ରୋଗୀଙ୍କୁ ଡାକ୍ତର ମାଡ଼ ମାରିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ

ଭବାନୀପାଟଣା,୧୪ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବନ ଓ ଗିରଫ ଦାବିରେ ସୋମବାର ସକାଳୁ ଧର୍ମଗଡ଼ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୩୦ସିକୁ ଅବରୋଧ କରିଛନ୍ତି।

ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଧର୍ମଗଡ଼ ବସ୍ତିପଡ଼ାର ମୁକେଶ ନାଏକ ନାମକ ଜଣେ ଯୁବକ ପେଟରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ କାର୍ଯ୍ୟରତ ଡାକ୍ତର ଶୈଲେଶ କୁମାର ଦୋରା କୌଣସି କାରଣକୁ ନେଇ ମୁକେଶକୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଡାକ୍ତର ଦୋରାଙ୍କୁ ଛଡ଼ାଉଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଯାହାର ଭିଡିଓ ଆଜି ସକାଳେ ଭାଇରାଲ ହେବା ପରେ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକୋ କରିଛନ୍ତି।
ଡାକ୍ତରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ଧର୍ମଗଡ଼ ଏସ୍‌ଡିପିଓ ଧୀରଜ କୁମାର ଚୋପଦାର ପହଞ୍ଚି ବୁଝାଶୁଝା କରୁଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଗୋପପୁର କଳାକାର ଚୟନ

ବରଗଡ଼ ଅଫିସ୍‌,୧୫।୧୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ମଥୁରାନଗରୀ କଳାକାର ଚୟନ ସରିବା ପରେ ସୋମବାର ସନ୍ଧ୍ୟାରେ ଗୋପପୁର କଳାକାର ଚୟନ କରାଯାଇଥିଲା। ଗୋପପୁର କମିଟି କରିଥିବା...

ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା...

ଗାଁ ପ୍ରବେଶପଥକୁ ବନ୍ଦ କଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୩୧ା୩-ପ୍ରଶାସନିକ କଟକଣାକୁ ନ ମାନି କେତେକ ଗ୍ରାମବାସୀ ଲକ୍‌ ଡାଉନ ସମୟରେ ବାହାରେ ଚଳାଚଳ କରୁଛନ୍ତି। ଏହି କଟକଣାକୁ କଡ଼ାକଡ଼ି କରିବା ପାଇଁ...

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି ।...

ନିଗମ ଅଧ୍ୟକ୍ଷ ତାଲିକା ଘୋଷଣା କଲେ ସରକାର

ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ସରକାର ରବିବାର ବିଳମ୍ବିତ ସାରେ ନିଗମ ଏବଂ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‌

ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି ।...

ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୧।୫: ଲକ୍‌ ଡାଉନ୍‌ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ...

Advertisement
Archives

Model This Week