ଢେଙ୍କାନାଳରେ ଡିପୋ, ରାଜସ୍ଥାନ ଯାଏ ଚେର

ଢେଙ୍କାନାଳ ଅଫିସ,୧୪।୪: ବୌଦ୍ଧ, କନ୍ଧମାଳ ଜିଲାରୁ ଆସୁଥିଲା ଗଞ୍ଜେଇ। ଏହାକୁ ରଖିବା ଲାଗି ଢେଙ୍କାନାଳରେ କରାଯାଇଥିଲା ଡିପୋ। ସେଠାରୁ ପ୍ୟାକେଟ୍‌ କରାଯାଇ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ରାଜସ୍ଥାନ ସୀମାନ୍ତରେ ରହି ଏହାକୁ ଅପରେଟ କରୁଥିଲେ କିଙ୍ଗ୍‌ପିନ୍‌। ଗୁରୁବାର ଏଭଳି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶର ରାଜ୍ୟର ପାନ୍ନା ପୋଲିସ। ଏହି ଘଟଣାରେ ସଦରଥାନା ଗୋହିରାଖାଲ ଗ୍ରାମର ସୁଧାକର ଦାସ (୪୭) ଏବଂ ବିହାର ପାଟନା ଅଞ୍ଚଳର ବ୍ୟବସାୟୀ ନନ୍ଦଲାଲ୍‌ ମୁକେଶ (୨୩) ଗିରଫ ହୋଇଛନ୍ତି। ବାହାର ରାଜ୍ୟର ଅନ୍ୟ ୨ ବ୍ୟବସାୟୀ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳରୁ ୨ କେ.ଜି. ୬୧୮ ଗ୍ରାମ ଗଞ୍ଜେଇ, ନଗଦ ୧ ଲକ୍ଷ ୧୭ ହଜାର ୧୫୦ ଟଙ୍କା, ଏକ କାର୍‌ (ନଂ. ଓଡ଼ି ୦୨ ବିଏମ୍‌ ୦୬୪୭), ୩ଟି ପାସ୍‌ବୁକ୍‌, ୫ କ୍ରେଡିଟ୍‌ କାର୍ଡ ଜବତ କରାଯାଇଛି। ଅନ୍ୟପଟେ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଅଞ୍ଚଳର ଏକ ଭଡ଼ାଘରେ ଦୀର୍ଘ ୩ବର୍ଷ ଧରି ଏଭଳି କାରବାର ଚାଲିଥିବାବେଳେ ପୋଲିସ ସାମାନ୍ୟତମ ସୁରାକ ପାଇ ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶର ପାନ୍ନା ଥାନା ଅଞ୍ଚଳରୁ ୫୦ କେ.ଜି.ରୁ ଊର୍ଦ୍ଧ୍ୱ ଚୋରା ଗଞ୍ଜେଇ ସ୍ଥାନୀୟ ପୋଲିସ ଜବତ କରିଥିଲା। ଏହି ଘଟଣାରେ ୨ ଆନ୍ତଃରାଜ୍ୟ ବ୍ୟବସାୟୀ ଧରାପଡ଼ିଥିଲେ। ସେମାନଙ୍କୁ ପଚରାଉଚରା ବେଳେ ଏହାର ଲିଙ୍କ୍‌ ଢେଙ୍କାନାଳରୁ ମିଳିଥିଲା। ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ପାନ୍ନା ଥାନାର ଇନ୍ସପେକ୍ଟର ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ୫ଜଣିଆ ପୋଲିସ ଟିମ୍‌ ଢେଙ୍କାନାଳରେ ପହଞ୍ଚତ୍ଥିଲା। ମହିଷାପାଟ ଅଞ୍ଚଳର ଏକ ଭଡ଼ା ଘରେ ଗଞ୍ଜେଇ ଡିପୋ ଚାଲିଥିବା ଜଣାପଡ଼ିବା ପରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସହାୟତାରେ ଚଢ଼ାଉ କରାଯାଇଥିଲା। ପୋଲିସ ସୂଚନା ଅନୁଯାୟୀ, ବୌଦ୍ଧ ଏବଂ କନ୍ଧମାଳ ଜିଲାରୁ ଗଞ୍ଜେଇ ଅଣାଯାଇ ଢେଙ୍କାନାଳ ମହିଷାପାଟର ଉକ୍ତ ଭଡ଼ା ଘରେ ରଖାଯାଉଥିଲା। ସେଠାରୁ ପ୍ୟାକେଟ୍‌ କରାଯାଇ ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ରାତାରାତି ଚାଲାଣ କରି ଦିଆଯାଉଥିଲା। ଏହି ର଼୍ୟାକେଟ୍‌କୁ ପରିଚାଳନା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନ ଜୈସାଲମେର ସୀମାନ୍ତରେ ରହୁଥିବା ଜଣାପଡ଼ିଛି। ଫଳରେ ରାଜସ୍ଥାନ ସୀମାଦେଇ ଦେଶ ବାହାରକୁ ଗଞ୍ଜେଇ ଚାଲାଣ ଚେର ଲମ୍ବିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।
ଗଞ୍ଜେଇ ଡିପୋ ସମ୍ପର୍କରେ ପୋଲିସ ନିକଟରେ ସୂଚନା ନ ଥିବା ସମ୍ପର୍କରେ ପଚାରିବାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କୁହନ୍ତି, ବାହାରୁ ଗଞ୍ଜେଇ ଅଣାଯିବା ପରେ ଏହାକୁ ପ୍ୟାକେଟ କରି ଅନ୍ୟ ରାଜ୍ୟକୁ ଚାଲାଣ କରି ଦିଆଯାଉଥିଲା। ତେଣୁ ଏହା ଜଣାପଡ଼ି ନ ଥିଲା। ଏବେ ଏହା ସ୍ପଷ୍ଟ ହେବା ପରେ ଅଧିକ ତଦନ୍ତ କରାଯିବ। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ଏ ସମ୍ପର୍କରେ ଜଣାଇବେ। ଏଥିପୂର୍ବରୁ ପାନ୍ନା ପୋଲିସ ଢେଙ୍କାନାଳରେ ଚଢ଼ାଉ କରି ବର୍ଷକ ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଢେଙ୍କାନାଳରେ ଗଞ୍ଜେଇ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧାକର ଦାସ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ମୋବାଇଲ ସିମ୍‌ ଅଦଳବଦଳ କରି ଯୋଗାଯୋଗ କରୁଥିବାବେଳେ ପୋଲିସ ଟ୍ରାକ୍‌ କରି ସେମାନଙ୍କ ବିଷୟରେ ସୂଚନା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?