ଋଣ ଆପ୍‌ରୁ ସର୍ବନାଶ: ରିକଭରି ଏଜେଣ୍ଟ କହୁଛନ୍ତି, ଯଦି ଶୁଝିପାରୁନ ତେବେ ମରିଯାଅ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୨(ବ୍ୟୁରୋ):ସମୟ ସହ ତାଳ ଦେଇ ମଣିଷର ଆବଶ୍ୟକତା ବଢ଼ିଥାଏ, ଯାହାକୁ ପୂରଣ କରିବାକୁ ହେଲେ ଅଧ୍ୟବସାୟ ବା ଆୟର ନିୟମିତ ଉତ୍ସ ଦରକାର। ଏଭଳି ଆବଶ୍ୟକତା ପୂରଣ ଓ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଅନେକ ସମୟରେ ଲୋକେ ଋଣ କରିଥାଆନ୍ତି। ସହଜ ଓ ସୁବିଧାରେ ଋଣ ହାତେଇବାକୁ ଯାଇ ଅନେକେ ‘ଟେପ୍‌-ଆଣ୍ଡ-ଗେଟ୍‌-ଏ-ଲୋନ୍‌ ସଲ୍ୟୁଶନ’କୁ ବାଛନ୍ତି। ଲୋକଙ୍କ ଅସୁବିଧା ବା ଅନଟନର ଫାଇଦା ଉଠାନ୍ତି ମନି ଲେଣ୍ଡିଂ ଆପ୍‌। ଋଣଜାଲରେ ଛନ୍ଦି ହେବା ପରେ ଗ୍ରହୀତା ସମ୍ପୃକ୍ତ କମ୍ପାନୀର ଭଡ଼ାଟିଆ ରିକଭରି ଏଜେଣ୍ଟଙ୍କ ଦ୍ୱାରା ହଇରାଣ ହୋଇ ଅଣନିଃଶ୍ୱାସୀ ହୋଇଯାଆନ୍ତି। ଆଉ ଶେଷରେ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି। ଦେଶରେ ଏଭଳି ଆପ୍‌ଗୁଡ଼ିକର ଦୌରାମତ୍‌ୟ ବଢ଼ିବାରେ ଲାଗିଥିବାବେଳେ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ଆଇନ ଥିବା ମନେହେଉନାହିଁ। ଏପରି ଅପରାଧୀଙ୍କଠାରୁ ଡିଜିଟାଲ ସଚେତନତା ହିଁ ରକ୍ଷା କରିପାରିବ ବୋଲି ମତ ଦିଅନ୍ତି ବିଶେଷଜ୍ଞ।

ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ପୋଡ଼ଡିହ ଗ୍ରାମର କାଶୀନାଥ ରାଉତ ଟ୍ରେନ୍‌ରେ ମୁଢ଼ି ପାମ୍ପଡ଼ ବିକି ପରିବାର ଚଳାଉଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯିବାରୁ ଘର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଜୀବିକା ହରାଇବା ପରେ କାଶୀନାଥ ବାଧ୍ୟହୋଇ ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ୫୦ ହଜାର ଟଙ୍କା ଋଣ ନେଇଥିଲେ। ସେହି ଟଙ୍କା ବିନିଯୋଗ କରି ଅର୍ଥ ଉପାର୍ଜନର ନୂଆ ପନ୍ଥା ବାହାର କରିବା ପାଇଁ ସେ ଉଦ୍ୟମ କରିଥିଲେ। ହେଲେ ଲକ୍‌ଡାଉନ୍‌ ତାଙ୍କ ଯୋଜନାକୁ ସଫଳ ହେବାକୁ ଦେଇ ନ ଥିଲା। ଏହାସତ୍ତ୍ୱେ କାଶୀନାଥ କଷ୍ଟେମଷ୍ଟେ ଋଣ ଶୁଝୁଥିଲେ। ପରିଶୋଧରେ ବିଳମ୍ବ ହେଲେ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ କହୁଥିଲେ, ‘ଯଦି ଶୁଝିପାରୁନ ତେବେ ମରିଯାଅ’। କାଶୀନାଥ ସତକୁ ସତ ସ୍ତ୍ରୀ କନକଲତାଙ୍କ ସହ କୀଟନାଶକ ପିଇ ଆମତ୍ହତ୍ୟା କରିଥିଲେ ୨୦୨୦ ଅକ୍ଟୋବର ୩ରେ । ଓଡ଼ିଶା ସମେତ ସାରା ଦେଶରେ ପ୍ରତ୍ୟହ ଏପରି ଅନେକ ଘଟଣାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଦିବ୍ୟଲୋଚନ ବେହେରାଙ୍କ ମେଡିକାଲ କାମ ପାଇଁ ଟଙ୍କା ଜରୁରୀ ଥିଲା। ୨୪ ଘଣ୍ଟା ମଧ୍ୟରେ ଲୋନ୍‌ ମିଳିବା ନେଇ ସୋସିଆଲ ମିଡିଆରେ ବିଜ୍ଞାପନ ଦେଖି ସେ ଦିଲ୍ଲୀର ଏକ ଅନଲାଇନ୍‌ ଋଣ ପ୍ରଦାନକାରୀ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଉକ୍ତ ସଂସ୍ଥା ପକ୍ଷରୁ ଏହାର କାର୍ଯ୍ୟାଳୟ ରାୟଗଡ଼ାରେ ଥିବା ନେଇ ତାଙ୍କୁ ଜଣାଯାଇଥିଲା। ଏଥିସହ ତାଙ୍କର ୧୦ ଲକ୍ଷ ଟଙ୍କା ଋଣ ୨୪ ଘଣ୍ଟାରେ କରାଇବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଋଣ ମଞ୍ଜୁର କରିବା ପାଇଁ ତାଙ୍କଠାରୁ ପ୍ରଥମେ ୧୫ ହଜାର ଓ ପରେ କ୍ଲିୟରାନ୍ସ ଲାଗି ୨୦ ହଜାର ଟଙ୍କା ନିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଋଣ ଦିଆଯାଇ ନ ଥିଲା। ଠକେଇର ଶିକାର ହେବା ପରେ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ସେହିପରି କଟକ ବାଙ୍କୀର ମୃତ୍ୟୁଞ୍ଜୟ ମହାପାତ୍ର ବ୍ୟବସାୟ ପାଇଁ ୫ ଲକ୍ଷ ଟଙ୍କାର ଲୋନ ନେବାକୁ ଚାହିଁଥିଲେ। ରାଜଧାନୀର ଏକ ନାମୀଦାମୀ ଅନଲାଇନ୍‌ କମ୍ପାନୀ ୨୪ ଘଣ୍ଟାରେ ଋଣ ଦେବାକୁ କହି ୧୫ ହଜାର ଟଙ୍କା ତାଙ୍କଠାରୁ ଠକିନେଇଛି। ୪ ଲକ୍ଷ ଟଙ୍କାର ଆଇଟି ରିଟର୍ନ ସାର୍ଟିଫିକେଟ ଦେଖାଇବା ପରେ ୫ ଲକ୍ଷ ଋଣ ପାଇବା ପାଇଁ କାଗଜପତ୍ର ଦାଖଲ କରିଥିଲେ। ମାତ୍ର ଲୋନ ଲଗ୍‌ଇନ୍‌ ଓ ଆପ୍ରୁଭ କରିବା ନେଇ ୧୫ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଟଙ୍କା ଜମା କରିବା ପରେ ସଂସ୍ଥାର କର୍ମଚାରୀ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ପରେ ଯୋଗାଯୋଗ କରିବାରୁ ସେଠାରେ ସେପରି କେହି କର୍ମଚାରୀ ନ ଥିବା ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଅନୁରୂପ ଭାବେ ଖୋର୍ଦ୍ଧା ଜିଲା ମୁକ୍ତାପୁରର ଜଣେ ୪୩ ବର୍ଷୀୟ ବ୍ୟକ୍ତି ୮ ମାସ ତଳେ ଏକ ସୁନାମଧନ୍ୟ ଆପ୍‌ ଡାଉନ୍‌ଲୋଡ୍‌ କରି ନିଜ ନାମ ପଞ୍ଜୀକରଣ କରିଥିଲେ। ସେ ଉକ୍ତ ଆପ୍‌ ଜରିଆରେ ୩୦ ହଜାର ଟଙ୍କା ଋଣ ନେଇଥିଲେ। ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଥିବାରୁ ଋଣ ନେଇଗଲେ ସିନା, ହେଲେ ସୁଧ ଅଧିକ ହୋଇଥିବାରୁ ତାକୁ ଶୁଝି ପାରି ନ ଥିଲେ। ଉକ୍ତ କମ୍ପାନୀ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେବା ପରେ ସେ ଏବେ ମୋଟା ଅଙ୍କର ସୁଧ ସହ ଋଣ ଅର୍ଥ ଶୁଝିବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ତାଙ୍କୁ ନିଜ ବ୍ୟକ୍ତିଗତ ଓ ପାରିବାରିକ ଖର୍ଚ୍ଚକୁ କାଟ୍‌ କରିବାକୁ ପଡ଼ୁଛି।
କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ପି. ସୁନୀଲଙ୍କୁ ବରବାଦ କରିଦେଲା। ତେଲଙ୍ଗାନାର ଏହି ୨୮ ବର୍ଷୀୟ ଯୁବକ ତାଲାବନ୍ଦ ଯୋଗୁ ଚାକିରି ହରାଇ ଋଣ ନେବା ପରେ ଜାଲରେ ଛନ୍ଦି ହୋଇଯାଇଥିଲେ। ସେହି ଋଣ ଶୁଝିବାକୁ ଯାଇ ସୁନୀଲ ତତ୍କାଳ ଋଣ ପ୍ରଦାନର ପ୍ରତିଶ୍ରୁତି ଦେଉଥିବା ବିଭିନ୍ନ ଲୋନ୍‌ ଆପ୍‌ର ସାହାରା ନେଇଥିଲେ। ଆପ୍‌ ଜରିଆରେ ଏକାଧିକ ଋଣ ନେଇ ସେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ରିକଭରି ଏଜେଣ୍ଟମାନେ ତାଙ୍କୁ ଗୋଡ଼ାଇବାରେ ଲାଗିଲେ। ସୁନୀଲଙ୍କ ପାଖକୁ ପ୍ରତିଦିନ ଋଣ ଶୁଝିବା ପାଇଁ ବହୁ ମେସେଜ୍‌ ଆସିବାରେ ଲାଗିଥିଲା। ଏଜେଣ୍ଟମାନେ ତାଙ୍କ କଲ୍‌ ଲିଷ୍ଟରେ ଥିବା ସମସ୍ତଙ୍କୁ ଫୋନ୍‌ କରି ସେ ବିଷୟରେ ଜଣାଇବାରେ ଲାଗିଲେ। ସୁନୀଲ ଏଥିରେ ଅପମାନିତ ହୋଇ ଗତ ସପ୍ତାହରେ ଆମତ୍ହତ୍ୟା କଲେ। ସେହିପରି ଇନ୍ଦୋରର ଜଣେ ମହିଳା ଏକ ଆପ୍‌ ଜରିଆରେ ୨୦,୦୦୦ ଟଙ୍କାର ଋଣ ନେଇଥିଲେ। ଇଜି ମନ୍ଥଲି ଇନ୍‌ଷ୍ଟଲମେଣ୍ଟ (ଇଏମ୍‌ଆଇ) ପଇଠ କରିବାରେ ଦିନେ ବିଳମ୍ବ ହେବାରୁ ଏଜେଣ୍ଟମାନେ ତାଙ୍କ ଫଟୋ ଶେୟାର କରିବା ସହ ତାଙ୍କୁ ଠକ ଆଖ୍ୟା ଦେଇଥିଲେ। ଏପରି କି ପୋଲିସରେ ମାମଲା ରୁଜୁ କରି ତାଙ୍କ ଘରକୁ କଲେକ୍ସନ ଏଜେଣ୍ଟମାନଙ୍କୁ ପଠାଇବାକୁ ମଧ୍ୟ ଧମକ ଦେଇଥିଲେ। ଶେଷରେ ସେମାନେ ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କ ପାଖକୁ ଫୋନ୍‌ କରିବାରେ ଲାଗିଲେ।
ଅନଟନରେ ଥିବା ସମୟରେ ଋଣ ପ୍ରଦାନକାରୀ ଆପ୍‌ ଅନେକଙ୍କ ପାଇଁ ଲୋଭନୀୟ ଆକର୍ଷଣ ପାଲଟିଥାଏ। କିନ୍ତୁ ଟେପ୍‌-ଆଣ୍ଡ-ଗେଟ୍‌-ଏ-ଲୋନ୍‌ ସଲ୍ୟୁଶନ ଯୋଗୁ ବହୁ ଲୋକ ଋଣଜାଲରେ ଛନ୍ଦି ହୋଇଯାଉଛନ୍ତି। ଫଳରେ ସେମାନଙ୍କ ପୂର୍ବ ଆର୍ଥିକ ସ୍ଥିତି ଅପେକ୍ଷା ପରବର୍ତ୍ତୀ ଅବସ୍ଥା ଆହୁରି ସଙ୍ଗିନ ହୋଇଯାଉଛି। ଋଣ ପ୍ରଦାନକାରୀ ଆପ୍‌ଗୁଡ଼ିକର ଭଡ଼ାଟିଆ ରିକଭରି ଏଜେଣ୍ଟମାନେ ଗୋଡ଼ାଇତୁଡ଼ାଇ ହଇରାଣ କରୁଥିବାରୁ ଋଣୀମାନଙ୍କ ମଧ୍ୟରୁ ଅନେକେ ଆମତ୍ହତ୍ୟା କରିବାକୁ ପଛାଉନାହାନ୍ତି। ଅନ୍ୟ କେତେଜଣ ପୋଲିସ ପାଖକୁ ଧାଉଁଥିଲେ ମଧ୍ୟ ଆଇନର ଫାଙ୍କ ଦେଇ ଏଜେନ୍ସିଗୁଡ଼ିକ ସେମାନଙ୍କୁ ହଇରାଣ ଓ ଅପମାନିତ କରିବାରେ ଲାଗିଛନ୍ତି। ଇନ୍‌ଷ୍ଟାଣ୍ଟ ମନି-ଲେଣ୍ଡିଂ ଆପ୍‌ ସ୍କାମ୍‌ ବିରୋଧରେ ଦେଶବ୍ୟାପୀ ଅଭିଯୋଗ ବଢ଼ିବାରେ ଲାଗିଥିବାବେଳେ ମଙ୍ଗଳବାର ସାଇବରାବାଦ ଏବଂ ହାଇଦ୍ରାବାଦ ପୋଲିସ ହାଇଦ୍ରାବାଦ ଓ ଗୁର୍‌ଗାଓଁରୁ ୧୯ ଜଣଙ୍କୁ ଗିରଫ କରିଛି। ଏହି ର଼୍ୟାକେଟରେ ଚାଇନାର ଠକଙ୍କ ସମ୍ପୃକ୍ତି ଥିବା ହାଇଦ୍ରାବାଦ ପୋଲିସ ସନ୍ଦେହ କରିଛି। ପୋଲିସ କହିଛି ଯେ, ଏହି ବହୁ କୋଟି ଟଙ୍କାର ମନି ଲେଣ୍ଡିଂ ର଼୍ୟାକେଟରେ ଅନୂ୍ୟନ ୩୦ଟି ଆପ୍‌ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର (ଆଇଟି) ବିଭାଗକୁ ମଧ୍ୟ ଖୁବ୍‌ଶୀଘ୍ର ଏହାର ତଦନ୍ତରେ ସାମିଲ କରାଯିବ। ବ୍ୟାଙ୍କଗୁଡ଼ିକୁ ପତ୍ର ଲେଖି ୧୮ଟି ଆକାଉଣ୍ଟକୁ ବାଜ୍ୟାପ୍ତ କରାଯାଇଥିବା ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ସୂଚନା ଦେଇଛନ୍ତି। ସୂଚନାନୁସାରେ ଏଭଳି ଆପ୍‌ ଯୋଗୁ କେବଳ ତେଲଙ୍ଗାନାରେ ଚଳିତ ମାସ ୩ ଜଣ ଆମତ୍ହତ୍ୟା କରିଛନ୍ତି। ୨୪ ବର୍ଷୀୟା କେ.ମୌନିକା ସିଦ୍ଦିପେଟ୍‌ରେ ଜଣେ କୃଷି ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଠିକ୍‌ ସମୟରେ ସେ ଋଣ ଶୁଝି ନ ପାରିବାରୁ ଆପ୍‌ କମ୍ପାନୀ ଉକ୍ତ ମହିଳାଙ୍କୁ ଜଣେ ଖିଲାପକାରୀ ଦର୍ଶାଇ ତାଙ୍କ ଫଟୋ ଓ ଫୋନ୍‌ ନମ୍ବରକୁ ସୋସିଆଲ ମିଡିଆରେ ଶେୟାର କରିଥିଲା। ଡିସେମ୍ବର ୧୬ରେ ସେ ଆମତ୍ହତ୍ୟା କରିଥିଲେ। ସେହିଦିନ ପି. ସୁନୀଲ ମଧ୍ୟ ନିଜ ଫ୍ଲାଟରେ ଜୀବନ ହାରିଥିଲେ।
ବ୍ୟାଙ୍କ ଅଧିକାରୀଙ୍କ ମତ
ବ୍ୟାଙ୍କ ଅଧିକାରୀମାନଙ୍କ ମତରେ ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ଏଭଳି ଲୋକଙ୍କୁ ଋଣ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି, ଯାହାଙ୍କ ପାଖରେ ଅଧିକ ଅର୍ଥ ନ ଥାଏ। ସଫ୍ଟଓ୍ବେର ବ୍ୟବହାର କରି ବ୍ୟାଙ୍କ ଷ୍ଟେଟମେଣ୍ଟକୁ ବିଶ୍ଳେଷଣ କରିବା ପରେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଶୋଧ ସାମର୍ଥ୍ୟ ସୂଚନା ପାଇପାରନ୍ତି। ଲୋନ୍‌ ଆପ୍‌ କମ୍ପାନୀଗୁଡ଼ିକ ମଧ୍ୟ ସର୍ବାଧିକ ସୁଧ ହାର କ୍ଷେତ୍ରରେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିୟମକୁ ଉଲ୍ଲଂଘନ କରୁଛନ୍ତି।

ଗୋଲକ ଧନ୍ଦା
ଋଣ ପ୍ରଦାନକାରୀ ଆପ୍‌ଗୁଡ଼ିକର କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସେହି ସଂସ୍ଥାଗୁଡ଼ିକ ଅନେକ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି) ସହ ଜଡ଼ିତ। ସେମାନେ ଏନ୍‌ବିଏଫ୍‌ସି ସହ ଏହି ସମ୍ପର୍କକୁ ଆଇନଗତ ସୁରକ୍ଷା କବଚ ଭାବେ ବ୍ୟବହାର କରିଥାନ୍ତି। ଏନ୍‌ବିଏଫ୍‌ସି ସହିତ ସହଅନୁବନ୍ଧିତ ହୋଇ ଲେଣ୍ଡିଂ ଆପ୍‌ଗୁଡ଼ିକ ସମ୍ପୃକ୍ତ କମ୍ପାନୀରୁ ଅର୍ଥ ନେଇ ଅଭାବୀ ବ୍ୟକ୍ତିଙ୍କୁ ଖୋଜନ୍ତି। ଔପଚାରିକତା ଶେଷ ହେବା ପରେ ଋଣ ଦିଆଯାଏ। ତେବେ ଏନ୍‌ବିଏଫ୍‌ସିଗୁଡ଼ିକ ସେମାନଙ୍କ ରିକଭରି ଏଜେଣ୍ଟମାନଙ୍କୁ ଲେଣ୍ଡିଂ ଆପ୍‌ଗୁଡ଼ିକ ପାଇଁ କାର୍ଯ୍ୟ କରିବା ସକାଶେ ଅନୁମତି ଦେବାକୁ ଅଧିକୃତ ହୋଇ ନ ଥିଲେ ବି ଏପରି କରିଥାନ୍ତି। ଏହା ଉପରେ ନିୟନ୍ତ୍ରକଙ୍କ କଡ଼ା ନଜର ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

କ’ଣ କହୁଛି ପୋଲିସ
ଋଣ ପ୍ରଦାନକାରୀ ଆପ୍‌ ଜାଲରେ ଦେଶର ହଜାର ହଜାର ଲୋକ ଛନ୍ଦି ହୋଇଯାଇଛନ୍ତି। ଇନ୍‌ଷ୍ଟାଣ୍ଟ ଲୋନ୍‌ ପାଇଁ ଲୋକେ ପ୍ରଥମେ ଆପ୍‌ ଡାଉନ୍‌ଲୋଡ୍‌ କରିଥାନ୍ତି। ଲୋନ୍‌ ପ୍ରୋସେସ୍‌କୁ ଆଗକୁ ବଢ଼ାଇବା ପାଇଁ ଆପ୍‌ ଆଧାର ଓ ପାନ୍‌ କାର୍ଡ ବିବରଣୀ ସହ ସେଲ୍ଫି ମାଗିଥାଏ। ଏହା ସହ ସେମାନଙ୍କ ଫଟୋ ଗ୍ୟାଲେରି ଓ ଫୋନ୍‌ କଣ୍ଟାକ୍ଟ ନମ୍ବର ଆକ୍ସେସ୍‌ ଅନୁମତି ମଗାଯାଇଥାଏ। ଋଣ ମଞ୍ଜୁର ହେବା ପରେ ଆବେଦନକାରୀଙ୍କୁ ଶୁଝିବା ନିର୍ଦ୍ଦିଷ୍ଟ ସମୟ ସୀମା ଦିଆଯାଇଥାଏ। ଶୁଝିବାରେ ବିଳମ୍ବ ହେଲେ ଆରମ୍ଭ ହୁଏ ଏଜେଣ୍ଟଙ୍କ ନିର୍ଯାତନା। ଋଣ ଗ୍ରହୀତା ନିଜ କଣ୍ଟାକ୍ଟ ଡିଟେଲ ଓ ଗ୍ୟାଲେରି ଆକ୍ସେସ୍‌ ପାଇଁ ଅନୁମତି ଦେଉଥିବାରୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?