Posted inଜାତୀୟ

ଦେଓଘର ରେସକ୍ୟୁ ଅପରେଶନରେ ସାମିଲ ଯବାନଙ୍କ ସହ କଥା ହେଲେ ମୋଦି, କହିଲେ ଦୁର୍ଘଟଣାରୁ ବହୁତ କିଛି ଶିକ୍ଷା ମିଳିଲା

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଝାଡ଼ଖଣ୍ଡର ଦେଓଘର ରୋପୱେ ଦୁର୍ଘଟଣା ପରେ ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବାୟୁସେନା, ସେନା, ଏନଡିଆରଏଫ୍‌, ଆଇଟିବିପି ଓ ସ୍ଥାନୀୟ ପ୍ରଶାସନର ଅଧିକରୀ ତଥା ସାମଜିକ ସଂସ୍ଥାର ସଦସ୍ୟଙ୍କ ସହ କଥା ହୋଇଛନ୍ତି । ରୋପୱେ ଦୁର୍ଘଟଣା ପରେ ପାଖାପାଖି ୪୬ ଘଣ୍ଟାର ଅପରେଶନରେ ୫୬ ଜଣ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇ ହୋଇଥିଲା ।
ମୋଦି ଏହି ରେସକ୍ୟୁ ଅପରେଶନରେ ସାମିଲ ସମସ୍ତ ସଦସ୍ୟଙ୍କ ସହ କଥା ହୋଇ କହିଥିଲେ ଆପଣମାନଙ୍କ ସାହସ ଓ ଧୈର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି । ଆପଣମାନଙ୍କ ପାଇଁ ଆମେ କେତେଜଣ ଦେଶବାସୀଙ୍କୁ ବଞ୍ଚାଇ ପାରିଲୁ । ଏହାସବୁ ବାବା ବୈଦନାଥଙ୍କ କୃପା । ହେଲେ ଦୁଃଖର କଥା କେତେଜଣଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ ଆଉ କେତେଜଣ ଆହତ ବି ହୋଇଗଲେ । ମୃତାହତ ପରିବାରଙ୍କ ପ୍ରତି ମୋର ସମବେଦନା ତଥା ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି ।
ମୋଦି ଆହୁରି ମଧ୍ୟ କହିଥିଲେ ସାରା ଦେଶ ଆପଣମାନଙ୍କ ଦ୍ୱାରା କରାଯାଇଥିବା ଅପରେଶନକୁ ଦେଖୁଥିଲା, ଚିନ୍ତିତ ବି ଥିଲା ହେଲେ ଏହା କେତେ କଷ୍ଟସାଧ୍ୟ ଥିଲା ତାହା ସହଜରେ ଅନୁମାନ କରାଯାଉଥିଲା । ଏହାକୁ ନେଇ ଦେଶବାସୀ ଗର୍ବ କରନ୍ତି ଯେ ଆମ ନିକଟରେ ଆପଣମାନଙ୍କ ଭଳି ବୀର ତଥା କୁଶଳ ଫୋର୍ସ ରହିଛନ୍ତି ଯେଉଁମାନେ ସବୁ ପରିସ୍ଥିତିର ସାମ୍ନା କରି ଦେଶବାସୀଙ୍କୁ ସୁରକ୍ଷିତ ରଖିପାରିବେ । ଏହି ଦୁର୍ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିଛି । ଆପଣମାନଙ୍କ ଅନୁଭବ ଭବିଷ୍ୟତରେ ଅନେକ କାମରେ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri