ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଦାବି ତେଜିଲା

ବାରିପଦା ଅଫିସ,୧୭।୪: ମୟୂରଭଞ୍ଜ ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଟର୍ମ-୨ପରୀକ୍ଷା ନିମନ୍ତେ ୧୨୦କି.ମି. ଦୂର ରାଇରଙ୍ଗପୁର ଠାରେ କେନ୍ଦ୍ର କରାଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ା ଏହାକୁ ନେଇ ଶନିବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୫କି.ମି. ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବା ନିମନ୍ତେ ଏକ ଦାବିପତ୍ର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏପ୍ରିଲ ୨୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟର ୪୫ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ସିବିଏସଇ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି ା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ୧୨୦କି.ମି. ଦୂର ରାଇରଙ୍ଗପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ୧୮ଦିନ ବ୍ୟାପୀ ଦ୍ୱାରଶୁଣୀ ଭଳି ବିପଦ ପୂର୍ଣ୍ଣ ଘାଟି ଓ ରାସ୍ତାରେ ଯାତାୟାତ କରି ପରୀକ୍ଷା ଦେବା ସମ୍ଭବପର ହେଉନଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ସେହିପରି ସିବିଏସଇ ବୋର୍ଡ ପକ୍ଷରୁ ୩୦କି.ମି. ପରିଧି ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ରହିଥିଲେ ସୁଦ୍ଧା ବଡ଼ସାହି ଆଦର୍ଶ ବିଦ୍ୟାଳୟ ପାଇଁ ଅନ୍ୟ ଏକ ନିୟମ ପ୍ରଚଳନ କରାଯାଉଛି ବୋଲି ଅଭିଭାବକ ପ୍ରକାଶ ମୃତ୍ୟୁଞ୍ଜୟ ଦିବବେଦୀ, ଜୀବନ ଜ୍ୟୋତି ବାରିକ, ସିଦ୍ଧାର୍ଥ ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି ା ସେହିପରି ବଡ଼ସାହି ଠାରୁ ରାଇରଙ୍ଗପୁରକୁ ସିଧାସଳଖ ବସ ଯୋଗେ ଯିବାଆସିବା କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଆଦିବାସୀ ଗରିବ ଛାତ୍ରୀଛାତ୍ରମାନେ ଖର୍ଚ୍ଚାନ୍ତର ଶିକାର ହେବେ ବୋଲି କହିଛନ୍ତି ା ଏହା ଫଳରେ ଛାତ୍ରୀଛାତ୍ରମାନେ ମାନସିକ ଚାପରେ ପଡିବା ସହ ପରୀକ୍ଷାରେ ସଫଳତା ଅର୍ଜନ କରିବାରେ ବାଧା ଉପୁଜିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ା ତେବେ ଏହାକୁ ନେଇ ଉପଜିଥିବା ସମସ୍ୟାର ସମାଧାନ କରିବା ପାଇଁ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ବିକ୍ଷୋଭ କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଚିଠି ନଂ ୩୩୬/ଓଏଭିବି/୨୨ରେ ରିଜିଓନାଲ ଅଫିସକୁ ଜଣାଇଛନ୍ତି। ଟର୍ମ-୧ ପରୀକ୍ଷା ପାଇଁ ନିଜସ୍ବ ବିଦ୍ୟାଳୟରେ କେନ୍ଦ୍ର କରାଯାଇଥିବା ବେଳେ ଟର୍ମ-୨ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସହିତ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ା ତେବେ ଖୁବ ଶୀଘ୍ର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମାର, ମହିନ୍ଦ୍ରାକୁ ଫେରାଇ ଆଣିବାକୁ ଦାବି

ବାରିପଦା ଅଫିସ,୧୯ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ କୁମକୀ(ପୋଷା) ହାତୀ ‘ଶୋଭା’ର ବ୍ୟବଚ୍ଛେଦ ପରେ ରବିବାର ବିଭାଗୀୟ ଅଧିକାରୀମାନେ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ...

ମଦଭାଟିରେ ହାତୀ ଉପଦ୍ରବ : ଯୁବକଙ୍କ ଜୀବନ ଗଲା

ବାରିପଦା ଅଫିସ,୬ା୬: ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀପଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ହେଲେ ବିହାରର ଔରଙ୍ଗାବାଦ ଅଞ୍ଚଳର...

ଗାଈକୁ ବାଘ ଖାଇଗଲା

କପ୍ତିପଦା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କଟୁରିଆ ହୁଡିସାହି ଗ୍ରାମର ଦୁଲି ମୁର୍ମୁ ନାମକ ଜଣେ ମହିଳାଙ୍କ ଏକ ଗାଈକୁ ନଟୋ ସଂରକ୍ଷିତ ଜଙ୍ଗଲରେ...

୭ ଟ୍ରେଲର ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍‌

ବାରିପଦା ଅଫିସ,୨୫ା୧- ଅତ୍ୟଧିକ ମାଲ୍‌ ପରିବହନ କରୁଥିବା ୭ ଭାରିଯାନ (ଟ୍ରେଲର) ଡ୍ରାଇଭରଙ୍କ ଲାଇସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ଟ୍ରେଲରଗୁଡିକରୁ ୫...

ବିପୁଳ ପରିମାଣର ବିଦେଶୀ ମଦ ଜବତ: ୨ ବ୍ୟବସାୟୀ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ଅବକାରୀ ବିଭାଗ ଦାରା ଶୁକ୍ରବାର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଓ ଚମ୍ପାଝର ବଜାର ଅଞ୍ଚଳରୁ ବିପୁଳ ପରିମାଣର ଚୋରା...

ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ବିଶୋଇ, ୩୧।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଅଶନା ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜନୈକ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅଶନା...

ସ୍ବାବଲମ୍ବୀ ହେଲେ ଦୁଇ ‘ସ୍ବୟଂସିଦ୍ଧା’

ବାରିପଦା ଅଫିସ,୨୮।୭- ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲା ସବୁବେଳେ ବାଲ୍ୟବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛି। ବାଲ୍ୟବିବାହର ଶିକାର ହେଉଥିବା ନାବାଳିକାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ...

ଖଟିଆରେ ବୁହାହେଲେ ରୋଗୀ

ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ...

Advertisement
Archives

Model This Week