ଆବ୍ରାହମ୍‌ ଆଣ୍ଡ ଠାକୋରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିବେଶ

ମୁମ୍ବାଇ,୧୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍‌ ଆଣ୍ଡ ଠାକୋର ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଂଶଧନ ପାଇଁ ନିବେଶ କରାଯାଇଛି। ଆର୍‌ଆର୍‌ଭିଏଲ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ବ୍ରାଣ୍ଡ୍‌ସ୍‌ ଲିମିଟେଡ୍‌ (ଆର୍‌ବିଏଲ୍‌) ପ୍ରିମିୟମ ବର୍ଗର ଗ୍ରାହକଙ୍କୁ ଯେଉଁଭଳି ଗଭୀର ଭାବେ ବୁଝିଛି ଓ ଡିଜିଟାଲ, ରିଟେଲ ପରିଚାଳନା, ମାର୍କେଟିଂ ଓ ଯୋଗାଣ ଶୃଙ୍ଖଳ ପ୍ଲାଟ୍‌ଫର୍ମ ଆଦିରେ ରହିଥିବା ଶକ୍ତିକୁ ନେଇ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ବର୍ଗରେ ଆବ୍ରାହମ୍‌ ଆଣ୍ଡ ଠାକୋର ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ଭାବେ ଗଢ଼ିତୋଳିବ ବୋଲି କୁହାଯାଉଛି। ଭାରତୀୟ ବୟନକୁ ବ୍ୟାଖ୍ୟାକରି ଏଆଣ୍ଡଟି ଲାଉଞ୍ଜ ଓୟାର ଓ ହୋମ୍‌ କଲେକ୍ସସନରୁ ଆରମ୍ଭ କରିଥିଲା ଯାହା ପ୍ରଥମେ ଲଣ୍ଡନର ଦିକନରାନ୍‌ ଶପ୍‌ରେ ବିକ୍ରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଲୋକପ୍ରିୟତା ହାସଲ ସହ ବିଶ୍ୱସ୍ତରୀୟ ଷ୍ଟୋର ଯଥା ଲିବର୍ଟି, ବ୍ରାଉନ୍ସ, ହାରୋଡସ୍‌ ଓ ସେଲଫ୍ରିଜ୍ସ ଆଦିରେ ଉପଲବ୍ଧ ହୋଇଥିଲା। ଦୀର୍ଘ ୧୫ ବର୍ଷ ହେବ ମୁଖ୍ୟତଃ ଆନ୍ତର୍ଜାତିକ ଷ୍ଟୋରଗୁଡ଼ିକରେ ଖୁଚୁରା ଭାବେ ଏହା ବିକ୍ରିହେବା ପରେ ସେମାନଙ୍କ ପ୍ରଥମ ଫ୍ୟାଶନ ଶୋ’ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ଏହି ବ୍ରାଣ୍ଡ ଭାରତ ଆସିଥିଲା। ଫ୍ୟାଶନର ସାଂସ୍କୃତିକ ଗଠନକୁ ଭଲ ଭାବେ ବୁଝିବାର ଦର୍ଶନ ସହିତ ଏହି ବ୍ରାଣ୍ଡ ଦୃଢ଼ ଭାବେ ଯୋଡ଼ି ହୋଇରହିଛି। ଏ ସମ୍ପର୍କରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, ଆବ୍ରାହମ୍‌ ଆଣ୍ଡ ଠାକୋର ପକ୍ଷରୁ ପାରମ୍ପରିକ ବୟନ ପଦ୍ଧତିରେ ଉପକରଣ ଓ ସତେଜ ଭାବନାର ଚମତ୍କାର ବ୍ୟବହାରରେ ବ୍ରାଣ୍ଡ ପାଇଁ ଉଚ୍ଚମାନର ନିର୍ଦ୍ଦିଷ୍ଟ ଡିଜାଇନ ସିଗ୍ନେଚର ତିଆରି କରାଯାଇଛି। ଭାରତୀୟ ଲକ୍‌ଜୁରି ଗ୍ରାହକଙ୍କ ଉପଯୋଗିତାରେ ଏକ ପିଢ଼ିର ପରିବର୍ତ୍ତନ ହେଉଥିବା ବେଳେ ଆବ୍ରାହମ୍‌ ଆଣ୍ଡ ଠାକୋରର ଅସୀମ ଡିଜାଇନକୁ ବେଶ୍‌ ପସନ୍ଦ କରାଯାଉଛି। ଆମେ ଭାରତୀୟ କାରିଗରିର ସ୍ବତନ୍ତ୍ର ପରିପ୍ରକାଶକୁ ବିଶ୍ୱସ୍ତରରେ ଥିବା ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ବ୍ରାଣ୍ଡ୍‌ ସହ ସ୍ଥାପନ କରିଥିବା ସହଯୋଗିତାକୁ ନେଇ ବେଶ୍‌ ଉତ୍ସାହିତ ରହିଛୁ ବୋଲି ଇଶା ମତବ୍ୟକ୍ତ କରିଛନ୍ତି। ସେହିଭଳି ଡେଭିଡ୍‌ ଆବ୍ରାହମ୍‌ କହିଛନ୍ତି, ଭାରତର ଲକ୍‌ଜୁରି ଦୃଶ୍ୟପଟରେ ପୁନର୍ବିନ୍ୟାସ ଘଟାଇଥିବା କମ୍ପାନୀ ଆର୍‌ଆର୍‌ଭିଏଲ୍‌ ସହିତ ସହଯୋଗିତା ସ୍ଥାପନକରି ଆବ୍ରାହମ୍‌ ଆଣ୍ଡ ଠାକୋର ବେଶ୍‌ ଉତ୍ସାହିତ। ଏହି ସହଯୋଗିତା ଜରିଆରେ ଆମେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ବଢ଼ାଇବୁ ଏବଂ ଉଭୟ ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌ କଲେକ୍ସନକୁ ଆଣିବୁ ଯେଉଁଥିରେ ହୋମ୍‌ ଫର୍ନିସିଂ ଓ ଲାଉଞ୍ଜ ଓୟାର ସାମିଲ ରହିଛି ବୋଲି ଡେଭିଡ୍‌ ମତବ୍ୟକ୍ତ କରିଛନ୍ତି। ଉକ୍ତ ବ୍ରାଣ୍ଡ୍‌ର କ୍ରିଏଟିଭ୍‌ ନିର୍ଦ୍ଦେଶନା ତିନୋଟି ଡିଜାଇନର ଡେଭିଡ୍‌ ଆବ୍ରାହମ୍‌, ରାକେଶ ଠାକୋର ଓ କେଭିନ୍‌ ନିଗ୍‌ଲିଙ୍କ ପାଖରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?