ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୨୦।୬: ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଔର ଧନ୍ଦା ସେ ବଡ଼ା କୋଇ ଧର୍ମ ନହିଁ ହୋତା’।
ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ଙ୍କ ଏହି ଚର୍ଚ୍ଚିତ ଡାଏଲଗ୍‌ ଶୁଣିବାକୁ ମିଳିଥିଲା ତାଙ୍କ ସୁପରହିଟ୍‌ ସିନେମା ‘ରଇସ୍‌’ରେ। ୨୦୧୭ରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବା ଏହି ଫିଲ୍ମର ସେହି ଅଭୁଲା ସଂଳାପ ୨୦୨୨ରେ ପ୍ରତିଫଳିତ ହୋଇଛି ଇଞ୍ଜିନିୟର ଆଦିତ୍ୟ ସାମନ୍ତରାୟଙ୍କ ବାସ୍ତବ ଜୀବନରେ। ଛଟେଇ ପରେ ଇଞ୍ଜିନିୟରିଂ ଚାକିରି ପ୍ରତି ବୀତସ୍ଫୃହ ହୋଇପଡ଼ିଥିବା ଖୋର୍ଦ୍ଧାର ଆଦିତ୍ୟ ଜନ୍ମଭୂମିଠାରୁ ପ୍ରାୟ ୧୪୦ କି.ମି. ଦୂର କାମାକ୍ଷାନଗରରେ ଆରମ୍ଭ କରିଛନ୍ତି ସାଣ୍ଡଉଇଚ୍‌ ବ୍ୟବସାୟ। ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଖୋଲା ଆକାଶ ତଳେ ଶୁଭାରମ୍ଭ ହୋଇଥିବା ତାଙ୍କ ଛୋଟ ଦୋକାନରେ ଏବେ ଜମୁଛି ଭିଡ଼। ନିଜ ସ୍ବପ୍ନରେ ଡେଣା ଗଜୁରୁଥିବା ଦେଖି ଆଦିତ୍ୟଙ୍କ ଖୁସି ଏବେ କହିଲେ ନ ସରେ…

ଦିନେ ଯେଉଁ ହାତ ଯାନବାହନର ଯନ୍ତ୍ରାଂଶକୁ ଠିକ୍‌ ଜାଗାରେ ଖଞ୍ଜିବା ପାଇଁ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁଥିଲା, ସେହି ହାତ ଏବେ ପ୍ରସ୍ତୁତ କରୁଛି ସୁସ୍ବାଦୁ ସାଣ୍ଡ୍‌ଉଇଚ୍‌। ଅର୍ଥ ଉପାର୍ଜନ ସବୁକିଛି ନୁହେଁ, ସମ୍ମାନର ସହ ବଞ୍ଚତ୍ବା ହିଁ ଜୀବନର ପ୍ରକୃତ ମୂଲ୍ୟବୋଧ ବୋଲି ହୃଦ୍‌ବୋଧ କରିବା ପରେ ଇଞ୍ଜିନିୟରିଂ ଭଳି ସମ୍ମାନଜନକ ଚାକିରିକୁ ପଛ କରି ସାଣ୍ଡଉଇଚ୍‌ ସେକୁଛନ୍ତି ଆଦିତ୍ୟ ସାମନ୍ତରାୟ। ଇଞ୍ଜିନିୟରିଂ ଚାକିରିରୁ ସାଣ୍ଡଉଇଚ୍‌ ବ୍ୟବସାୟ ପର୍ଯ୍ୟନ୍ତ ସଂଘର୍ଷମୟ ରାସ୍ତାର ପଥିକ ସାଜିଥିବା ଏହି ଉଚ୍ଚାଭିଳାଷୀ ଯୁବକଙ୍କ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ। ବୃତ୍ତିଗତ ଜୀବନରେ ଛଟେଇ ତାଙ୍କୁ ଦୋଛକିରେ ଆଣି ଛିଡ଼ା କରାଇ ଦେଇଥିବାବେଳେ ଚାକିରି ଛାଡ଼ି ସ୍ବାବଲମ୍ବୀ ହେବାକୁ ସଂକଳ୍ପ ନେଇଛନ୍ତି ଆଦିତ୍ୟ।
ଖୋର୍ଦ୍ଧା ସହରର ପ୍ରଦୀପ ସାମନ୍ତରାୟ ଏବଂ ଅନିତା ସାମନ୍ତରାୟଙ୍କ ଦୁଇ ସନ୍ତାନଙ୍କ ମଧ୍ୟରେ ଆଦିତ୍ୟ ହେଉଛନ୍ତି ବଡ଼। ବାପା ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ। ମା’ ଏବଂ ସାନ ଭଉଣୀ ସ୍ବାବଲମ୍ବୀ। ୨୦୧୭ରେ ଏକ ଘରୋଇ କଲେଜରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଆଦିତ୍ୟ। ସମସ୍ତଙ୍କ ଭଳି ସେ ବି ଏହି କ୍ଷେତ୍ରରେ ପ୍ରବେଶ କରି ଭଲ ଅର୍ଥ ଉପାର୍ଜନ କରିବାକୁ ସ୍ବପ୍ନ ଦେଖିଥିଲେ। ପ୍ରଥମେ ବାହାର ରାଜ୍ୟର ଏକ କମ୍ପାନୀରେ ସ୍ବଳ୍ପ ବେତନରେ ଆରମ୍ଭ କରିଥିଲେ କର୍ମମୟ ଜୀବନ। ହେଲେ ସେଠାରେ ମାନସିକ ନିର୍ଯାତନା ଏତେ ବଢ଼ିଗଲା ଯେ, ବାଧ୍ୟ ହୋଇ ଚାକିରି ଛାଡ଼ିଲେ ଏବଂ ଫେରିଆସିଲେ ଗଁାକୁ। କିଛି ମାସ ଘରେ ରହିବା ପରେ କାମାକ୍ଷାନଗରର ଏକ ଘରୋଇ ସଂସ୍ଥାରେ ଚାକିରି କରିବା ପାଇଁ ତାଙ୍କୁ ମିଳିଥିଲା ସୁଯୋଗ। ଜାନୁୟାରୀ ୧୪ରେ ସେ କାର୍ଯ୍ୟରେ ଯୋଗଦେଲେ। ମାତ୍ର ସପ୍ତାହକ ଭିତରେ ସଂସ୍ଥା ତାଙ୍କୁ ଛଟେଇ କରିଦେଲା। ମାନସିକସ୍ତରରେ ଦୋହଲି ଯାଇଥିବା ଆଦିତ୍ୟ ଆଉ ଘରକୁ ଫେରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। କାମାକ୍ଷାନଗର ଏକ ଘରୋଇ ମେସ୍‌ରେ ଦୁଇଦିନ ରହିବା ପରେ ସହରର ଗଳିକନ୍ଦି ବୁଲି ଅନୁଧ୍ୟାନ କରିଥିଲେ। ସହରରେ ସାଣ୍ଡଉଇଚ୍‌ ଦୋକାନ ନ ଥିବା ଦେଖି ଏହି ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଥିଲେ। ଏହାପରେ କାମାକ୍ଷାନଗର କଲେଜ ଆଗରେ ଆରମ୍ଭ କରିଥିଲେ ‘ଆଦିତ୍ୟ ସାଣ୍ଡଉଇଚ୍‌ ପଏଣ୍ଟ’। ପ୍ରଥମେ ପ୍ରଥମେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ସେ ପାଲଟିଯାଇଛନ୍ତି ପୋଖତ ବ୍ୟବସାୟୀ। ‘ଆଦିତ୍ୟ ସାଣ୍ଡଉଇଚ୍‌ ପଏଣ୍ଟ’ରେ ମିଳୁଛି ବିଭିନ୍ନ ପ୍ରକାର ସାଣ୍ଡଉଇଚ୍‌। ଭେଜ୍‌ ବଟର ସାଣ୍ଡଉଇଚ୍‌, ପନିର ସାଣ୍ଡଉଇଚ୍‌, ଏଗ୍‌ ସାଣ୍ଡଉଇଚ୍‌ ୨୫ରୁ ୫୦ ଟଙ୍କା ଯାଏ ବିକ୍ରି ହେଉଛି। କମ୍‌ ତେଲ ଏବଂ ମସଲାରେ ପ୍ରସ୍ତୁତ ଏହି ଓ୍ବେଷ୍ଟର୍ନ ଖାଦ୍ୟ ଖାଇବାକୁ କଲେଜ ପିଲାଙ୍କ ସମେତ ସହରବାସୀ ଭିଡ଼ ଜମାଉଛନ୍ତି। ଅର୍ଡର ଦେଲେ ହୋମ୍‌ ଡେଲିଭରି ମଧ୍ୟ କରାଯାଉଛି। ଦିନକୁ ୭୦୦ରୁ ୧୦୦୦ ଟଙ୍କା ରୋଜଗାର ହେଉଛି। ୩ଦିନ ଧରି ଆୟୋଜିତ ପ୍ରସିଦ୍ଧ ରଜ ମହୋତ୍ସବରେ ସେ ୩୦,୦୦୦ ଟଙ୍କାର ବ୍ୟବସାୟ କରିଛନ୍ତି। ଆନୁଷଙ୍ଗିକ ସୁବିଧା, ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କେବଳ ସକାଳେ ବ୍ୟବସାୟ କରୁଛନ୍ତି। ଖୁବ୍‌ଶୀଘ୍ର ସହରରେ ନିଜର ସ୍ଥାୟୀ ଦୋକାନ ଖୋଲିବେ ଏବଂ ବ୍ୟବସାୟକୁ ବଢ଼ାଇବାକୁ ଯୋଜନା କରିଥିବା ଆଦିତ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri