ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଦାବି ତେଜିଲା

ବାରିପଦା ଅଫିସ,୧୭।୪: ମୟୂରଭଞ୍ଜ ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଟର୍ମ-୨ପରୀକ୍ଷା ନିମନ୍ତେ ୧୨୦କି.ମି. ଦୂର ରାଇରଙ୍ଗପୁର ଠାରେ କେନ୍ଦ୍ର କରାଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ା ଏହାକୁ ନେଇ ଶନିବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୫କି.ମି. ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବା ନିମନ୍ତେ ଏକ ଦାବିପତ୍ର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏପ୍ରିଲ ୨୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟର ୪୫ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ସିବିଏସଇ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି ା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ୧୨୦କି.ମି. ଦୂର ରାଇରଙ୍ଗପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ୧୮ଦିନ ବ୍ୟାପୀ ଦ୍ୱାରଶୁଣୀ ଭଳି ବିପଦ ପୂର୍ଣ୍ଣ ଘାଟି ଓ ରାସ୍ତାରେ ଯାତାୟାତ କରି ପରୀକ୍ଷା ଦେବା ସମ୍ଭବପର ହେଉନଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ସେହିପରି ସିବିଏସଇ ବୋର୍ଡ ପକ୍ଷରୁ ୩୦କି.ମି. ପରିଧି ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ରହିଥିଲେ ସୁଦ୍ଧା ବଡ଼ସାହି ଆଦର୍ଶ ବିଦ୍ୟାଳୟ ପାଇଁ ଅନ୍ୟ ଏକ ନିୟମ ପ୍ରଚଳନ କରାଯାଉଛି ବୋଲି ଅଭିଭାବକ ପ୍ରକାଶ ମୃତ୍ୟୁଞ୍ଜୟ ଦିବବେଦୀ, ଜୀବନ ଜ୍ୟୋତି ବାରିକ, ସିଦ୍ଧାର୍ଥ ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି ା ସେହିପରି ବଡ଼ସାହି ଠାରୁ ରାଇରଙ୍ଗପୁରକୁ ସିଧାସଳଖ ବସ ଯୋଗେ ଯିବାଆସିବା କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଆଦିବାସୀ ଗରିବ ଛାତ୍ରୀଛାତ୍ରମାନେ ଖର୍ଚ୍ଚାନ୍ତର ଶିକାର ହେବେ ବୋଲି କହିଛନ୍ତି ା ଏହା ଫଳରେ ଛାତ୍ରୀଛାତ୍ରମାନେ ମାନସିକ ଚାପରେ ପଡିବା ସହ ପରୀକ୍ଷାରେ ସଫଳତା ଅର୍ଜନ କରିବାରେ ବାଧା ଉପୁଜିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ା ତେବେ ଏହାକୁ ନେଇ ଉପଜିଥିବା ସମସ୍ୟାର ସମାଧାନ କରିବା ପାଇଁ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ବିକ୍ଷୋଭ କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଚିଠି ନଂ ୩୩୬/ଓଏଭିବି/୨୨ରେ ରିଜିଓନାଲ ଅଫିସକୁ ଜଣାଇଛନ୍ତି। ଟର୍ମ-୧ ପରୀକ୍ଷା ପାଇଁ ନିଜସ୍ବ ବିଦ୍ୟାଳୟରେ କେନ୍ଦ୍ର କରାଯାଇଥିବା ବେଳେ ଟର୍ମ-୨ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସହିତ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ା ତେବେ ଖୁବ ଶୀଘ୍ର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?