ଡେଙ୍ଗୁ ତଥ୍ୟ ଦେଉନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୭।୭(ଅଭିଜିତ ଦାସ) ମୌସୁମୀ ଆସିଲେ ରାଜ୍ୟରେ ବିଶେଷକରି ମ୍ୟାଲେରିଆ, ଡେଙ୍ଗୁ, ଟାଇଫଏଡ୍‌ ଭଳି ରୋଗ ବ୍ୟାପିଥାଏ। ଚଳିତବର୍ଷ ଏହାର ମୁକାବିଲା ପାଇଁ ବର୍ଷା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଚିକିତ୍ସା ଓ ମୃତ୍ୟୁଜନିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା। ହେଲେ ଘରୋଇ ହସ୍ପିଟାଲଗୁଡିକ ତଥ୍ୟ ଦେଉ ନ ଥିବାରୁ ରୋଗର ସ୍ଥିତି ସ୍ପଷ୍ଟ ହୋଇପାରୁନି। ଏଥିସହ ସରକାରୀ ସ୍ତରରେ ରୋଗର ମୁକାବିଲା ଲାଗି ସେପରି ସଫଳ ପଦକ୍ଷେପ ନିଆଯାଇପାରୁନି। ଏବେ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହରାଞ୍ଚଳରେ ଡେଙ୍ଗୁ କାୟା ମେଲୁଛି। ଖୋର୍ଦ୍ଧା ଜିଲା ଶୀର୍ଷରେ ରହିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଘରେ ଘରେ ଜ୍ୱର ବ୍ୟାପୁଛି। ଯେଉଁ ହସ୍ପିଟାଲକୁ ଯିବ ସେଠାରେ ଡେଙ୍ଗୁ ରୋଗୀ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଡେଙ୍ଗୁରେ କେତେଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ଏହାକୁ ଖଣ୍ଡନ କରାଯାଉଛି। ସରକାରୀ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଥିଲେ ମଧ୍ୟ ଘରୋଇ ହସ୍ପିଟାଲ କ୍ଷେତ୍ରରେ ରିପୋର୍ଟ ଆସି ନ ଥିବା ବା ତଥ୍ୟ ଦିଆଯାଉ ନ ଥିବା କୁହାଯାଉଛି। ନିକଟରେ ଭୁବନେଶ୍ୱରରେ ଘଟିଥିବା ଏଭଳି ଦୁଇଟି ଘଟଣାରେ ମୃତକଙ୍କ ପରିବାର ଓ ରାଜ୍ୟବାସୀ ଏବେ ବି ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି। ଅନେକ ସମୟରେ ବିଏମ୍‌ସି ଓ ଜିଲା ପ୍ରଶାସନ ତଥ୍ୟରେ ତାଳମେଳ ରହୁ ନ ଥିବା ଦେଖାଯାଉଛି।
ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର ସରକାରୀ ହସ୍ପିଟାଲରେ ୧୮ ହଜାରରୁ ଊର୍ଦ୍ଧ୍ୱ ରକ୍ତ ନମୁନା ପରୀକ୍ଷା କରାଯାଇଛି। ହେଲେ ଘରୋଇ ହସ୍ପିଟାଲରେ କେତେ ଡେଙ୍ଗୁ ରୋଗୀଙ୍କ ରକ୍ତନମୁନା ପରୀକ୍ଷଣ କରାଯାଇଛି ସେନେଇ କୌଣସି ତଥ୍ୟ ନାହିଁ। ଅପରପକ୍ଷେ ରାଜ୍ୟରେ ୫୩୪ଟି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବାବେଳେ ଘରୋଇ ହସ୍ପିଟାଲରେ କେତେ ସଂଖ୍ୟକ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଛନ୍ତି, କେତେ ନମୁନା ପଜିଟିଭ୍‌ ଆସୁଛି ଓ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ। ଗତ କିଛିଦିନ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ୭ ବର୍ଷୀୟା ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଏନେଇ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ କୌଣସି ରିପୋର୍ଟ ନ ଆସିବାରୁ ବିଭାଗ ପକ୍ଷରୁ ଏକ ଟିମ୍‌ ଉକ୍ତ ହସ୍ପିଟାଲକୁ ଯାଇ ତଦନ୍ତ କରିଥିଲା। ହେଲେ ଶିଶୁ ମୃତ୍ୟୁ ଅନ୍ୟ କିଛି ରୋଗ ନା ଡେଙ୍ଗୁରେ ହୋଇଛି ତାହା ଏଯାଏ ସ୍ପଷ୍ଟ କରାଯାଇ ନାହିଁ। ଏପଟେ ଏଭଳି ବିଭିନ୍ନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ବେଖାତିର କରୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସେପରି ପଦକ୍ଷେପ ନିଆ ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପୂର୍ବରୁ ଘରୋଇ ଓ ସରକାରୀ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ଚଳିତ ମାସ ୫ ତାରିଖରେ ମଧ୍ୟ ଦ୍ୱିତୀୟଥର ନୋଟିସ୍‌ ହୋଇଥିଲା। ଏହାସତ୍ତ୍ୱେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଠିକ୍‌ ଭାବରେ ତଥ୍ୟ ଦେଉନାହାନ୍ତି। ଆଗାମୀ ଦିନରେ ଏଭଳି ଆଭିମୁଖ୍ୟ ଜାରି ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?