ଚାରିଆଡ଼େ ଡେଙ୍ଗୁ ଆତଙ୍କ: ଚିନ୍ତା ବଢାଉଛି ସୁନ୍ଦରଗଡ଼

ଭୁବନେଶ୍ୱର,୨୭।୮: ରାଜ୍ୟର ଚାରିଆଡ଼େ ଏବେ ଡେଙ୍ଗୁ ଆତଙ୍କ। ଏହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫୯ରେ ପହଞ୍ଚିଛି। ଏପରିକି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ଚିନ୍ତା ବଢାଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୩୭ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଭୁବନେଶ୍ବରରୁ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ସବୁ ଜିଲାକୁ ମାଡ଼ି ଚାଲିଛି ଡେଙ୍ଗୁ। ହେଲେ ଲୋକେ ରାଜ୍ୟରେ ପରିମଳ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଲୋକଙ୍କ କହିବା ମୁତାବକ, ସହର ହେଉ କିମ୍ବା ଗ୍ରାମାଞ୍ଚଳରେ ଠିକ୍‌ ଭାବେ ଡ୍ରେନେଜ ସଫା ହେଉ ନାହିଁ। ଚାରିଆଡେ ଅଳିଆ ଅବାର୍ଜନ ପଡି ରହୁଛି। ହେଲେ ବିଭାଗ ପକ୍ଷରୁ ସଠିକ ସମୟରେ ଏହାର ପରିଚାଳନା କରାଯାଉ ନାହିଁ। କାଁଭାଁ କେଉଁଠି ଡ୍ରେନ ସଫା କରାଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଧା ସଫା କରି ଛାଡି ଦିଆଯାଉଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢି ଚାଲଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସବୁଠି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri