Posted inଖେଳ

ଡେନ୍‌ମାର୍କ ଓପନ୍‌: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ

ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍‌ମାର୍କ ଓପନ୍‌ରେ ସୁବିଧାଜନକ ଡ୍ର’ରେ ସ୍ଥାନିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଦୀର୍ଘ ୭ମାସ ଧରି ବ୍ୟାଡ୍‌ମିଣ୍ଟନ ବେଶ୍‌ ପ୍ରଭାବିତ ହୋଇଥିଲା। ପରିବର୍ତ୍ତିତ କ୍ୟାଲେଣ୍ଡରରେ ଡେନ୍‌ମାର୍କ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟ ସ୍ଥାନ ପାଇଛି।
ଟୋକିଓ ଅଲିମ୍ପିକ୍ସ ପଦକ ଆଶାରେ ଥିବା ସାଇନା ଓ ଶ୍ରୀକାନ୍ତ ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ମୂଲ୍ୟବାନ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସ କରିବା ଲକ୍ଷ୍ୟରେ ରହିଛନ୍ତି। ଏହା ଦ୍ୱାରା ଟେକିଓ ଅଲିମ୍ପିକ୍ସରେ ଭାଗନେବା ପ୍ରକ୍ରିୟା ସହଜ ହେବ। ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରେ ଏକମାତ୍ର ଇଭେଣ୍ଟ ଭାବେ ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହେବ।
ରିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲକୁ ଉଠିଥିବା ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ଇଂଲଣ୍ଡର ଟୋବି ପେଣ୍ଟିଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବେ। ଦ୍ୱିତୀୟ ରାଉଣ୍ଡରେ ସେ ନିଜର ଦେଶର ଶୁଭଙ୍କର ଦେ’ଙ୍କୁ ଭେଟିବେ। ଶୁଭଙ୍କର କାନାଡ଼ାର ଆନ୍ଥୋନୀ ହୋ- ଶୁଏଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ। କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କଲେ ତାଇଓ୍ବାନର ଚୋଉ ତିଏନ ଚେନ୍‌ଙ୍କୁ ଭେଟିବାର ସମ୍ଭାବନା ରହିଛି।
ସେହିପରି ବିଶ୍ୱର ୨୦ ନମ୍ବର ଖେଳାଳି ସାଇନା ମହିଳା ସିଙ୍ଗଲ୍ସରେ ଫ୍ରାନ୍ସର ୟାଲେ ହୋୟାଉକ୍ସଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ। ସେହିପରି ସେ ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ଖେଳାଳି ତଥା ସପ୍ତମ ସିଡ୍‌ ଖେଳାଳି ମିଆ ବ୍ଲିଚ୍‌ଫେଲଟ୍‌ଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। ଯଦି ଏହି ଦୁଇ ରାଉଣ୍ଡ ଅତିକ୍ରମ କରିନ୍ତ ସାଇନା ପରବର୍ତ୍ତୀ ପର୍ଯ୍ୟାୟରେ କାନାଡ଼ାର ମିଚେଲେ ଲିଙ୍କୁ ଭେଟିବେ।
ଅନ୍ୟମାନଙ୍କ ମଧ୍ୟରେ ସାଇନାଙ୍କ ସ୍ବାମୀ ତଥା ପୂର୍ବତନ ବିଶ୍ୱ ୬ ନମ୍ବର ଖେଳାଳି ତଥା ଲଣ୍ଡନ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲିଷ୍ଟ ପାରୁପାଲ୍ଲୀ କାଶ୍ୟପ୍‌ ଜାପାନର କୋକି ଓ୍ବାଟାନାବେଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବେ। ଯଦି ସେ ବିଜୟୀ ହେବେ ତେବେ ସେ ବିଶ୍ୱର ୧ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କୁ ଭେଟିବେ। ସେହିପରି ଉଦୀୟମାନ ଖେଳାଳି ଲକ୍ଷ୍ୟ ସେନ୍‌ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭଙ୍କୁ ଭେଟିବେ। ଯଦି ବିଜୟୀ ହୁଅନ୍ତି ସେ ଚତୁର୍ଥ ସିଡ୍‌ ଜାପାନର କାଣ୍ଟା ସୁନେୟାମାଙ୍କୁ ଭେଟିବେ। ସେହିପରି ବିଶ୍ୱର ପୂର୍ବତନ ୧୩ ନମ୍ବର ଖେଳାଳି ଅଜୟ ଜୟରାମ ତୃତୀୟ ସିଡ୍‌ ସ୍ଥାନୀୟ ଖେଳାଳି ଆନ୍ଦ୍ରେସ୍‌ ଆଣ୍ଟୋନସେନଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri