Posted inଭଦ୍ରକ

ବେଆଇନ ମାଟିଖୋଳା ବନ୍ଦ ଦାବି

ଆରଡ଼ି, ୨୮।୪(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଏବଂ ଧାମନଗର ତହସିଲ ଅନ୍ତର୍ଗତ ପାଳସାହି ଓ ରଇପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅବାଧରେ ମାଟି ଖୋଳା ଚାଲିଛି। ପୋଖରୀ ଖୋଳା ଆଳରେ ନିଜ ଜମି ଓ ସରକାରୀ ଜମିକୁ ନାରଖାର କରୁଛନ୍ତି କେତେକ ବ୍ୟକ୍ତିବିଶେଷ। ସ୍କୁଲ କିମ୍ବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ମାଟି ପଡ଼ିବା ନେଇ କେତେଜଣ ବ୍ୟକ୍ତି ନିଜ ଜମିରୁ ମାଟି ଦେବା ଲାଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ ଅନୁମତି ପତ୍ର ଆଣୁଥିବା କୁହାଯାଉଛି। କେବଳ ସେତିକି ନୁହେଁ ପୂର୍ବରୁ ସରକାରୀ ଜମି ଜବରଦଖଲ ଆଳରେ ନିଜ ଅକ୍ତିଆରକୁ ଆଣିଥିବା ଜମିରୁ ମାଟି ବିକ୍ରି ଚାଲୁ ରହିଛି। ସାତଭାୟାରୁ କୁଆଖିଆ ଏନ୍‌ଏଚ୍‌-୨୦ର ୧ ମିଟର ଦୂରରେ ଥିବା ଜମିରୁ ମାଟି ଖୋଳା ଯାଉଛି। ଏପରିକି ବୈତରଣୀ ନଦୀବନ୍ଧ ପାର୍ଶ୍ୱରୁ ପ୍ରତିଦିନ ମାଟି ଖୋଳା ଚାଲିଥିବା ଦେଖିବାକୁ ମିଳିଛି।
ନିୟମାନୁସାରେ କୌଣସି ବ୍ୟକ୍ତି ନିଜର ଜମି ହେଉ କି ସରକାରୀ ଜମି ତହସିଲଦାରଙ୍କ ବିନା ଅନୁମତିରେ ମାଟି ଖୋଳି ପାରିବେ ନାହିଁ। ବେଆଇନ ମାଟି ଖୋଳା ପ୍ରତି ଧ୍ୟାନ ଦେବା ତଥା ସରକାରୀ ଜମିର ସୁରକ୍ଷା ଲାଗି ଆରଡ଼ି, ବେତାଳିଗଁାଠାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଆଇନ ମାଟି ଖୋଳା ବନ୍ଦ କରିବା ଲାଗି ବିଭିନ୍ନ ମହଲରୁ ଦରଖାସ୍ତ କରାଯାଉଥିଲେ ମଧ୍ୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଉଲ୍ଲେଖ ଯେ, ସାଠିବାଙ୍କୁଡାଠାରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚାନ୍ଦବାଲି ତହସିଲଦାର ଦିନ ଗଡ଼ାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ମାଟିଖୋଳା ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି। ଏ ସମ୍ପର୍କରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର କହିଛନ୍ତି, ବେଆଇନ ମାଟି ଉଠାଣ ବିଷୟରେ ସେ ଜାଣିନାହାନ୍ତି। ଏହାର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?