ଡେରେକ୍‌ ଚଉଭିନ୍‌ ଦୋଷୀ

ଓ୍ବାଶିଂଟନ୍‌, ୨୨ା୪: ଆମେରିକାର କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌(୪୫)ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି ବିଚାର ଚାଲିବା ପରେ କୋର୍ଟ ତାଙ୍କୁ ୩ଟି ମାମଲାରେ ଦୋଷୀ ବୋଲି ରାୟ ଦେଇଥିଲେ। ୬ ଜଣ ଶ୍ୱେତାଙ୍ଗ, ୬ ଅଣଶ୍ୱେତାଙ୍ଗ ବିଚାରପତି ଓ ଅନ୍ୟ ଜଜ୍‌ ୨ ଦିନରେ ପ୍ରାୟ ୧୦ ଘଣ୍ଟା ଏହି ମାମଲା ଉପରେ ଆଲୋଚନା କରିଥିଲେ। ପରେ ଚଉଭିନ୍‌ଙ୍କୁ କୌଣସି ଉଦ୍ଦେଶ୍ୟ ନ ଥାଇ ହତ୍ୟା (ସେକେଣ୍ଡ ଡିଗ୍ରୀ ଚାର୍ଜ), ଥାର୍ଡ ଡିଗ୍ରୀ ମର୍ଡର ଓ ସେକେଣ୍ଡ ଡିଗ୍ରୀ କାରଣ ରହିତ ହତ୍ୟା ଚାର୍ଜରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ଚଉଭିନ୍‌ଙ୍କ ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ କୋର୍ଟ ଦୋଷୀ ଅଭିହିତ କରିଛନ୍ତି। ୮ ସପ୍ତାହ ମଧ୍ୟରେ ଚଉଭିନଙ୍କୁ ଦଣ୍ଡାଦେଶ ଦିଆଯିବ ବୋଲି ଜଣାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାୟ ଦେଇଥିବା ବିଚାରପତିଙ୍କ ନାଁ ଗୋପନ ରଖାଯାଇଛି। ଏହି ରାୟକୁ ଜୋ ବାଇଡେନ୍‌ ସରକାରଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସ୍ବାଗତ କରିଛନ୍ତି।
୨୦୨୦ ମେ ୨୫ରେ ଏକ ଦୋକାନରେ ୨୦ ଡଲାରର ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲୟଡ୍‌ଙ୍କୁ ଗିରଫ କରିଥିଲା। ଡେରେକ ଚଉଭିନ୍‌ ଫ୍ଲୟଡ୍‌ଙ୍କ ବେକକୁ ୯ ମିନିଟ୍‌ ୩୮ ସେକେଣ୍ଡ ଆଣ୍ଠୁରେ ଚାପି ଧରିଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଅଣନିଶ୍ୱାସୀ ହୋଇ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲୟଡ୍‌ ଜଣେ କୃଷ୍ଣକାୟ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବିଶ୍ୱକୁ ବ୍ୟାପିଥିଲା। ସେହି ବର୍ଷ ଜୁଲାଇରେ ଫ୍ଲୟଡ୍‌ଙ୍କ ପରିବାର ପକ୍ଷରୁ ସହର ପ୍ରଶାସନ ବିରୋଧରେ ନାଗରିକ ଅଧିକାର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଥିଲା। ଗତ ମାର୍ଚ୍ଚ ୧୩ରେ ଫ୍ଲୟଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ମିନିଆପଲିସ୍‌ ସିଟି କାଉନ୍‌ସିଲ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍‌ ଫ୍ଲୟଡ୍‌୍‌ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ ୧୯୬.୨୬ କୋଟି ଟଙ୍କା) ଦେବ ବୋଲି ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?