କ୍ୟାନ୍‌ସର ଚିକିତ୍ସାରେ ଅସମାନତା

ରାଫେଲ୍‌ ମାରିଆନୋ ଗ୍ରୋସି

ଉନ୍ନତ ତଥା ଆଧୁନିକ କ୍ୟାନ୍‌ସର ଚିକିତ୍ସା ବ୍ୟବସ୍ଥାରୁ ଏବେ ପର୍ଯ୍ୟାପ୍ତ ଲାଭ ମିଳୁଛି ଓ ଅନେକ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହେଉଛି। ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ଧନୀଦେଶଗୁଡ଼ିକ କ୍ୟାନ୍‌ସର ରୋଗୀଙ୍କ ସମ୍ଭାବ୍ୟ ମୃତ୍ୟୁହାର ୨୦ ପ୍ରତିଶତ ହ୍ରାସ କରିପାରିଛନ୍ତି। ହେଲେ ବିଶ୍ୱରେ ଧନୀ ଦେଶଗୁଡ଼ିକୁ ଛାଡ଼ିଦେଲେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଏଭଳି ଅଗ୍ରଗତି ଅନ୍ୟ ଦେଶଗୁଡ଼ିକରେ ହୋଇପାରିନାହିଁ। ସେମାନେ ଉନ୍ନତ ଚିକିତ୍ସା ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଫଳରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ପୂର୍ବରୁ ରହିଥିବା ବୈଶ୍ୱିକ ଅସମାନତା ଦୃଢ଼ ହେବାରେ ଲାଗିଛି। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ କ୍ୟାନ୍‌ସରରେ ପୀଡ଼ିତ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ଏପରି କି ଏହି ଦେଶଗୁଡ଼ିକ ମଧ୍ୟରୁ ଅନେକ କ୍ୟାନ୍‌ସରକୁ ମୁକାବିଲା କରିବା ଲାଗି ଆବଶ୍ୟକ ଉପକରଣ ପାଉନାହାନ୍ତି ।
ଏହା ଯୋଗୁ ୨୦୪୦ ସୁଦ୍ଧା କ୍ୟାନ୍‌ସରରେ ଏହି ସବୁ ଦେଶରେ ବର୍ଷକୁ ୧୧ ମିଲିୟନ ବା ୧ କୋଟି ୧୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିବେ। ଲାଟିନ୍‌ ଆମେରିକା ଏବଂ କାରିବିୟାନ ଦେଶଗୁଡ଼ିକରେ ୨୦୨୦ରେ ପାଖାପାଖି ୧.୫ ମିଲିୟନ ବା ୧୫ ଲକ୍ଷ ଲୋକ କ୍ୟାନ୍‌ସରରେ ପୀଡ଼ିତ ହୋଇଥିଲେ। ୨୦୪୦ ସୁଦ୍ଧା କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଆହୁରି ୧୦ ଲକ୍ଷ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ଏତିକି ନୁହେଁ, ବାର୍ଷିକ ମୃତ୍ୟୁସଂଖ୍ୟା ୭ ଲକ୍ଷ ୧୩ ହଜାରରୁ ୧୨ ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇବ। ଆଫ୍ରିକାରେ ଆଗାମୀ ଦଶନ୍ଧିଗୁଡ଼ିକରେ କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ବଢ଼ିବ। ଏବେ ଆଫ୍ରିକାରେ କ୍ୟାନ୍‌ସର ମୃତ୍ୟୁହାର ବୈଶ୍ୱିକ ହାରାହାରି ଠାରୁ ୩୦% ଅଧିକ ରହିଛି।
କ୍ୟାନ୍‌ସର ମୃତ୍ୟୁକୁ ରୋକିବା ଏବଂ ଚିକିତ୍ସାର ଏବକାର ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଶ୍ୱସ୍ତରରେ ଅଧିକ ପ୍ରାଥମିକତା ଦିଆଯିବା ଆବଶ୍ୟକ। ଏବେ ବିଶ୍ୱ ଏକ ଅତି ଗମ୍ଭୀର ମହାମାରୀ ଦେଇ ଗତିକରୁଛି ଏବଂ ଏଥିରୁ ଦୂରେଇ ରହିବା ସମସ୍ତଙ୍କ ପାଇଁ ଭଲ। ତେବେ ଜୀବନଶୈଳୀ ଉନ୍ନତ ହୋଇ ଲୋକେ ଅଧିତ୍କ ଦିନ ବଞ୍ଚତ୍ବାକୁ ସକ୍ଷମ ହେଉଥିବାରୁ କ୍ୟାନ୍‌ସର ଜନିତ ମୃତ୍ୟୁ ଅନ୍ୟ ସଂକ୍ରାମକ ରୋଗଜନିତ ମୃତ୍ୟୁକୁ ଟପିଯାଇଛି। ବର୍ତ୍ତମାନ ଆଫ୍ରିକାରେ ଯକ୍ଷ୍ମା ଏବଂ ମ୍ୟାଲେରିଆ ତୁଳନାରେ କ୍ୟାନ୍‌ସରରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୯ ଶେଷାର୍ଦ୍ଧରୁ ଆଫ୍ରିକା ଓ ଏସିଆରେ କୋଭିଡ୍‌-୧୯ ମହାମାରୀ ଯୋଗୁ ଯେତିକି ମୃତ୍ୟୁ ଘଟିଛି, ତା’ଠାରୁ ୬ଗୁଣ ଅଧିକ ଆଫ୍ରିକୀୟ ଓ ୧୦ଗୁଣ ଅଧିକ ଏସୀୟଙ୍କ ମୃତ୍ୟୁ ହୋଇଛି କ୍ୟାନ୍‌ସରରେ।
ଏଭଳି ପରିବର୍ତ୍ତନ ପାଇଁ ସ୍ବାସ୍ଥ୍ୟସେବା ଖର୍ଚ୍ଚ ଆବଣ୍ଟନକୁ ବିଚାରକୁ ନେବାର ଆବଶ୍ୟକତା ରହିଛି। ଅନେକ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ କ୍ୟାନ୍‌ସର ଭଳି ଅଣସଂକ୍ରାମକ ରୋଗସବୁର ମୁକାବିଲା କରିବା ପାଇଁ ଏବେସୁଦ୍ଧା ଯେଉଁ ପାଣ୍ଠି ଯୋଗାଇ ଦିଆଯାଉଛି, ତାହା ସେଠାରେ ସଂକ୍ରାମକ ରୋଗ ସକାଶେ ଖର୍ଚ୍ଚ ହେଉଥିବା ପରିମାଣ ତୁଳନାରେ ଖୁବ୍‌ କମ୍‌। ଏପରି କି ଆଫ୍ରିକାରେ ୨୩ ଦେଶରେ ଗୋଟିଏ ହେଲେ ରେଡିଓଗ୍ରାଫି ମେଶିନ୍‌ ନାହିଁ। ଫଳରେ ମହାଦେଶର ୭୦%ରୁ ଊର୍ଦ୍ଧ୍ୱ ଲୋକ ଏହି ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଅଧାରୁ ଅଧିକ ରୋଗୀଙ୍କର ଏହା ନିହାତି ଆବଶ୍ୟକ ହେଉଥିବାବେଳେ ସେମାନେ ଏଥିରୁ ବଞ୍ଚିିତ ହେଉଛନ୍ତି। ଆଫ୍ରିକାରେ ରେଡିଓଗ୍ରାଫି ଉପରେ ବାର୍ଷିକ ମୁଣ୍ଡପିଛା ଖର୍ଚ୍ଚ ୦.୫୩ ଡଲାର ଥିବାବେଳେ ଉତ୍ତର ଆମେରିକାରେ ସମସ୍ତ ରୋଗୀଙ୍କ ରେଡିଓଗ୍ରାଫି ଆବଶ୍ୟକତା ପୂରଣ କରାଯାଉଛି। ଏହି ଖର୍ଚ୍ଚ ପରିମାଣ ଆଫ୍ରିକାଠାରୁ ୩୫ଗୁଣ ଅଧିକ। ଠିକ୍‌ ଏହିଭଳି ଭାବେ ଖର୍ଚ୍ଚର ପରିମାଣକୁ ୟୁରୋପ ସହ ତୁଳନା କରାଯାଇପାରେ। ଏହା ହିଁ ବିଶ୍ୱରେ କ୍ୟାନ୍‌ସର ଚିକିତ୍ସାର ଅସମାନତା ବା ପକ୍ଷପାତିତାକୁ ଦର୍ଶାଏ। ବିଶ୍ୱରେ କ୍ୟାନ୍‌ସର ମୃତ୍ୟୁହାର ମଧ୍ୟ ଏଭଳି ପକ୍ଷପାତକୁ ସୂଚିତ କରେ। ଧନୀ ଦେଶଗୁଡ଼ିକରେ କ୍ୟାନ୍‌ସରରେ ପୀଡ଼ିତ ୧୦ ଜଣ ପିଲାଙ୍କ ମଧ୍ୟରୁ ୭ ଜଣ ବଞ୍ଚୁଥିବାବେଳେ ଆଫ୍ରିକାରେ ୧୦ ଜଣରେ ୩ ଜଣରୁ କମ୍‌ ବଞ୍ଚୁଛନ୍ତି। ବିଶ୍ୱରେ ମୋଟ କ୍ୟାନ୍‌ସର ପୀଡ଼ିତ ପିଲାଙ୍କ ମଧ୍ୟରୁ ୧୦% ଦେଖାଯାଇଥାଏ ଲାଟିନ୍‌ ଆମେରିକା ଓ କାରିବିୟାନ ଦେଶଗୁଡ଼ିକରେ। ଅନ୍ୟ ରୋଗ ତୁଳନାରେ ଏହିସବୁ ଦେଶରେ ଅଧିକ ପିଲା ଓ କିଶୋରଙ୍କର କ୍ୟାନ୍‌ସରରେ ବି ମୃତ୍ୟୁ ହୋଇଥାଏ। ଏହିସବୁ ଅସମାନତା ଲାଗି ରହିବା ଉଚିତ ନୁହେଁ। କ୍ୟାନ୍‌ସର ମୁକାବିଲା କରିବା ପାଇଁ ନିବେଶ କରାଗଲେ ସେଥିରୁ ପର୍ଯ୍ୟାପ୍ତ ଲାଭ ମିଳିପାରିବ। ଚିକିତ୍ସା, ଇମେଜିଂ (ଶରୀର ଭିତରର ବାସ୍ତବ ସ୍ଥିତି ପରଖିବା ବ୍ୟବସ୍ଥା)ରେ ଉନ୍ନତି ଆଣିବା ଏବଂ ଚିକିତ୍ସାର ଗୁଣବତ୍ତାରେ ଉନ୍ନତି ଆଣି ତାହାକୁ ବିଶ୍ୱରେ ସମ୍ପ୍ରସାରିତ କରିବା ଦ୍ୱାରା ଗରିବ ଦେଶଗୁଡ଼ିକରେ ରୋଗରୁ ବଞ୍ଚିବା ହାର ଯଥେଷ୍ଟ ବୃଦ୍ଧି ପାଇପାରିବ। ଅଧିକ ନ୍ୟୁକ୍ଲିୟର ମେଡିସିନି ବା ତେଜସ୍କ୍ରିୟ ଚିକିତ୍ସା ପଦ୍ଧତି ବିଶେଷ କରି ରେଡିଓଲୋଜି ଏବଂ ମେଡିକାଲ ଇମେଜିଂ ସର୍ଭିସଗୁଡ଼ିକ ଯୋଗାଇ ଦିଆଗଲେ ତାହା ବିଶ୍ୱରେ ୨୦୩୦ ସୁଦ୍ଧା କ୍ୟାନ୍‌ସରଜନିତ ମୃତ୍ୟୁ ପାଖାପାଖି ୨୫ ଲକ୍ଷ ହ୍ରାସ କରିପାରିବ। ଏହାଦ୍ୱାରା ବିଶ୍ୱ ସ୍ତରରେ ଜୀବନବ୍ୟାପୀ ଉପତ୍ାଦିକତା ପ୍ରାୟ ୧.୩ ଟ୍ରିଲିୟନ ବୃଦ୍ଧି ହେବ। ଏଣୁ ପ୍ରତି ୧ ଡଲାର ନିବେଶରେ ମୋଟ ୧୮୦ ଡଲାର ଲାଭ ମିଳିବ।
ଇଣ୍ଟରନ୍ୟାଶନାଲ ଆଟମିକ ଏନର୍ଜି ଏଜେନ୍ସି (ଆଇଏଇଏ)ର ମୁଖ୍ୟ କାହିଁକି ବୈଶ୍ୱିକ କ୍ୟାନ୍‌ସର ଚିକିତ୍ସାରେ ଥିବା ଅନ୍ତର ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, ତାହାକୁ ନେଇ କେତେଜଣ ନେତା ଆଶ୍ଚର୍ଯ୍ୟ ପ୍ରକଟ କରୁଥାଇପାରନ୍ତି। ତେବେ ଆଇଏଇଏର ବିଭିନ୍ନ ଦୃଷ୍ଟିଭଙ୍ଗୀ ଉପରେ ବିଚାର କରିବାର ଅଧିକାର ରହିଛି ଏବଂ ଆଣବିକ ବିଜ୍ଞାନର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା। ନ୍ୟୁକ୍ଲିୟର ମେଡିସିନ କ୍ୟାନ୍‌ସର ମୁକାବିଲାରେ ପ୍ରମୁଖ ଭୂମିକା ନେଉଥିବାରୁ ଆଇଏଇଏର ସଦସ୍ୟ ଦେଶଗୁଡ଼ିକୁ ସାହାଯ୍ୟ କରିବା ସହ ଏହି ଟେକ୍‌ନୋଲୋଜି ସେମାନଙ୍କୁ ଯୋଗାଇ ଦେବା ଆମର ମୁଖ୍ୟ ଦାୟିତ୍ୱ। ନାଇଜରରୁ ଆରମ୍ଭ କରି ଉଜ୍‌ବେକିସ୍ତାନଯାଏ ଦେଶଗୁଡ଼ିକୁ କ୍ୟାନସର ବିରୋଧରେ ଲଢେଇ କରିବାକୁ ଆମେ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାହାଯ୍ୟ କରିଆସୁଛୁ। ଏଣୁ ପ୍ରତ୍ୟେକ ଦେଶ ନିଜର ପ୍ରାଥମିକତାଗୁଡ଼ିକୁ ନିର୍ଦ୍ଧାରଣ କରିବା ଦରକାର। ବିଶ୍ୱ ସମୁଦାୟ ସହାୟକ ଭାବେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ। ତେବେ ଦେଶଗୁଡ଼ିକୁ କ୍ୟାନ୍‌ସରର ମୁକାବିଲା କରିବା ସକାଶେ ଗତମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ୍‌ ଘିବ୍ରେୟିସୁସ୍‌ ଏବଂ ମୁଁ ପୂର୍ବାପେକ୍ଷା ଅଧିକ ସହଯୋଗ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ହୋଇଛୁ। ଏହା କିପରି ସମ୍ପାଦନ କରାଯିବ, ସେଥିପାଇଁ ଆଇଏଇଏରେ ଆମେ ବହୁ ବିଚାର ରଖିଛୁ। ସବୁ ବିକାଶଶୀଳ ଦେଶରେ କ୍ୟାନ୍‌ସର ଆସେଟ୍‌ ଓ ଆବଶ୍ୟକତାର ନକ୍ସା ପ୍ରସ୍ତୁତ କରିବା ଏବଂ ଆଞ୍ଚଳିକ କ୍ଷେତ୍ରରେ ନିବେଶ ଉପରେ ସକାରାମତ୍କ ପରିଣାମକୁ ଆକଳନ କରିବା ଉପରେ ଜୋର ଦେଇଛୁ। ଆରମ୍ଭ କରାଯାଇଥିବା ‘ରେଜ ଅଫ୍‌ ହୋପ୍‌’ ଅଭିଯାନ ପାଣ୍ଠି ଓ ସଂସାଧନ ଯୋଗାଉଥିବା ଦେଶ, ପ୍ରଯୁକ୍ତି ଓ ମେଡିକାଲ ବିଶେଷଜ୍ଞ, ଅନ୍ତର୍ଜାତୀୟ ସଂଗଠନ, ସରକାରୀ ବିତ୍ତୀୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରଗୁଡ଼ିକୁ ଏକାଠି କରିଛି। ଏହାସହ କ୍ୟାନ୍‌ସରକୁ ରୋକିବା ପାଇଁ ଆବଶ୍ୟକ ଭିତ୍ତିିଭୂମିି ନିର୍ମାଣ କରିବା, ନୂଆ ଉପକରଣ କିଣିବା, ନୂତନତ୍ୱକୁ ସହଯୋଗ କରିବା ଏବଂ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେବାରେ ଯେଉଁସବୁ ଦେଶର କମ୍‌ କ୍ଷମତା ରହିଛି କିମ୍ବା ଆଦୌ ନାହିଁ, ସେମାନଙ୍କୁ ସମସ୍ତେ ସାହାଯ୍ୟ କରିପାରିବେ।
ବିଶ୍ୱରେ ଦିନକୁ ଦିନ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବଢ଼ିବା କିମ୍ବା ସ୍ଥିର ରହିବାରୁ ବୁଝାପଡ଼ୁଛି ଯେ, ଆମେ ଏହାକୁ ପ୍ରତିହତ କରିବାରେ ପଛେଇ ଯାଇଛୁ। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱରେ କ୍ୟାନ୍‌ସର ଚିକିତ୍ସାରେ ବାଧା ଉପୁଜିଛି। ଆଫ୍ରିକା ଓ ଲାଟିନ ଆମେରିକାରେ ଆରମ୍ଭରୁ ନ୍ୟୁକ୍ଲିୟର ମେଡିସିନ ପଦ୍ଧତିଗୁଡ଼ିକର ସଂଖ୍ୟା ଯଥାକ୍ରମେ ୬୯% ଓ ୭୯% କମ୍‌ ରହିଥିଲା। ଏଣୁ ସାରା ବିଶ୍ୱର ନୀତି ନିର୍ଦ୍ଧାରକମାନେ ଏବେ ସେହି ଅନୁଯାୟୀ ସେମାନଙ୍କ ପ୍ରାଥମିକତାଗୁଡ଼ିକର ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏହା କ୍ୟାନ୍‌ସର ଚିକିତ୍ସାରେ ଏବଂ ଏହାକୁ ମୁକାବିଲା କରିବାରେ ଦେଖାଯାଇଥିବା ତୀବ୍ର ଅସମାନତା ବା ଅନ୍ୟାୟକୁ ସମାଧାନ କରିବାରେ ସାହାଯ୍ୟ କରିବ।
ଡାଇରେକ୍ଟର ଜେନେରାଲ, ଇଣ୍ଟରନ୍ୟାଶନାଲ ଆଟମିକ ଏନର୍ଜି ଏଜେନ୍ସି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri