ବନ୍ଧାହେଲେ ଖଣି ଉପନିର୍ଦ୍ଦେଶକ, ଘରେ କରିଥିଲେ ଟଙ୍କାର ଖଣି

ଭୁବନେଶ୍ୱର,୩।୯: ବନ୍ଧାହେଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ  ତାଙ୍କୁ ଗିରଫ କରାଯାଇଛି। ସୋମବାର ଚଢ଼ାଉ ହୋଇଥିଲା। ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।

ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ ଜାରି ରହିଥିଲା।  ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କାର ଗନ୍ତା ଘର ମିଳିଛି। ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।

ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନଗୋଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ବାବୁଙ୍କର୍‌ ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖିଆଗକୁ ଆସିଛନ୍ତି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

 

Enter your email to get our daily news in your inbox.


Enter your email to get our daily news in your inbox.

All Right Reserved By Dharitri.Com

ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା: ମଣିଷଠାରୁ ମଣିଷକୁ ହେବ ସଂକ୍ରମଣ

କେପ୍‌ ଟାଉନ୍‌,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ…

୯ ତାରିଖ ସକାଳ ବଙ୍ଗଳାରେ ଶପଥ ଗ୍ରହଣ, ସନ୍ଧ୍ୟାରେ ଅଭିଯୁକ୍ତର ଏନ୍‌କାଉଣ୍ଟର…

କୋଲକାତା,୭।୫:  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଅବସ୍ଥିତ ମଧ୍ୟମଗ୍ରାମରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି…

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

ଚୁପଚୁପ ଚାଇନା ସହିତ ଏକ ବିପଦପୂର୍ଣ୍ଣ ଡିଲ୍‌ କଲା ପାକିସ୍ତାନ, ଭାରତ ଶୁଣିଲେ ହେବ ଛାନିଆ

ନୂଆଦିଲ୍ଲୀ,୭।୫: ଅପରେଶନ ସିନ୍ଦୁରର ପ୍ରଥମ ବାର୍ଷିକୀ ପୂର୍ବରୁ, ଚାଇନା ଏହାର J-35A ଷ୍ଟେଲ୍ଥ ଲଢ଼ୁଆ ବିମାନର ପ୍ରଥମ ସଂସ୍କରଣ ଉନ୍ମୋଚନ କରିଛି, ଯାହା ରପ୍ତାନି ପାଇଁ ପ୍ରସ୍ତୁତ।…

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର୍‌ : ଖେଳିଥିଲେ IPL

ଚଣ୍ଡିଗଡ,୭।୫: ପୂର୍ବତନ ପଞ୍ଜାବ କ୍ରିକେଟର ଅମନପ୍ରୀତ ସିଂହ ଗିଲଙ୍କ ୩୬ ବର୍ଷ ବୟସରେ ଚଣ୍ଡିଗଡ଼ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଘରୋଇ କ୍ରିକେଟ ଜଗତରେ ଶୋକର ଛାୟା…

ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌

ଗଞ୍ଜାମ,୭ା୫(ଅଖିଳ ତରାଇ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍‌ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଆରମ୍ଭ…

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବିଜୟ! ଟିଭିକେ-କଂଗ୍ରେସ ମଝିରେ ପଶି ବଡ଼ ଚାଲ୍‌ ଚଲାଇଲା ଭାଜପା

ଚେନ୍ନାଇ,୭।୫: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ବିଧାନସଭା ନିର୍ବାଚନରେ ସର୍ବାଧିକ ବିଜୟ ହାସଲ କରିଥିବା ଅଭିନେତା ବିଜୟଙ୍କ ଦଳ ଟିଭିକେ ସରକାର…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri