ଅକ୍ଟୋବର ଯାଏ ଡେଙ୍ଗୁ ସତର୍କତା

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପି ଚାଲିଛି। ମୌସୁମୀ ପରେ ୧୬ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲା ଶୀର୍ଷରେ ରହିଛି। ରାଜ୍ୟରେ ୨୫୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୩୪ଜଣ ରୋଗୀ କେବଳ ଖୋର୍ଦ୍ଧାରେ ବାହାରିଛନ୍ତି। ବଢୁଥିବା ଡେଙ୍ଗୁ ରୋଗୀ ସଂଖ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। ପୂର୍ବରୁ ସେପ୍ଟେମ୍ବର ଯାଏ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବାବେଳେ ବର୍ତ୍ତମାନର ସ୍ଥିତିକୁ ଦେଖି ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁର ସତର୍କତା ଜାରି କରାଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ଡେଙ୍ଗୁ ଋତୁଭିତ୍ତିକ ରୋଗ ହୋଇ ରହିନାହିଁ। ବର୍ଷ ସାରା ଅନେକ ସ୍ଥାନରୁ ଡେଙ୍ଗୁ ରୋଗୀଙ୍କ ରିପୋର୍ଟ ମଧ୍ୟ ଆସୁଛି। ରାଜ୍ୟରେ ପୂର୍ବରୁ ୪୦ଟି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ପରୀକ୍ଷା କରାଯାଉଥିବାବେଳେ ଏବେ ୪୨ଟି ସ୍ଥାନରେ ପରୀକ୍ଷଣ କେନ୍ଦ୍ର କରାଯାଉଛି। ତେବେ ରାଜ୍ୟରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ବି ସଂକ୍ରମଣ ହାର ବହୁତ କମ୍‌ ରହିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୨,୮୦୦ ନମୁନା ଟେଷ୍ଟ ହୋଇଥିବାବେଳେ ୨୫୦ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ଡେଙ୍ଗୁରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ। ଭୟଭୀତ ନ ହୋଇ ଅକ୍ଟୋବର ମାସ ଯାଏ ସଚେତନ ରହିବାକୁ ସେ ପରାର୍ମଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

ଜନ୍ମମାଟି ବରପାଲିରେ ଶହୀଦ ପ୍ରେମରାଜଙ୍କୁ ଅଶ୍ରୁଳ ବିଦାୟ: ତୋପ ସଲାମୀ ସହ ସମ୍ପନ୍ନ ହେଲା…

ବରପାଲି, ୧୩।୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ବ୍ଲକର କୁମ୍ଭାରୀ ଗାଁର ବୀର ସନ୍ତାନ ପ୍ରେମରାଜ ମଲ୍ଲିକଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସାରା…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri