କ୍ୟାନ୍‌ସର ଚିକିତ୍ସାରେ ଅସମାନତା

ରାଫେଲ୍‌ ମାରିଆନୋ ଗ୍ରୋସି

ଉନ୍ନତ ତଥା ଆଧୁନିକ କ୍ୟାନ୍‌ସର ଚିକିତ୍ସା ବ୍ୟବସ୍ଥାରୁ ଏବେ ପର୍ଯ୍ୟାପ୍ତ ଲାଭ ମିଳୁଛି ଓ ଅନେକ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହେଉଛି। ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ଧନୀଦେଶଗୁଡ଼ିକ କ୍ୟାନ୍‌ସର ରୋଗୀଙ୍କ ସମ୍ଭାବ୍ୟ ମୃତ୍ୟୁହାର ୨୦ ପ୍ରତିଶତ ହ୍ରାସ କରିପାରିଛନ୍ତି। ହେଲେ ବିଶ୍ୱରେ ଧନୀ ଦେଶଗୁଡ଼ିକୁ ଛାଡ଼ିଦେଲେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଏଭଳି ଅଗ୍ରଗତି ଅନ୍ୟ ଦେଶଗୁଡ଼ିକରେ ହୋଇପାରିନାହିଁ। ସେମାନେ ଉନ୍ନତ ଚିକିତ୍ସା ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଫଳରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ପୂର୍ବରୁ ରହିଥିବା ବୈଶ୍ୱିକ ଅସମାନତା ଦୃଢ଼ ହେବାରେ ଲାଗିଛି। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ କ୍ୟାନ୍‌ସରରେ ପୀଡ଼ିତ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ଏପରି କି ଏହି ଦେଶଗୁଡ଼ିକ ମଧ୍ୟରୁ ଅନେକ କ୍ୟାନ୍‌ସରକୁ ମୁକାବିଲା କରିବା ଲାଗି ଆବଶ୍ୟକ ଉପକରଣ ପାଉନାହାନ୍ତି ।
ଏହା ଯୋଗୁ ୨୦୪୦ ସୁଦ୍ଧା କ୍ୟାନ୍‌ସରରେ ଏହି ସବୁ ଦେଶରେ ବର୍ଷକୁ ୧୧ ମିଲିୟନ ବା ୧ କୋଟି ୧୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିବେ। ଲାଟିନ୍‌ ଆମେରିକା ଏବଂ କାରିବିୟାନ ଦେଶଗୁଡ଼ିକରେ ୨୦୨୦ରେ ପାଖାପାଖି ୧.୫ ମିଲିୟନ ବା ୧୫ ଲକ୍ଷ ଲୋକ କ୍ୟାନ୍‌ସରରେ ପୀଡ଼ିତ ହୋଇଥିଲେ। ୨୦୪୦ ସୁଦ୍ଧା କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଆହୁରି ୧୦ ଲକ୍ଷ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ଏତିକି ନୁହେଁ, ବାର୍ଷିକ ମୃତ୍ୟୁସଂଖ୍ୟା ୭ ଲକ୍ଷ ୧୩ ହଜାରରୁ ୧୨ ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇବ। ଆଫ୍ରିକାରେ ଆଗାମୀ ଦଶନ୍ଧିଗୁଡ଼ିକରେ କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ବଢ଼ିବ। ଏବେ ଆଫ୍ରିକାରେ କ୍ୟାନ୍‌ସର ମୃତ୍ୟୁହାର ବୈଶ୍ୱିକ ହାରାହାରି ଠାରୁ ୩୦% ଅଧିକ ରହିଛି।
କ୍ୟାନ୍‌ସର ମୃତ୍ୟୁକୁ ରୋକିବା ଏବଂ ଚିକିତ୍ସାର ଏବକାର ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଶ୍ୱସ୍ତରରେ ଅଧିକ ପ୍ରାଥମିକତା ଦିଆଯିବା ଆବଶ୍ୟକ। ଏବେ ବିଶ୍ୱ ଏକ ଅତି ଗମ୍ଭୀର ମହାମାରୀ ଦେଇ ଗତିକରୁଛି ଏବଂ ଏଥିରୁ ଦୂରେଇ ରହିବା ସମସ୍ତଙ୍କ ପାଇଁ ଭଲ। ତେବେ ଜୀବନଶୈଳୀ ଉନ୍ନତ ହୋଇ ଲୋକେ ଅଧିତ୍କ ଦିନ ବଞ୍ଚତ୍ବାକୁ ସକ୍ଷମ ହେଉଥିବାରୁ କ୍ୟାନ୍‌ସର ଜନିତ ମୃତ୍ୟୁ ଅନ୍ୟ ସଂକ୍ରାମକ ରୋଗଜନିତ ମୃତ୍ୟୁକୁ ଟପିଯାଇଛି। ବର୍ତ୍ତମାନ ଆଫ୍ରିକାରେ ଯକ୍ଷ୍ମା ଏବଂ ମ୍ୟାଲେରିଆ ତୁଳନାରେ କ୍ୟାନ୍‌ସରରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୯ ଶେଷାର୍ଦ୍ଧରୁ ଆଫ୍ରିକା ଓ ଏସିଆରେ କୋଭିଡ୍‌-୧୯ ମହାମାରୀ ଯୋଗୁ ଯେତିକି ମୃତ୍ୟୁ ଘଟିଛି, ତା’ଠାରୁ ୬ଗୁଣ ଅଧିକ ଆଫ୍ରିକୀୟ ଓ ୧୦ଗୁଣ ଅଧିକ ଏସୀୟଙ୍କ ମୃତ୍ୟୁ ହୋଇଛି କ୍ୟାନ୍‌ସରରେ।
ଏଭଳି ପରିବର୍ତ୍ତନ ପାଇଁ ସ୍ବାସ୍ଥ୍ୟସେବା ଖର୍ଚ୍ଚ ଆବଣ୍ଟନକୁ ବିଚାରକୁ ନେବାର ଆବଶ୍ୟକତା ରହିଛି। ଅନେକ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ କ୍ୟାନ୍‌ସର ଭଳି ଅଣସଂକ୍ରାମକ ରୋଗସବୁର ମୁକାବିଲା କରିବା ପାଇଁ ଏବେସୁଦ୍ଧା ଯେଉଁ ପାଣ୍ଠି ଯୋଗାଇ ଦିଆଯାଉଛି, ତାହା ସେଠାରେ ସଂକ୍ରାମକ ରୋଗ ସକାଶେ ଖର୍ଚ୍ଚ ହେଉଥିବା ପରିମାଣ ତୁଳନାରେ ଖୁବ୍‌ କମ୍‌। ଏପରି କି ଆଫ୍ରିକାରେ ୨୩ ଦେଶରେ ଗୋଟିଏ ହେଲେ ରେଡିଓଗ୍ରାଫି ମେଶିନ୍‌ ନାହିଁ। ଫଳରେ ମହାଦେଶର ୭୦%ରୁ ଊର୍ଦ୍ଧ୍ୱ ଲୋକ ଏହି ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଅଧାରୁ ଅଧିକ ରୋଗୀଙ୍କର ଏହା ନିହାତି ଆବଶ୍ୟକ ହେଉଥିବାବେଳେ ସେମାନେ ଏଥିରୁ ବଞ୍ଚିିତ ହେଉଛନ୍ତି। ଆଫ୍ରିକାରେ ରେଡିଓଗ୍ରାଫି ଉପରେ ବାର୍ଷିକ ମୁଣ୍ଡପିଛା ଖର୍ଚ୍ଚ ୦.୫୩ ଡଲାର ଥିବାବେଳେ ଉତ୍ତର ଆମେରିକାରେ ସମସ୍ତ ରୋଗୀଙ୍କ ରେଡିଓଗ୍ରାଫି ଆବଶ୍ୟକତା ପୂରଣ କରାଯାଉଛି। ଏହି ଖର୍ଚ୍ଚ ପରିମାଣ ଆଫ୍ରିକାଠାରୁ ୩୫ଗୁଣ ଅଧିକ। ଠିକ୍‌ ଏହିଭଳି ଭାବେ ଖର୍ଚ୍ଚର ପରିମାଣକୁ ୟୁରୋପ ସହ ତୁଳନା କରାଯାଇପାରେ। ଏହା ହିଁ ବିଶ୍ୱରେ କ୍ୟାନ୍‌ସର ଚିକିତ୍ସାର ଅସମାନତା ବା ପକ୍ଷପାତିତାକୁ ଦର୍ଶାଏ। ବିଶ୍ୱରେ କ୍ୟାନ୍‌ସର ମୃତ୍ୟୁହାର ମଧ୍ୟ ଏଭଳି ପକ୍ଷପାତକୁ ସୂଚିତ କରେ। ଧନୀ ଦେଶଗୁଡ଼ିକରେ କ୍ୟାନ୍‌ସରରେ ପୀଡ଼ିତ ୧୦ ଜଣ ପିଲାଙ୍କ ମଧ୍ୟରୁ ୭ ଜଣ ବଞ୍ଚୁଥିବାବେଳେ ଆଫ୍ରିକାରେ ୧୦ ଜଣରେ ୩ ଜଣରୁ କମ୍‌ ବଞ୍ଚୁଛନ୍ତି। ବିଶ୍ୱରେ ମୋଟ କ୍ୟାନ୍‌ସର ପୀଡ଼ିତ ପିଲାଙ୍କ ମଧ୍ୟରୁ ୧୦% ଦେଖାଯାଇଥାଏ ଲାଟିନ୍‌ ଆମେରିକା ଓ କାରିବିୟାନ ଦେଶଗୁଡ଼ିକରେ। ଅନ୍ୟ ରୋଗ ତୁଳନାରେ ଏହିସବୁ ଦେଶରେ ଅଧିକ ପିଲା ଓ କିଶୋରଙ୍କର କ୍ୟାନ୍‌ସରରେ ବି ମୃତ୍ୟୁ ହୋଇଥାଏ। ଏହିସବୁ ଅସମାନତା ଲାଗି ରହିବା ଉଚିତ ନୁହେଁ। କ୍ୟାନ୍‌ସର ମୁକାବିଲା କରିବା ପାଇଁ ନିବେଶ କରାଗଲେ ସେଥିରୁ ପର୍ଯ୍ୟାପ୍ତ ଲାଭ ମିଳିପାରିବ। ଚିକିତ୍ସା, ଇମେଜିଂ (ଶରୀର ଭିତରର ବାସ୍ତବ ସ୍ଥିତି ପରଖିବା ବ୍ୟବସ୍ଥା)ରେ ଉନ୍ନତି ଆଣିବା ଏବଂ ଚିକିତ୍ସାର ଗୁଣବତ୍ତାରେ ଉନ୍ନତି ଆଣି ତାହାକୁ ବିଶ୍ୱରେ ସମ୍ପ୍ରସାରିତ କରିବା ଦ୍ୱାରା ଗରିବ ଦେଶଗୁଡ଼ିକରେ ରୋଗରୁ ବଞ୍ଚିବା ହାର ଯଥେଷ୍ଟ ବୃଦ୍ଧି ପାଇପାରିବ। ଅଧିକ ନ୍ୟୁକ୍ଲିୟର ମେଡିସିନି ବା ତେଜସ୍କ୍ରିୟ ଚିକିତ୍ସା ପଦ୍ଧତି ବିଶେଷ କରି ରେଡିଓଲୋଜି ଏବଂ ମେଡିକାଲ ଇମେଜିଂ ସର୍ଭିସଗୁଡ଼ିକ ଯୋଗାଇ ଦିଆଗଲେ ତାହା ବିଶ୍ୱରେ ୨୦୩୦ ସୁଦ୍ଧା କ୍ୟାନ୍‌ସରଜନିତ ମୃତ୍ୟୁ ପାଖାପାଖି ୨୫ ଲକ୍ଷ ହ୍ରାସ କରିପାରିବ। ଏହାଦ୍ୱାରା ବିଶ୍ୱ ସ୍ତରରେ ଜୀବନବ୍ୟାପୀ ଉପତ୍ାଦିକତା ପ୍ରାୟ ୧.୩ ଟ୍ରିଲିୟନ ବୃଦ୍ଧି ହେବ। ଏଣୁ ପ୍ରତି ୧ ଡଲାର ନିବେଶରେ ମୋଟ ୧୮୦ ଡଲାର ଲାଭ ମିଳିବ।
ଇଣ୍ଟରନ୍ୟାଶନାଲ ଆଟମିକ ଏନର୍ଜି ଏଜେନ୍ସି (ଆଇଏଇଏ)ର ମୁଖ୍ୟ କାହିଁକି ବୈଶ୍ୱିକ କ୍ୟାନ୍‌ସର ଚିକିତ୍ସାରେ ଥିବା ଅନ୍ତର ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, ତାହାକୁ ନେଇ କେତେଜଣ ନେତା ଆଶ୍ଚର୍ଯ୍ୟ ପ୍ରକଟ କରୁଥାଇପାରନ୍ତି। ତେବେ ଆଇଏଇଏର ବିଭିନ୍ନ ଦୃଷ୍ଟିଭଙ୍ଗୀ ଉପରେ ବିଚାର କରିବାର ଅଧିକାର ରହିଛି ଏବଂ ଆଣବିକ ବିଜ୍ଞାନର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା। ନ୍ୟୁକ୍ଲିୟର ମେଡିସିନ କ୍ୟାନ୍‌ସର ମୁକାବିଲାରେ ପ୍ରମୁଖ ଭୂମିକା ନେଉଥିବାରୁ ଆଇଏଇଏର ସଦସ୍ୟ ଦେଶଗୁଡ଼ିକୁ ସାହାଯ୍ୟ କରିବା ସହ ଏହି ଟେକ୍‌ନୋଲୋଜି ସେମାନଙ୍କୁ ଯୋଗାଇ ଦେବା ଆମର ମୁଖ୍ୟ ଦାୟିତ୍ୱ। ନାଇଜରରୁ ଆରମ୍ଭ କରି ଉଜ୍‌ବେକିସ୍ତାନଯାଏ ଦେଶଗୁଡ଼ିକୁ କ୍ୟାନସର ବିରୋଧରେ ଲଢେଇ କରିବାକୁ ଆମେ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାହାଯ୍ୟ କରିଆସୁଛୁ। ଏଣୁ ପ୍ରତ୍ୟେକ ଦେଶ ନିଜର ପ୍ରାଥମିକତାଗୁଡ଼ିକୁ ନିର୍ଦ୍ଧାରଣ କରିବା ଦରକାର। ବିଶ୍ୱ ସମୁଦାୟ ସହାୟକ ଭାବେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ। ତେବେ ଦେଶଗୁଡ଼ିକୁ କ୍ୟାନ୍‌ସରର ମୁକାବିଲା କରିବା ସକାଶେ ଗତମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ୍‌ ଘିବ୍ରେୟିସୁସ୍‌ ଏବଂ ମୁଁ ପୂର୍ବାପେକ୍ଷା ଅଧିକ ସହଯୋଗ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ହୋଇଛୁ। ଏହା କିପରି ସମ୍ପାଦନ କରାଯିବ, ସେଥିପାଇଁ ଆଇଏଇଏରେ ଆମେ ବହୁ ବିଚାର ରଖିଛୁ। ସବୁ ବିକାଶଶୀଳ ଦେଶରେ କ୍ୟାନ୍‌ସର ଆସେଟ୍‌ ଓ ଆବଶ୍ୟକତାର ନକ୍ସା ପ୍ରସ୍ତୁତ କରିବା ଏବଂ ଆଞ୍ଚଳିକ କ୍ଷେତ୍ରରେ ନିବେଶ ଉପରେ ସକାରାମତ୍କ ପରିଣାମକୁ ଆକଳନ କରିବା ଉପରେ ଜୋର ଦେଇଛୁ। ଆରମ୍ଭ କରାଯାଇଥିବା ‘ରେଜ ଅଫ୍‌ ହୋପ୍‌’ ଅଭିଯାନ ପାଣ୍ଠି ଓ ସଂସାଧନ ଯୋଗାଉଥିବା ଦେଶ, ପ୍ରଯୁକ୍ତି ଓ ମେଡିକାଲ ବିଶେଷଜ୍ଞ, ଅନ୍ତର୍ଜାତୀୟ ସଂଗଠନ, ସରକାରୀ ବିତ୍ତୀୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରଗୁଡ଼ିକୁ ଏକାଠି କରିଛି। ଏହାସହ କ୍ୟାନ୍‌ସରକୁ ରୋକିବା ପାଇଁ ଆବଶ୍ୟକ ଭିତ୍ତିିଭୂମିି ନିର୍ମାଣ କରିବା, ନୂଆ ଉପକରଣ କିଣିବା, ନୂତନତ୍ୱକୁ ସହଯୋଗ କରିବା ଏବଂ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେବାରେ ଯେଉଁସବୁ ଦେଶର କମ୍‌ କ୍ଷମତା ରହିଛି କିମ୍ବା ଆଦୌ ନାହିଁ, ସେମାନଙ୍କୁ ସମସ୍ତେ ସାହାଯ୍ୟ କରିପାରିବେ।
ବିଶ୍ୱରେ ଦିନକୁ ଦିନ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବଢ଼ିବା କିମ୍ବା ସ୍ଥିର ରହିବାରୁ ବୁଝାପଡ଼ୁଛି ଯେ, ଆମେ ଏହାକୁ ପ୍ରତିହତ କରିବାରେ ପଛେଇ ଯାଇଛୁ। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱରେ କ୍ୟାନ୍‌ସର ଚିକିତ୍ସାରେ ବାଧା ଉପୁଜିଛି। ଆଫ୍ରିକା ଓ ଲାଟିନ ଆମେରିକାରେ ଆରମ୍ଭରୁ ନ୍ୟୁକ୍ଲିୟର ମେଡିସିନ ପଦ୍ଧତିଗୁଡ଼ିକର ସଂଖ୍ୟା ଯଥାକ୍ରମେ ୬୯% ଓ ୭୯% କମ୍‌ ରହିଥିଲା। ଏଣୁ ସାରା ବିଶ୍ୱର ନୀତି ନିର୍ଦ୍ଧାରକମାନେ ଏବେ ସେହି ଅନୁଯାୟୀ ସେମାନଙ୍କ ପ୍ରାଥମିକତାଗୁଡ଼ିକର ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏହା କ୍ୟାନ୍‌ସର ଚିକିତ୍ସାରେ ଏବଂ ଏହାକୁ ମୁକାବିଲା କରିବାରେ ଦେଖାଯାଇଥିବା ତୀବ୍ର ଅସମାନତା ବା ଅନ୍ୟାୟକୁ ସମାଧାନ କରିବାରେ ସାହାଯ୍ୟ କରିବ।
ଡାଇରେକ୍ଟର ଜେନେରାଲ, ଇଣ୍ଟରନ୍ୟାଶନାଲ ଆଟମିକ ଏନର୍ଜି ଏଜେନ୍ସି


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri