Posted inଜାତୀୟ

ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ

ହାଇଦ୍ରାବାଦ୍‌,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ସାମିଲ ହୋଇଥିଲେ।
ସଭାକୁ ସମ୍ବୋଧିତ କରି ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ନିର୍ବାଚନରେ ଭାଜପାର ପରାଜୟ ନିଶ୍ଚିତ। ଫାସିଷ୍ଟ ମନୋଭାବ ଉପରେ ପ୍ରଶ୍ନ କରୁଥିବା ନେତାମାନଙ୍କୁ ହଇରାଣ କରିବା କେନ୍ଦ୍ରର ଅଭ୍ୟାସରେ ପରିଣତ ହୋଇଛି। ଜାନୁଆରୀରୁ ସୂର୍ଯ୍ୟ ଉତ୍ତରାୟଣକୁ ଯାଇଛନ୍ତି। ଜାତୀୟ ରାଜନୀତି ଦକ୍ଷିଣାୟନକୁ ଆସୁଛି।
ତେଲେଙ୍ଗାନାରେ ବିଆରଏସ ବୈଠକରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, କେନ୍ଦ୍ରରେ ଶାସକ ଭାଜପା ଗଣତନ୍ତ୍ରର ମୂଳଦୁଆକୁ ନଷ୍ଟ କରିବାକୁ ଚାହୁଁଛି। ଆଜି ଆମେ ଏକ ନୂତନ ପ୍ରତିରୋଧ ଆରମ୍ଭ କରୁଛୁ। ଆମର ସମସ୍ତ ମାତୃଭାଷାକୁ ପୃଥକ କରି ହିନ୍ଦୀକୁ ଜାତୀୟ ଭାଷା ଭାବରେ ଚିତ୍ରଣ କରିବାକୁ ପ୍ରୟାସ କରାଯାଉଛି। ଆମର ମାତୃଭାଷାକୁ ହଟାଇ ହିନ୍ଦୀ ପ୍ରୟୋଗ କଲେ ଜାତିର ଅଖଣ୍ଡତା ପ୍ରଭାବିତ ହେବ।
ଦିଲ୍ଲୀ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ପ୍ରଥମ ଥର ପାଇଁ ଏହି ଦେଶରେ ନେତାମାନେ ଏକାଠି ହେଉଛନ୍ତି। ଏହା ଏକ ଭଲ ଖବର। ବେରୋଜଗାର କିମ୍ବା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଉ ନାହାଁନ୍ତି। ଅଣ-ଭାଜପା ସରକାରଗୁଡିକୁ କେମିତି ପତନ କରିବା କେନ୍ଦ୍ର ସରକାରଙ୍କୁ ଏହି ଗୋଟିଏ ଚିନ୍ତା ଘାରିଛି।
ସେହିପରି କେସିଆର କେନ୍ଦ୍ର ସରକାରଙ୍କ ବିରୋଧ କର୍ନାଟକ-ତାମିଲନାଡୁ ଏବଂ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ମଧ୍ୟରେ ଜଳ ଯୁଦ୍ଧ ଆରମ୍ଭ କରିଥିବା ଅଭିଯୋଗ କରିଛି। ଭୁଲ ନୀତି ଯୋଗୁ ଦେଶରେ ବିଦ୍ୟୁତ ସଙ୍କଟ ପାଇଁ କେସିଆର କେନ୍ଦ୍ରକୁ ଦାୟୀ କରିଛି।
ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ବିଆରଏସ୍‌ ଭାବରେ ନାମିତ କରାଯିବା ପରେ ଏହା ହେଉଛି ପ୍ରଥମ ସାଧାରଣ ସଭା। ରାଜନୈତିକ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri