ଶିକ୍ଷା ବିଭାଗରେ ଡେପୁଟେଶନ ଦୁର୍ନୀତି

ରାୟଗଡ଼ା ଅଫିସ,୨୫ା୧୧: ରାୟଗଡ଼ା ଜିଲା ଶିକ୍ଷା ବିଭାଗକୁ ପିଛା ଛାଡ଼ୁନି ଦୁର୍ନୀତି। କେତେବେଳେ ନକଲି ଶିକ୍ଷକ ଆଉ କେତେବେଳେ ଡେପୁଟେଶନ୍‌ ପାଇଁ ପ୍ରତିଯୋଗିତା। ଏବେ ଡେପୁଟେସନ ନାଁରେ ଜିଲାରେ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜିଲାରେ ବର୍ଷତମାମ ଡେପୁଟେସନ ଏବଂ ବଦଳି ଚାଲୁଥିବାବେଳେ ବିଇଓମାନେ ଡିଇଓଙ୍କ ଅଜାଣତରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଡେପୁଟେସନ କରୁଥିବା ଅଭିଯୋଗ ହୋଇଛି। ରାୟଗଡ଼ା ସଦର ବ୍ଲକ ଠାରୁ ଆରମ୍ଭ କରି ବିଷମକଟକ, ମୁନିଗୁଡ଼ା, କଲ୍ୟାଣସିଂହପୁର, ରାମନାଗୁଡ଼ା, କୋଲନରା ଏବଂ କାଶୀପୁର ବ୍ଲକରେ ଏଭଳି କାର୍ଯ୍ୟ ସର୍ବାଧିକ ରହିଥିବା ବେଳେ ଚନ୍ଦ୍ରପୁର ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ଡେପୁଟେସନରେ ଲାଞ୍ଚ କାରବାର ନେଇ ଅଭିଯୋଗ ଉଠିଛି। ଶିକ୍ଷୟତ୍ରୀ ଶିକ୍ଷକମାନେ ନିଜ ପସନ୍ଦର ବିଦ୍ୟାଳୟକୁ ଯିବା ପାଇଁ ଲାଞ୍ଚ ଦେଉଛନ୍ତି। ସମଗ୍ର ଜିଲାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ଗୁରୁବାର କେତେଜଣ ଅଭିଭାବକ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ରାୟଗଡ଼ା ସଦର ବ୍ଲକ ଲକ୍ଷ୍ମୀପୁର ୟୁ.ପି. ସ୍କୁଲର ଶିକ୍ଷକ ବାବୁଲା ସାହୁଙ୍କୁ ରେବତୀଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି। ବିଇଓଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୫୪୬ ରେ ତାଙ୍କୁ ଡେପୁଟେସନରେ ପଠାଯାଇଥିବା ଉଲ୍ଲେଖ ରହିଛି। ହେଲେ କେଉଁ କାରଣରୁ ଜଣେ ଭଲ ଶିକ୍ଷକଙ୍କୁ ଡେପୁଟେସନରେ ପଠାଗଲା ବୋଲି ବିଇଓ ଦାୟିତ୍ୱରେ ଥିବା ଭଜନଲାଲ ମାଝିଙ୍କୁ ପଚାରିବାରୁ ସେ ଅଭିଭାବକଙ୍କୁ କୌଣସି ଉତ୍ତର ଦେଇ ନ ଥିବା ସୂଚନା ମିଳିଛି। ଏହାର ତୀବ୍ର ପ୍ରତିବାଦ କରି ଅଭିଭାବକ ଏବଂ ଗ୍ରାମବାସୀ ଜିଲାପାଳ ସ୍ବଧା ଦେବ ସିଂଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ଏହାର ଅନୁଧ୍ୟାନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଛାତ୍ରୀଛାତ୍ରୀଙ୍କ ଅସୁବିଧା ନ ହେବା ନେଇ ଧ୍ୟାନ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସରପଞ୍ଚ କାମି ତାଡ଼ିଙ୍ଗିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ୟୁ.ପି. ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ, ତିନି ଶିକ୍ଷକ ରହିଥିବା ବେଳେ ଜଣେ ଭାଷା ଶିକ୍ଷୟିତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବାବୁଲା ସାହୁ ଜଣେ ଉତ୍ତମ ଶିକ୍ଷକ ଭାବେ ପରିଚିତ। ବାବୁଲାଙ୍କ ପାଇଁ ଛାତ୍ରୀଛାତ୍ର ମଧ୍ୟ ଶିକ୍ଷାରେ ବେଶ୍‌ ଉନ୍ନତି କରିଥିବା ଅଭିଭାବକମାନେ କହିଛନ୍ତି। ହେଲେ ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯାଇଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ତାଙ୍କ ଡେପୁଟେସନକୁ ରଦ୍ଧ କରା ନ ଗଲେ ଆନ୍ଦୋଳନ କରାଯିବା ସହ ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏହା ବ୍ୟତୀତ ରାୟଗଡ଼ା ବ୍ଲକର ଖାଣ୍ଡେସୁ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ରାୟଗଡ଼ା ସହରର ବାଳିକା ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି। ପ୍ରାଥମିକ ସ୍ତରର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କୁ କିଭଳି ହାଇସ୍କୁଲକୁ ଡେପୁଟେସନରେ ପଠାଗଲା ତାହା ତଦନ୍ତ ସାପେକ୍ଷ। ଏହି ଘଟଣାରେ ମଧ୍ୟ ଲାଞ୍ଚ କାରବାର ହୋଇଥିବା ନେଇ ଶିକ୍ଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଡେପୁଟେସନର କୌଣସି ସୂଚନା କିମ୍ବା ଚିଠିର ନକଲ ଡିଇଓଙ୍କୁ ମିଳିନାହିଁ। ଏ ନେଇ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ବିଇଓମାନେ ନିଜ ଇଚ୍ଛାରେ କାମ କରୁଛନ୍ତି ନଁା ଏଥିରେ ଅନ୍ୟ ପଦାଧିକାରୀଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ ସାପେକ୍ଷ। ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ସମସ୍ତ ଡେପୁଟେସନ ରଦ୍ଧ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri