Posted inଫୁରସତ

ମହାବାହୁଙ୍କ ସେବାରେ ହିଁ ସନ୍ତୋଷ

ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର ପ୍ରଶାସନରେ ସ୍ବତନ୍ତ୍ର ପଦାଧିକାରୀ ତଥା ବରିଷ୍ଠ ଉପପ୍ରଶାସକ ରୂପେ କାର୍ଯ୍ୟ କରିଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରାବନ୍ଧିକ ଡ. ଭାସ୍କର ମିଶ୍ର। ଯିଏକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ବହୁ ବିରଳ ପୁସ୍ତକ ଓ ପୋଥି ସଂଗ୍ରହ କରିଛନ୍ତି। ଦୀର୍ଘ ୩୦ବର୍ଷ ଧରି ଶ୍ରୀଜଗନ୍ନାଥ ଚେତନା ଓ ମଠ ପରମ୍ପରା ସମ୍ପର୍କରେ ମଧ୍ୟ ଗବେଷଣା କରିଛନ୍ତି। ୨୦୨୧ମସିହା ସୁଦ୍ଧା ୬୪ଖଣ୍ଡ ଗବେଷଣାଭିତ୍ତିକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିବା ସହ ମଠ ପରମ୍ପରାକୁ ନେଇ ଓଡ଼ିଶାର ପ୍ରଥମ ଗ୍ରନ୍ଥ ରଚନା କରିଛନ୍ତି।

ବାସେଳିସାହିରେ ତାଙ୍କ ଘର। ଜନ୍ମ ୧୯୬୧ମସିହାରେ। ପିତା ବୈଦ୍ୟନାଥ ମିଶ୍ର, ମା’କୁଞ୍ଜଲତା ଦେବୀ। ଏବେ ପରିବାର କହିଲେ ପତ୍ନୀ ରୁନୁ, ଗୋଟିଏ ପୁଅ ଅଜିତାଭ, ଗୋଟିଏ ଝିଅ ଅନିଶାକୁ ବୁଝାଏ। ସେ କୁହନ୍ତି, ‘ପିଲାଟିଦିନରୁ ବିଭିନ୍ନ ଦେବଦେବୀଙ୍କ ଆରାଧନା ସହ ପୁରାଣ ପଢ଼ୁଥିଲି, ଶ୍ଳୋକ ଉଚ୍ଚାରଣ କରୁଥିଲି। ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ ବାସେଳିସାହି ୟୁପି ସ୍କୁଲରେ। ପରେ ମ୍ୟୁନିସିପାଲିଟି ହାଇସ୍କୁଲ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ବିଏ ଏବଂ ଗଙ୍ଗାଧର ଆଇନ ମହାବିଦ୍ୟାଳୟରେ ଏଲ୍‌ଏଲ୍‌ବି କଲି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାରିପଦାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପୁରୀର ମଠ ପରମ୍ପରା ଉପରେ ପିଏଚ.ଡି. କରିଛି। ତେବେ ପଢାପରେ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟଠାରେ ଲୋକସମ୍ପର୍କ ଅଧିକାରୀଭାବେ ଯୋଗଦେଇଥିଲି। ତାପରେ ୨୦୦୦ମସିହାରେ ରାଜ୍ୟ ଆଇନ ବିଭାଗରେ ଓଏସ୍‌ଡି ରୂପେ ଯୋଗଦାନ। ୨୦୦୬ରୁ ୨୦୧୨ଯାଏ ଶ୍ରୀମନ୍ଦିର ଉପପ୍ରଶାସକ ରୂପେ କାର୍ଯ୍ୟ ତୁଲାଇଥିଲି। ରାଜ୍ୟ ଆଇନ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ୨୦୨୧ ମେ ୩୧ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛି। କିନ୍ତୁ ୟା’ଭିତରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ମୋର ଲେଖାଲେଖି ଜାରି ରହିଛି। ଏଥିପାଇଁ ଶ୍ରୀମନ୍ଦିର ବୟୋଜ୍ୟେଷ୍ଠ ସେବକ, ପୁରାତନଗ୍ରନ୍ଥ, ମାଦଳାପାଞ୍ଜି ଓ ରାଜ୍ୟ ଅଭିଲେଖାଗାରର ସାହାଯ୍ୟ ନେଇଛି। ଦୀର୍ଘ ୨୨ ବର୍ଷ ଧରି ଶ୍ରୀମନ୍ଦିରର ବିଭିନ୍ନ ଯାତ୍ରା, ବିଶେଷ ନୀତିରେ ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ରହିବା ସମୟରେ ନିରୀକ୍ଷଣକରି ତଥ୍ୟ ସଂଗ୍ରହ କରୁଥିଲି। ଏହାସହ ‘ଶ୍ରୀମନ୍ଦିର ଓ ସମାଚାର’ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲି। ୧୯୯୬ ମସିହାଠାରୁ ୨୦୨୧ ମସିହା ମଧ୍ୟରେ ଓଡ଼ିଶା, ରାୟପୁର, ତିରୁପତି, ମୁମ୍ବାଇ, ନୂଆଦିଲ୍ଲୀ ସମେତ ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ଉଭୟ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରଗୁଡ଼ିକରେ ଅଂଶଗ୍ରହଣ କରି ନିବନ୍ଧ ଉପସ୍ଥାପନ କରିଛି। ସମ୍ପ୍ରତି ନୀଳାଦ୍ରି ପତ୍ରିକାର ମୁଖ୍ୟ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରୁଛି। ଓଡ଼ିଶାର ଆଧ୍ୟାତ୍ମିକ ପତ୍ରପତ୍ରିକାଗୁଡ଼ିକରେ ନିୟମିତ ଭାବେ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ପ୍ରବନ୍ଧମାନ ପ୍ରକାଶ କରିବା ସହିତ ଆକାଶବାଣୀ, ଦୂରଦର୍ଶନ ଆଦିରେ କେତେକ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ରଥଯାତ୍ରା ଧାରାବିବରଣୀରେ ଅଂଶଗ୍ରହଣ କରିଆସୁଛି। ୨୦୨୧ରେ ଓଡ଼ିଶାର ନୀଳାଦ୍ରି ଆଧାତ୍ମିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ରୂପେ ମନୋନୀତ ହୋଇ କାର୍ଯ୍ୟ କରୁଅଛି। ସମ୍ପ୍ରତି ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ରୂପେ ମନୋନୀତ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଅନେକ ପୁସ୍ତକ ରଚନା କରିଛି। ଅନ୍ୟପକ୍ଷେ ଜଗନ୍ନାଥ ସେବା ପାଇଁ ଶତାଧିକ ଅନୁଷ୍ଠାନ ତରଫରୁ ମତେ ମିଳିଛି ଅନେକ ସମ୍ମାନ। କିନ୍ତୁ ଯେଉଁ କଥା ଆଜି ବି ଅତ୍ମସନ୍ତୋଷ ଦିଏ ତାହା ହେୁଛି ଜଗନ୍ନାଥଙ୍କ ସେବା ଏବଂ ଜଗନ୍ନାଥଙ୍କୁ ନେଇ ଘଟିଥିବା ଅନେକ ଅଲୌକିକ ଘଟଣା। ସେଥିମଧ୍ୟରୁ ଗୋଟିଏ ହେଲା- ୧୯୯୬ ମସିହା ନବକଳେବର କଥା। ପ୍ରଶାସକ କହିଥିଲେ ବାଙ୍ଗାଲୋର ଯାଇ ଚନ୍ଦନ କାଠ ଆଣିବା ପାଇଁ। ଏହାପୂର୍ବରୁ ମୁଁ କେବେ ବାଙ୍ଗଲୋର ଯାଇ ନ ଥିଲି। ଘଟୁଆରୀ ସେବକ ଓ କଟକର ଜଣେ ଦାତାଙ୍କୁ ଧରି ମୁଁ ଯାଇଥିଲି। ମତେ ଜଣାଯାଇଥିଲା ଯେ, ଜଗନ୍ନାଥଙ୍କ ସେବା ପାଇଁ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ମଞ୍ଜୁର ହୋଇଛି। ହେଲେ ସେଠାରେ ପହଞ୍ଚତ୍ବାପରେ କହିଲେ କହିଲେ ଚନ୍ଦeନ କାଠ ମଞ୍ଜୁର ହେଇଛି। ହେଲେ ନଥି ଖୋଲିବାବେଳେ ଦେଖିଲୁ ତାହା ବଦ୍ରୀନାଥ ଧାମର। ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା। କ’ଣ କରିବି ଭାବି ପାରିଲିନି। ମହାପ୍ରଭୁଙ୍କ ପ୍ରଥମ କାମରେ ବିଫଳ ହୋଇ ଶ୍ରୀକ୍ଷେତ୍ର ଯିବି! ୧୯ ବର୍ଷ ପରେ ନବକଳେବର ପଡିଛି। ଅଫିସର ବାରଣ୍ଡାରେ ପଡିଥିବା ବେଞ୍ଚ ଉପରେ ବସି ସ୍ମରଣ ହେଲା ମହାପ୍ରଭୁଙ୍କର ନୀଳଚକ୍ର। ଆଉ ଏଇ କଥା ଭାବି ଭାବି ଆଖିରୁ ଦୁଇଟୋପା ଲୁହ ଗଡିଗଲା। ମହାପ୍ରଭୁ କେତେ ପରୀକ୍ଷା କରୁଛ? ଆମକୁ ସଫଳ କରାଅ। ଏଇ ସମୟରେ ଆମେ ଦେଇଥିବା ଦରଖାସ୍ତ ମିଳିଲା। ତାକୁ ମଞ୍ଜୁର କରିବାକୁଥିବା ଅଫିସର୍‌ ଦିଲ୍ଲୀରେ ଥିଲେ। ପୁଣି ମହାପ୍ରଭୁଙ୍କୁ ଡାକିଲି। ଶେଷରେ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ସନ୍ଧ୍ୟା ୭ଟାରେ ସେହି ଅଫିସର ପହଞ୍ଚତ୍ଲେ। ସେ ଯେତେବେଳେ ଶୁଣିଲେ ମୁଁ ପୁରୀ ଜଗନ୍ନାଥ ଧାମରୁ ଚନ୍ଦନ କାଠ ନେବାକୁ ଆସିଛି, ଆଉ ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କିଛି ନ ଖାଇ ବସିଛି। ମାତ୍ର ୫ ମିନିଟ ଭିତରେ ସେ ଚନ୍ଦନ କାଠ ମଞ୍ଜୁର କଲେ। କହିଲେ ମହୀଶୂରରେ ଚନ୍ଦନ କାଠ ଅଛି ନେଇକି ଯିବ। ତାପରଦିନ ଆମେ ମହୀଶୂର ଗଲୁ। ହେଲେ ଅର୍ଡର ନେଇ ମହୀଶୂରରେ ପହଞ୍ଚତ୍ଲା ପରେ ଜାଣିଲୁ ସେଠାରେ ବି ଚନ୍ଦନ କାଠ ନ ଥିଲା। ମହାପ୍ରଭୁ ପୁଣି ପରୀକ୍ଷା ନେଲେ। ସେଠାରେ ଜଣେ ମହିଳା ଡିଏଫ୍‌ଓ କହିଲେ ହାସାନ ଦ୍ୱୀପରେ ଚନ୍ଦନ କାଠ ଅଛି। ତେଣୁ ୧୩୫ କି.ମି. କାର୍‌ରେ ଗଲୁ। ଦ୍ୱୀପରେ ପହଞ୍ଚୁ ପହଞ୍ଚୁ ଚନ୍ଦନ କାଠର ମହ ମହ ବାସ୍ନାରେ ମନ ଆତ୍ମସନ୍ତୋଷରେ ଭରିଗଲା। ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି କହିଲୁ ଏତେ ପରୀକ୍ଷା ପରେ ତମ କାର୍ଯ୍ୟ ପାଇଁ ତମ ଜିନିଷ ମିଳିଗଲା। ପୂର୍ବରୁ ଚନ୍ଦନ କାଠ କଲିକତାରୁ ଆସୁଥିଲା। ପ୍ରଥମଥର ପାଇଁ ମହୀଶୂରର ଚନ୍ଦନ କାଠ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା। ଏହି ଘଟଣା ଏବେ ବି ଆଖିରେ ଲୁହ ଆଣିଦିଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri