯାଏ ଲଜ୍ଜିତ ଓ ସଂଜ୍ଞା ହୋଇଯାଏ ସମସ୍ୟା।
ସାଧାରଣତଃ ବଳାତ୍କାର ଘଟଣା ପରେ ଜଣେ ମହିଳା ଦୁର୍ବିଷହ ଜୀବନ ଅତିବାହିତ କରନ୍ତି। ଯେଉଁଥିରେ ଭୟ, ଉଦାସୀନତା, ଦୋଷ, ଆତ୍ମହତ୍ୟା ଓ ସାମାଜିକ କଳଙ୍କ ଅନ୍ତର୍ଭୁକ୍ତ ହୋଇଥାଏ,କାରଣ ସେଠାରେ ଇଜ୍ଜତ ଭୂଲୁଣ୍ଠିତ। ୨୦୨୧ର ଏକ ରିପୋର୍ଟ ଅନୁଯାୟୀ ସାମ୍ପ୍ରତିକ ସମାଜରେ ବଳାତ୍କାର ଘଟଣା ବହୁଗୁଣିତ ହୋଇ ଗୋଟିଏ ବର୍ଷରେ ୩୧,୬୭୭ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିଲା, ଯାହା ଦୈନିକ ହାରାହାରି ୮୬ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏଥିରୁ ଜଣାଯାଏ ଯେ ବଳାତ୍କାରୀମାନେ ଆଇନକୁ ଭ୍ରୂକ୍ଷେପ କରୁ ନାହାନ୍ତି।
ଆଇନର ଦୀର୍ଘ ପଥରେ ବିଚରା ବଳାତ୍କୃତା ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରଶ୍ନବାଣରେ ଯେତେବେଳେ ଜର୍ଜରିତ ହୁଏ, ସେତେବେଳେ ତାହାର ଇଜ୍ଜତ ବଳାତ୍କାରଠାରୁ ଅଧିକ ଅନୁଭୂତ ହୁଏ। ତେଣୁ ପରିଶେଷରେ ସେ ବାଧ୍ୟ ହୋଇ ଅଦାଲତରୁ ମାମଲାକୁ ପ୍ରତ୍ୟାହାର କରିଥାନ୍ତି। ଅତଏବ ଇଜ୍ଜତର ସ୍ଥାନ ନିରୂପଣ ହୋଇଥାଏ ଭିନ୍ନ ଏକ ଦୃଷ୍ଟିକୋଣରେ। ଅନ୍ୟପକ୍ଷରେ ପୀଡ଼ିତ ପରିବାର ଓ ନିଜର ଜୀବନ ପ୍ରତି ଯେତେବେଳେ ଧମକ ଆସେ ଓ ଅସୁରକ୍ଷିତ ହୁଏ, ସେତେବେଳେ ଇଜ୍ଜତ ହୋଇଯାଏ ସ୍ଥାନ ନିରୂପଣର ଏକ ଅଙ୍ଗ। ମାତ୍ର ଅନେକ ସମୟରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୋଇ ନ ଥିବାରୁ ବିଚାରାଳୟରୁ ସର୍ତ୍ତରେ ଆସି ନିଜର କୁକର୍ମକୁ ପୁନଃ ଭିନ୍ନ ଶୈଳୀରେ କରିଥାନ୍ତି, ଯାହା ଥାଏ ଆଇନରେ ପୀଡ଼ିତାଙ୍କ ଇଜ୍ଜତ। ପୀଡ଼ିତାଙ୍କୁ କଳଙ୍କିତ କରିବା ଓ ପୀଡିତାଙ୍କୁ ଆପୋସ ବୁଝାମଣା କରିବାକୁ ଉତ୍ସାହିତ କରିବା ଏହି ଜଘନ୍ୟ ଅପରାଧକୁ ଆହୁରି ଉତ୍ସାହିତ କରିଥାଏ। ବଳାତ୍କାରକୁ ଦୁଇଟି ପର୍ଯ୍ୟାୟର ବିଭାଗୀକରଣ କରାଯାଇପାରେ ଓ ତାହା ହେଲା ଅପରିଚିତ ବଳାତ୍କାର ଓ ଅନ୍ୟଟି ହେଲା ପରିଚିତ ବଳାତ୍କାର। ଅପରିଚିତ ବଳାତ୍କାରରେ ବ୍ୟକ୍ତି କାମନାକୁ ଚରିତାର୍ଥ କରିବାପାଇଁ ତଥା ନିଜର ପ୍ରବୃତ୍ତିକୁ ବ୍ୟବହାର କରିବା ଲାଗି ନିୟୋଜିତ କରିଥାଏ ଓ ଏଥିରେ ପୀଡ଼ିତା ଇଜ୍ଜତ ହୋଇଥାଏ ରାଜରାସ୍ତାରେ ମନ୍ଥିତ। ମାତ୍ର ପରିଚିତ ବଳାତ୍କାରରେ ନିଜର ଆର୍ଥିକ ସ୍ବାର୍ଥ, ପ୍ରତିଶୋଧ, ବାକ୍‌ଚାତୁରିର ନିପୁଣତା ତଥା ଆର୍ଥିକ ଉତ୍କଣ୍ଠା ନିହିତ ଥାଏ। ଏଥିରେ ଇଜ୍ଜତ ହୋଇଥାଏ ଭିନ୍ନ ସ୍ଥାନର ପ୍ରସଙ୍ଗ, ଯେଉଁଥିରେ ସମ୍ପର୍କର ଘନିଷ୍ଠତା ପୀଡ଼ିତାଙ୍କୁ ବିଚ୍ଛିନ୍ନ ଅନୁଭବ କରେ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥାଏ। ଜଣେ ମହିଳାର ପୃଷ୍ଠଭୂମି ଯାହା ଥାଉନା କାହିଁକି ସମାନତାର ଭିତ୍ତିଭୂମିରେ ଇଜ୍ଜତର ସ୍ଥାନ ନିରୂପଣ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ଯାହା ହେଉଛି ଶୃଙ୍ଖଳାର ମାନଦଣ୍ଡ ଓ ସୁରକ୍ଷିତ ଜୀବନର ଆଧାର।
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ୟୁନିଟ -୪ , ଭୁବନେଶର
ମୋ : ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?