Posted inଜାତୀୟ

ବିଫଳ ହୋଇଛି ବିମୁଦ୍ରୀକରଣ

ମୁମ୍ବାଇ,୭।୧୧: ଲୋକଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ କ୍ୟାଶଲେସ୍‌ ଟ୍ରାଞ୍ଜାକ୍ସନର ସ୍ବପ୍ନ ଦେଖାଇଥିବା କେନ୍ଦ୍ର ସରକାର ଏବେ ବାସ୍ତବତାକୁ ଅନୁଭବ କରିବାର ସମୟ ଆସିଯାଇଛି। ବିମୁଦ୍ରୀକରଣକୁ ୬ବର୍ଷ ପୂରିବାକୁ ଆଉ ଗୋଟେ ଦିନ ବାକି ଥିବାବେଳେ ଭାରତୀୟଙ୍କ ପାଖରେ ନଗଦ ରାଶି ୩୦.୮୮ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି, ଯାହାକି ୨୦୧୬ ନଭେମ୍ବର ୪ରେ ହୋଇଥିବା ଆକଳନ ଠାରୁ ୭୧.୮୪% ଅଧିକ।

କଳାଧନ ଓ ଦୁର୍ନୀତି ରୋକିବା ସହ ନଗଦ ଅର୍ଥ କାରବାର ହ୍ରାସ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ସେତେବେଳେ ଦେଶରେ ପ୍ରଚଳିତ ସମସ୍ତ ୫୦୦ ଓ ୧,୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦିଆଯାଇଥିଲା। ତେବେ ଯେଉଁ ଲକ୍ଷ୍ୟ ନେଇ ସରକାର ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିମୁଦ୍ରୀକରଣକୁ ୬ ବର୍ଷ ପୂରୁଥିବାବେଳେ ଲୋକଙ୍କ ହାତରେ ନଗଦ ଅର୍ଥରାଶି ପରିମାଣ ସର୍ବାଧିକ ୩୦.୮୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୬ ନଭେମ୍ବର ୪ ବେଳକୁ ଦେଶରେ ଯେତିକି ନଗଦ ଅର୍ଥ କାରବାର ହେଉଥିଲା, ତାହା ତୁଳନାରେ ବର୍ତ୍ତମାନର ନଗଦ ଅର୍ଥରାଣି ପରିମାଣ ୭୧.୮୪ ପ୍ରତିଶତ ଅଧିକ। ତେଣୁ ନଗଦ ଅର୍ଥ କାରବାର ଏବେବି ବଢ଼ିଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ମୁଦ୍ରା ଯୋଗାଣ ତଥ୍ୟ ଅନୁଯାୟୀ ଅକ୍ଟୋବର ୨୧ରେ ଦେଶବାସୀଙ୍କ ପାଖରେ ନଗଦ ଅର୍ଥ ପରିମାଣ ୩୦.୮୮ ଲକ୍ଷ କୋଟି ଟଙ୍କା ଥିଲା।

୨୦୧୬ ନଭେମ୍ବର ୪ରେ ଦେଶରେ କାରବାର ହେଉଥିବା ମୁଦ୍ରା ପରିମାଣ ୧୭.୭ ଲକ୍ଷ କୋଟି ଟଙ୍କା ଥିଲା। ଲୋକଙ୍କ ହାତରେ ଥିବା ନୋଟ୍‌ ଏବଂ କଏନ୍‌କୁ ସେମାନେ ଦ୍ରବ୍ୟ ଓ ସେବା କିଣାକିଣିରେ ବ୍ୟବହାର କରିଥାନ୍ତି। ମୋଟ୍‌ ପ୍ରଚଳିତ ମୁଦ୍ରାରୁ ବ୍ୟାଙ୍କ ପାଖରେ ଥିବା ଅର୍ଥକୁ ବାଦ୍‌ ଦେଲେ ଅବଶିଷ୍ଟ ହେଉଛି ଲୋକଙ୍କ ହାତରେ ଥିବା ନଗଦ ରାଶି। ଅର୍ଥ ପୈଠର ଡିଜିଟାଲ ବିକଳ୍ପ ଲୋକପ୍ରିୟ ଏବଂ ସହଜ ହୋଇଥିଲେ ମଧ୍ୟ ନଗଦ କାରବାର କ୍ରମାଗତ ଭାବେ ବଢ଼ିଚାଲିଛି। କୋଭିଡ୍‌ ମହାମାରୀ ବେଳେ ଡିଜିଟାଲ ମୋଡ୍‌ରେ ଅର୍ଥ କାରବାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିଲେ।

ଏହା ସତ୍ତ୍ୱେ ନଗଦ କାରବାର ବିଶେଷ ପ୍ରଭାବିତ ହୋଇପାରି ନାହିଁ। ସେହି ସମୟରେ କାରବାର ହେଉଥିବା ମୁଦ୍ରା ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ମୋଟାମୋଟି ଆର୍ଥତ୍କ ଅଭିବୃଦ୍ଧି ସହ ବଢ଼ିଚାଲିଥିଲା। ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ଉଲ୍ଲେଖନୀୟ ଭାବେ ବଢ଼ିଥିଲେ ମଧ୍ୟ ଜିଡିପି ସହ ଏହାର ଅନୁପାତ ପାରମ୍ପରିକ ଭାବେ କମ୍‌ ରହିଆସିଛି। ଦୀପାବଳି ସପ୍ତାହରେ କାରବାର ହେଉଥିବା ମୁଦ୍ରା ପରିମାଣ ୭,୬୦୦ କୋଟି ଟଙ୍କା ହ୍ରାସ ପାଇଥିବା ନିକଟରେ ଏସ୍‌ବିଆଇର ଅର୍ଥନୀତିଜ୍ଞମାନେ କହିଥିଲେ। ୨୦୦୯ ପାର୍ବଣ ଋତୁର କାରବାରକୁ ବାଦ୍‌ ଦେଲେ ପାଖାପାଖି ୨ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ହ୍ରାସ ବୋଲି ବିଶେଷଜ୍ଞମାନଙ୍କ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri