Posted inଜାତୀୟ

ହିମାଚଳ ପ୍ରଦେଶରେ ପରାଜୟ ସତ୍ତ୍ୱେ ନଡ୍ଡା କାହିଁକି ହେଲେ ଭାଜପା ଅଧ୍ୟକ୍ଷ? ଚଳିତ ବର୍ଷ ତାଙ୍କ ଲାଗି ‘ଅଗ୍ନିପଥ’

ନୂଆଦିଲ୍ଲୀ,୧୭।୧: ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ ଦୁଇ କିମ୍ବା ଅଧିକ ଥର ପାଇଁ ଅଧ୍ୟକ୍ଷ ହୋଇଥିଲେ। ଏବେ ନଡ୍ଡା ତୃତୀୟ ନେତା ଭାବେ ଦଳର ନେତୃତ୍ୱ ପାଇଛନ୍ତି।

ମୋଦି ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନଡ୍ଡାଙ୍କ ସଂଗଠନର ଅଭିଜ୍ଞତା ରହିଛି। ଭାଜପା ଅଧ୍ୟକ୍ଷ ହେବା ପୂର୍ବରୁ ନଡ୍ଡା ଜମ୍ମୁ-କଶ୍ମୀର ଏବଂ ୟୁପିର ପ୍ରଭାରୀ ମହାସଚିବ ଥିଲେ। ୨୦୧୦ରେ ସେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ, ସେତେବେଳେ ନୀତିନ ଗଡକରୀ ତାଙ୍କୁ ଦଳର ସଚିବ ଭାବେ ନିଯୁକ୍ତ କରିଥିଲେ।

ହିମାଚଳ ପ୍ରଦେଶ ହେଉଛି ନଡ୍ଡାଙ୍କ ଗୃହ ରାଜ୍ୟ। ଏଠାରେ ନିକଟରେ ହୋଇଥିବା ନିର୍ବାଚନରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ନଡ୍ଡାଙ୍କ ପଦବୀ ବିପଦରେ ଥିବା କୁହାଯାଉଥିଲା। ହେଲେ ସେଭଳି କିଛି ହୋଇନାହିଁ। ସେ ପୁଣିଥରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କାହିଁକି, ଆସନ୍ତୁ ଜାଣିବା…

-ମୋଦି-ଶାହାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ:
୨୦୨୧ରେ ମୋଦି କ୍ୟାବିନେଟରେ ପରିବର୍ତ୍ତନ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ନାମଙ୍କୁ ନେଇ ମୋଦି, ଅମିତ ଶାହା ଏବଂ ନଡ୍ଡାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କିଛି ବଳିଷ୍ଠ ମନ୍ତ୍ରୀଙ୍କୁ ହଟାଇବkା ଉପରେ ସହମତି ପ୍ରକାଶ ପାଇଥିଲା। ଏଥିମଧ୍ୟରେ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର ଏବଂ ହର୍ଷ ବର୍ଦ୍ଧନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ମନ୍ତ୍ରୀଙ୍କଠାରୁ ଇସ୍ତଫା ପଠାଇବା ଦାୟିତ୍ୱ ନଡ୍ଡାଙ୍କୁ ଦିଆଯାଇଥିଲା। ନାଡା ସମସ୍ତ ୧୨ ମନ୍ତ୍ରୀଙ୍କୁ ଡାକି ସେମାନଙ୍କ ଇସ୍ତଫା ପିଏମ୍‌ଓକୁ ପଠାଇବାକୁ କହିଥିଲେ। ଏହି ଯୋଜନା ଏତେ ସୁରୁଖୁରୁରେ କାର୍ଯ୍ୟକାରୀ ହେଲା ଯେ ଆରମ୍ଭରେ କେହି ବି ସୂଚନା ପାଇ ନ ଥିଲେ।

-ବିହାର-ୟୁପିରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ:
ନଡ୍ଡାଙ୍କୁ ୨୦୨୦ ରେ ବିଜେପିର ଜାତୀୟ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ପ୍ରାୟ ୧୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ୫ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିଥିବାବେଳେ୨ ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାରେ ସଫଳ ହୋଇଥିଲା।

ନଡ୍ଡାଙ୍କ ନେତୃତ୍ୱରେ ବିହାର ଏବଂ ୟୁପିରେ ଭାଜପା ଭଲ ପ୍ରଦର୍ଶନ କରିଥିଲା। ଭାଜପା ୭୪ଟି ସିଟ ଜିତି ବିହାରରେ ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିବାବେଳେ ୟୁପିରେ ୨୫୦ ରୁ ଅଧିକ ସିଟ୍‌ ଜିତି ସରକାର ଗଠନ କରିଛି। ଏହି ଦୁଇଟି ରାଜ୍ୟରେ ମୋଟ ୧୨୦ ଲୋକସଭା ଆସନ ଅଛି।

-ଏବେ ମିଶନ ୨୦୨୪ ମୋଡ୍‌ରେ ନଡ୍ଡା, ୯ ରାଜ୍ୟରେ ଦଳକୁ ମଜଭୂତ କରିବା ଲକ୍ଷ୍ୟ:-

୨୦୨୩ ରେ ନିର୍ବାଚନ ହେବାକୁ ଥିବା ୯ ରାଜ୍ୟ ମଧ୍ୟରୁ ୫ ରାଜ୍ୟରେ ଭାଜପା ମିଳିତ ସରକାର ଅଛି। ଅର୍ଥାତ ଏହି ୫ ରାଜ୍ୟରେ ଭାଜପା ସାମ୍ନାରେ ଏକ ଚ୍ୟାଲେଞ୍ଜ ମଧ୍ୟ ରହିଛି। ସେହିଭଳି ୪ ରାଜ୍ୟ ତେଲେଙ୍ଗାନା, ରାଜସ୍ଥାନ, ମିଜୋରାମ ଏବଂ ଛତିଶଗଡରେ ଜିତିବା ମଧ୍ୟ ଦଳ ପାଇଁ ଆହ୍ବାନ ପାଲଟିବ ବୋଲି କୁହାଯାଉଛି। ଏମିତିରେ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର ହାଇକମାଣ୍ଡ ସମସ୍ତ ରାଜ୍ୟକୁ ହାତେଇବା ଲାଗି ରଣନୀତି ପ୍ରସ୍ତୁତ କରିପାରିବ। ଏହାଛଡ଼ା ମେଣ୍ଟ ସରକାର ଗଠନ କରିବା ଦିଗରେ ମଧ୍ୟ କାମ କରିପାରିବ। ମୋଦି-ଶାହଙ୍କ ବିଶ୍ୱସନୀୟ ହୋଇଥିବାରୁ ନଡ୍ଡା ଏହି କାମ ସହଜରେ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri