ଟଙ୍କା ଫେରିପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ଲାଗି ମେ’ ୪ରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ଇଓଡବ୍ଲ୍ୟୁକୁ ସୁପାରିସ କରିଥିଲେ। ମାତ୍ର ଜମାକାରୀ ଟଙ୍କା ଫେରିପାଇବା ନେଇ କୌଣସି ମତ ଦେଇ ନ ଥିଲେ। ନିକଟରେ ଜିଲାପାଳ ମହାପାତ୍ରଙ୍କ ବଦଳି ହୋଇଯାଇଛି। ତେବେ ଘଟଣାର ତଦନ୍ତ ଲାଗି ଇଓଡବ୍ଲ୍ୟୁ ସୁପାରିସ୍‌କୁ ଦେଢ଼ମାସ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଜମାକାରୀ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ ରହିଛନ୍ତି।
ଯେ, ରାଉତପଡ଼ା ଶାଖାରେ ପୂର୍ବତନ ହିସାବ ରକ୍ଷକ ଦୁଇବର୍ଷ ପୂର୍ବେ ଏହି ବ୍ୟାଙ୍କରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାର୍ଯ୍ୟ କରୁଥିଲେ। ଫଳରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିଲେ। ରାଉତପଡାର ଅଧିକାଂଶ ପରିବାର ହସ୍ତତନ୍ତ କାରିଗର ହୋଇଥିବାରୁ ଅନଭିଜ୍ଞତା ଯୋଗୁ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସେ ସହଯୋଗ କରୁଥିଲେ। ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ହିସାବ ରକ୍ଷକ ଜମାକାରୀଙ୍କ ସ୍ଥାୟୀ ଜମା ଓ ସଞ୍ଚୟ ଜମା ପ୍ରମାଣପତ୍ର ଆଦି ନବୀକରଣ ଆଳରେ ବ୍ୟାଙ୍କର ଜାଲ୍‌ ପ୍ରମାଣପତ୍ର ଓ ସ୍ବାକ୍ଷର କରି ଟଙ୍କା ଆତ୍ମସାତ୍‌ କରିଛନ୍ତି। କେତେଜଣ ଗ୍ରାମବାସୀ ଜମା ପୁଞ୍ଜିର ବିବରଣୀ ଜାଣିବାକୁ ଶାଖା କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ବିବରଣୀ ପାଇ ନ ଥିଲେ। ଏ ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ ସତ୍ତ୍ୱେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଜମାକାରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା, ଅବହେଳା ଯୋଗୁ ଜମାକାରୀ କୋଟି କୋଟି ଟଙ୍କା ହରାଇବାକୁ ବସିଛନ୍ତି। ଏହି ଆର୍ଥିକ କାରବାର ପଛରେ ସମ୍ପୃକ୍ତ କର୍ମଚାରୀଙ୍କ ସମେତ କେତେଜଣ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଏହାପରେ ଏକାଧିକ ଜମାକାରୀ ଘଟଣାର ନିରପେକ୍ଷ ତଦନ୍ତ, ଟଙ୍କା ଫେରସ୍ତ ସହ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜିଲାପାଳଙ୍କ ନିକଟରେ ଦାବି କରିଥିଲେ।
ହେଉଛି ବୁଣାକାରଙ୍କ ଗ୍ରାମ। ଲୁଗା ବୁଣିଲେ ଗ୍ରାମବାସୀଙ୍କ ପରିବାର ଚଳେ। ଉପାର୍ଜିତ ଧନ ସ୍ଥାନୀୟ ବ୍ୟାଙ୍କରେ ରଖିଥିଲେ। ତେବେ ଜମାକାରୀଙ୍କ ଆଖିରେ ଧୂଳିଦେଇ ସେମାନଙ୍କ ଲକ୍ଷାଧିକ ଟଙ୍କାକୁ କର୍ମଚାରୀ ଆତ୍ମସାତ୍‌ କରିଦେଲେ। ଘଟଣାକୁ ଚାପିଦେବା ଲାଗି ଷଡ଼ଯନ୍ତ୍ର ଚାଲିଛି ବୋଲି ଗ୍ରାମବାସୀ କହିିଛନ୍ତି। ଅନ୍ୟପଟେ ଅଭିଯୋଗ ପରେ କେସିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅନନ୍ତ ସାମଲ ବ୍ୟାଙ୍କ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି। ସିଇଓଙ୍କ ପ୍ରାଥମିକ ରିପୋର୍ଟକୁ ଆଧାରକରି ଜିଲାପାଳ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜମାକାରୀ କିପରି ଟଙ୍କା ଫେରିପାଇବେ, ତାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri