ସାଧାରଣ ଜନତା ଓ ବିକାଶ

ଡ. କିଶୋର ମହାନ୍ତି

ଅର୍ଥଶାସ୍ତ୍ରରେ ବିକାଶର ପରିଭାଷା ଯାହା ହେଉନା କାହିଁକି, ସାଧାରଣଙ୍କ ଆଖିରେ ବିକାଶ ଗୋଟାଏ ଭେଳିକି – ବିକାଶ ବୋଧେ ଗୋଟିଏ ଆପେକ୍ଷିକ ଶବ୍ଦ। ଆଜିର ଗଣତନ୍ତ୍ରରେ ବିକାଶକୁ ନେଇ ତର୍କ ବିତର୍କ, ଗବେଷଣା ଆଦି କେତେ କ’ଣ। ବିକାଶକୁ ନେଇ ରାଜନୀତି। ନେତାମାନଙ୍କ ପାଖରେ ବିକାଶ ହେଉଛି ଗୁରୁମନ୍ତ୍ର। ଯୋଜନାର ସୂଚୀପତ୍ରରେ ବିକାଶ ପ୍ରଥମ ସ୍ଥାନରେ। ହେଲେ ବିକାଶର ଚିତ୍ର ଚରିତ୍ର ସବୁ ସ୍ଥାନରେ ଏକା ନୁହେଁ। ବିକାଶକୁ ନେଇ ପାର୍ଲାମେଣ୍ଟ ତଥା ବିଧାନ ସଭାରେ ତୁମ୍ବିତୋଫାନ ହୁଏ। କିନ୍ତୁ ବିକାଶ ନାଲିଫିତାବନ୍ଧା ଫାଇଲରେ ପଡ଼ିଥାଏ। କେତେଗୁଡ଼ିଏ ଅଡ଼ୁଆ ତଡ଼ୁଆ ପ୍ରଶ୍ନ ନେତାମାନଙ୍କୁ ବିଚଳିତ କରୁଥିଲେ ବି ପାର୍ଲାମେଣ୍ଟରେ ଗୋଳିଆଘଣ୍ଟା ଭିତରେ ବିକାଶ କେବଳ ପ୍ରଶ୍ନ କାଳ ଭିତରେ ପ୍ରଶ୍ନଟିଏ ହୋଇ ରହିଯାଏ। ସାଧାରଣ ଜନତା ନିରାଶ ହୁଏ କିନ୍ତୁ ନେତାମାନେ ଖୁବ୍‌ ଚତୁର।
ନିର୍ବାଚନ ଆସିଲା ବେଳେ ବିକାଶର ନାରା ପାଟିରୁ ବାହାରିପଡ଼େ। ଏଇ ବାଟରେ ବିକାଶ ହୋଇଛି, ସେଇ ବାଟରେ ବିକାଶ ଘଟିଛି, କୋଟି କୋଟି ଟଙ୍କା ଯୋଉ ଖର୍ଚ୍ଚ ହେଉଛି ଦେଶର ବିକାଶରେ ନା ନାହିଁ ? ବେଳେ ବେଳେ ବିକାଶ ଅଦ୍ଭୁତ ଭାବରେ ଆତ୍ମପ୍ରକାଶ କରେ। ଲାଗେ ରାତାରାତି ସବୁ ବଦଳି ଯିବ। ବିକାଶର ଗଣିତ ମଧ୍ୟ ଖୁବ୍‌ ଦୁର୍ବୋଧ୍ୟ, ବୁଝି ବି ବୁଝି ହୁଏନି।
ନେତା ଓ ତାଙ୍କ ନେତୃତ୍ୱ ବିକାଶର ଧାରାକୁ ତ୍ୱରାନ୍ବିତ କରିଥାଏ ଆଉ ତାକୁ କାର୍ଯ୍ୟକାରୀ କରନ୍ତି ଅମଲାତନ୍ତ୍ରୀମାନେ। ଗଣତନ୍ତ୍ର ରାଷ୍ଟ୍ରରେ ଗଣର ଆଭିମୁଖ୍ୟ ଓ ଅଭିବ୍ୟକ୍ତିକୁ ନେଇ ଦେଶ ଶାସିତ ହୁଏ। ସେଥିରେ ଲୋକମତକୁ ସର୍ବପ୍ରଥମେ ଗ୍ରହଣ କରାଯାଇଥାଏ । ଏମାନଙ୍କ ମଧ୍ୟରେ ଯଦି ସମନ୍ବୟ ନ ରୁହେ ତାହା ହେଲେ ଗଣତନ୍ତ୍ରରେ ଗଣର ଭୂମିକା ଗୌଣ ହୁଏ। ଗଣତନ୍ତ୍ର ରହେନାହିଁ। ବିକାଶ ମରୀଚିକାରେ ପରିଣତ ହୁଏ, ଯାହା ଆଜି ଆମେ ଅଙ୍ଗେ ନିଭାଉଛେ।
ଆମେ କହୁ ଦେଶ ଆଗଉଛି ଅର୍ଥାତ୍‌ ଆମ ଦେଶ ଅନ୍ୟ ବିକାଶଶୀଳ ଦେଶ ସହ ସମକକ୍ଷ ହେବା ପାଇଁ କାନ୍ଧକୁ କାନ୍ଧ ମିଳାଉଛି। ଆମ ଦେଶରେ ବିକାଶର ନିଖୁଣ ଚିତ୍ର ଯେମିତି ଜଳ ଜଳ କରି ଦେଖାଯାଉଛି।
କହିଲେ ଦେଖି ପୁଷ୍ଟିହୀନତା ଯୋଗୁ ନଗଡ଼ାରେ କ୍ରମାଗତ ଶିଶୁମୃତ୍ୟୁକୁ କ’ଣ ବିକାଶ ବୋଲି କହିବା?
ଆମେ ସତରେ ସ୍ବାସ୍ଥ୍ୟ କ୍ଷେତ୍ରରେ କି ବିକାଶ କରିଛୁ? ଏମତିକି ଅପନ୍ତରା ଅଞ୍ଚଳରେ ଆଦିବାସୀ ଡଙ୍ଗରରେ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ବସିପାରିଲାନି, ଯଦିଓ ଆମେ ୭୫ ବର୍ଷ ପୂର୍ତ୍ତି କରୁଛୁ ଆମ ସ୍ବାଧୀନତାର। ଏବେ ବି ଭାରରେ ବୁହା ହୋଇ ରୋଗୀଟିକୁ ଦୂରବର୍ତ୍ତୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଏ। ସବୁବେଳେ ଆମେ କହିଥାଉ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ଡାକ୍ତରଙ୍କ ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାଘାତ ହୁଏ – ଏଣୁ ଏଠି ଆମେ ବିକାଶର କେଉଁ ପାହାଚରେ?
ଆମ ଶିଳ୍ପ ଆମ ପ୍ରଗତି ବୋଲି କହିଥାଉ କିନ୍ତୁ ନୂଆ ଶିଳ୍ପ କାରଖାନା ବସାଇବା ତ ଦୂରର କଥା ରୁଗ୍‌ଣ ଶିଳ୍ପକୁ ପୁଣି ପୁନର୍ବିନ୍ୟାସ କ୍ଷେତ୍ରରେ ଆମେ କ’ଣ ଠୋସ୍‌ ପଦକ୍ଷେପ ନେଇଛେ। ଓଡ଼ିଶାରେ କେତେ କଳ କାରଖାନା ବନ୍ଦ ହୋଇଗଲାଣି । ତାଲଚେର ସାର କାରଖାନା, ଓଡ଼ିଶା ଟେକ୍ସଟାଇଲ ମିଲ୍‌ସ, ମୟୂରଭଞ୍ଜ ଗଞ୍ଜି ଫ୍ୟାକ୍ଟ୍ରି, କାଗଜକଳ, ଝୋଟକଳ ବନ୍ଦ ହୋଇଗଲାଣି। ସେଥିପ୍ରତି ଆଦୌ ଧ୍ୟାନ ଦେଇନାହୁଁ। ସତରେ ପୁଞ୍ଜି ଥାଇବି ବିକାଶ ଏଠି ଅଟକି ଗଲା। ଏହା ସତ୍ୟ, ସାଧାରଣ ଜନତା ବି ବିକାଶର ଗତିଶୀଳତା ରୋକିବାରେ ଅନେକାଂଶରେ ଦାୟୀ। କୌଣସି ଜାଗାରେ ନୂଆ ଶିଳ୍ପ କାରଖାନାଟିଏ କରାଇବାର ପ୍ରସ୍ତୁତି ପର୍ବ ଆରମ୍ଭରୁ ହିଁ ସେ ସ୍ଥାନରେ ଶିଳ୍ପ ବସାଇ ନ ଦେବା ପାଇଁ ଯେଉଁ ଜନଆନ୍ଦୋଳନ ସୃଷ୍ଟି ହେଉଛି ସେଥିରେ ଆମେ ବିକାଶରେ ଅନ୍ତରାୟ ସୃଷ୍ଟି କରୁ ନାହୁଁ କି।
ବିକାଶ ତ୍ୱାରାନ୍ବିତ ହେଉଛି ସହର ସହ ଗ୍ରାମର ସଂଯୋଗୀକରଣରେ । ଗାଁ ଗଣ୍ଡା ରାସ୍ତାଘାଟ ଏବେ ବେଶ୍‌ ହୃଷ୍ଟପୁଷ୍ଟ ହୋଇଛି। ଏହି ବିକାଶର ଚିତ୍ର ଦେଖି ଆମେ ଗର୍ବ ଅନୁଭବ କରୁ ଯେ, ଆମ ଦେଶ ଆଗେଇଛି। ସେତିକିରେ ହିଁ ସନ୍ତୁଷ୍ଟ ରହୁ ଓ ଭାବୁ ଅଧିକ ବିକାଶ ହୋଇଗଲା ବୋଲି। ଆମେ ଆମ ଚାଷ ଜମିକୁ ବିକ୍ରିକରି ମୋଟା ଅଙ୍କର ଟଙ୍କା ପାଇ ହାତ ଗରମ କରୁ ଆଉ ସେ ଚାଷ ଜମିରେ ଯେଉଁଠି ଦିନେ ସୁନା ଫଳୁଥିଲା, ସେଠି କଂକ୍ରିଟ୍‌ର ଅରଣ୍ୟ ସୃଷ୍ଟି ହୁଏ। ଭୋକରେ ଆଉଟୁପାଉଟୁ ମଣିଷ ଖାଲି ଘରଟିଏ କରିଦେଲେ କ’ଣ ବିକାଶ ହୋଇଗଲା। ଗ୍ରାମାଞ୍ଚଳ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବାଟମାରଣା ହେଉଛି। ଏ କ’ଣ ବିକାଶର ଅସଲ ନମୁନା। ଦେଶ, ଜାତି, ଜନତାର ବିକାଶ କଥା ଭୁଲିଯାଇ ଦୁର୍ନୀତିଖୋର ଅମଲା, ନେତାମାନେ ସାଧାରଣଙ୍କର ଅର୍ଥ ତୋସରପାତ କରୁଛନ୍ତି। ଭୋଟ ସମୟ ଆସିଲେ ନୋଟ୍‌ ଉଡ଼େ, ଭୋଜିଭାତ ହୁଏ – ବିକାଶର ନାରା ପଡ଼େ। ଏଥପାଇଁ ମାରପିଟ ହୁଏ, ଦଙ୍ଗାହୁଏ । ଏହା କେଉଁ ବିକାଶର ପର୍ଯ୍ୟାୟଭୁକ୍ତ। ଗରିବ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ ହାତେଇବା ଯଦି ବିକାଶ ହୁଏ ତା’ହେଲେ ବିକାଶର ପରିଭାଷା ବଦଳି ଯାଇଛି ବୋଲି ବିଚାର କରିବାକୁ ହେବ। ଆଜି ପଢ଼ୁଆ ପିଲା ଗୋତି ଖଟୁଛି – ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଛି। ତା’ ପାଇଁ କିଛି ଚାକିରି ନାହିଁ। ସମ୍ପ୍ରତି ବିକାଶର ରଥଚକରେ କଳଙ୍କି ଲାଗିଯାଇଛି। ତେବେ ବିକାଶଶୀଳ ଦେଶ ସହ ସମକକ୍ଷ ହେବାପାଇଁ ଆମକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ।
ଇ-୫୦, ସେକ୍ଟର-୭, ସି.ଡି.ଏ., କଟକ
ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri