Posted inଭଦ୍ରକ

ବେଆଇନ ମାଟିଖୋଳା ବନ୍ଦ ଦାବି

ଆରଡ଼ି, ୨୮।୪(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଏବଂ ଧାମନଗର ତହସିଲ ଅନ୍ତର୍ଗତ ପାଳସାହି ଓ ରଇପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅବାଧରେ ମାଟି ଖୋଳା ଚାଲିଛି। ପୋଖରୀ ଖୋଳା ଆଳରେ ନିଜ ଜମି ଓ ସରକାରୀ ଜମିକୁ ନାରଖାର କରୁଛନ୍ତି କେତେକ ବ୍ୟକ୍ତିବିଶେଷ। ସ୍କୁଲ କିମ୍ବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ମାଟି ପଡ଼ିବା ନେଇ କେତେଜଣ ବ୍ୟକ୍ତି ନିଜ ଜମିରୁ ମାଟି ଦେବା ଲାଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ ଅନୁମତି ପତ୍ର ଆଣୁଥିବା କୁହାଯାଉଛି। କେବଳ ସେତିକି ନୁହେଁ ପୂର୍ବରୁ ସରକାରୀ ଜମି ଜବରଦଖଲ ଆଳରେ ନିଜ ଅକ୍ତିଆରକୁ ଆଣିଥିବା ଜମିରୁ ମାଟି ବିକ୍ରି ଚାଲୁ ରହିଛି। ସାତଭାୟାରୁ କୁଆଖିଆ ଏନ୍‌ଏଚ୍‌-୨୦ର ୧ ମିଟର ଦୂରରେ ଥିବା ଜମିରୁ ମାଟି ଖୋଳା ଯାଉଛି। ଏପରିକି ବୈତରଣୀ ନଦୀବନ୍ଧ ପାର୍ଶ୍ୱରୁ ପ୍ରତିଦିନ ମାଟି ଖୋଳା ଚାଲିଥିବା ଦେଖିବାକୁ ମିଳିଛି।
ନିୟମାନୁସାରେ କୌଣସି ବ୍ୟକ୍ତି ନିଜର ଜମି ହେଉ କି ସରକାରୀ ଜମି ତହସିଲଦାରଙ୍କ ବିନା ଅନୁମତିରେ ମାଟି ଖୋଳି ପାରିବେ ନାହିଁ। ବେଆଇନ ମାଟି ଖୋଳା ପ୍ରତି ଧ୍ୟାନ ଦେବା ତଥା ସରକାରୀ ଜମିର ସୁରକ୍ଷା ଲାଗି ଆରଡ଼ି, ବେତାଳିଗଁାଠାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଆଇନ ମାଟି ଖୋଳା ବନ୍ଦ କରିବା ଲାଗି ବିଭିନ୍ନ ମହଲରୁ ଦରଖାସ୍ତ କରାଯାଉଥିଲେ ମଧ୍ୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଉଲ୍ଲେଖ ଯେ, ସାଠିବାଙ୍କୁଡାଠାରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚାନ୍ଦବାଲି ତହସିଲଦାର ଦିନ ଗଡ଼ାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ମାଟିଖୋଳା ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି। ଏ ସମ୍ପର୍କରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର କହିଛନ୍ତି, ବେଆଇନ ମାଟି ଉଠାଣ ବିଷୟରେ ସେ ଜାଣିନାହାନ୍ତି। ଏହାର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri