Advertisement

ଉଠାଦୋକାନୀଙ୍କୁ ଥଇଥାନ ଦାବି ତେଜିଲା

ବାଲେଶ୍ୱର ଅଫିସ, ୪।୧: ବାଲେଶ୍ୱର ପୌରାଞ୍ଚଳର ୧୩ ଓ ୧୪ ନଂ. ୱାର୍ଡର ବିସ୍ଥାପିତ ଉଠା ଦୋକାନୀମାନଙ୍କୁ ସ୍ଥାୟୀ ଥଇଥାନ ନିମନ୍ତେ ମଙ୍ଗଳବାର ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ୍‌ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଦାବି ଅନୁସାରେ, ୧୩ ନଂ. ଓ ୧୪ ନଂ. ୱାର୍ଡ଼ ଅନ୍ତର୍ଗତ ଫକୀରମୋହନ କଲେଜ ନିକଟରେ ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ଧରି ବହୁ ଉଠାଦୋକାନୀ ଜୀବନଜୀବିକା ପାଇଁ ଟ୍ରାଫିକ ନିୟମ ମାନି ବ୍ୟବସାୟ କରିଆସୁଥିଲେ। ସରକାରଙ୍କ କୌଣସି ନିଯୁକ୍ତି ନ ଥିବା ଯୋଗୁ ସେମାନେ ନିଜର ପରିବାରର ପ୍ରତିପୋଷଣ ପାଇଁ ବିଭିନ୍ନ ସଂସ୍ଥାରୁ ଋଣ ନେଇ ବ୍ୟବସାୟ କରିଆସୁଥିଲେ। ମାତ୍ର ଗତ ଡିସେମ୍ବର ୨୯ ତାରିଖରେ ବିନା ସୂଚନାରେ ହଠାତ୍‌ ପୌର କର୍ତ୍ତୃପକ୍ଷ ଦୋକାନ ଭାଙ୍ଗିବା ସହିତ ବହୁ ଦୋକାନ ଉଠାଇ ନେଇଛନ୍ତି। ଯଦ୍ୱାରା ସେମାନଙ୍କର ବ୍ୟବସାୟରେ କ୍ଷତି ହେବା ସହିତ ପରିବାରର ପ୍ରତିପୋଷଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ପରିବାର ପ୍ରତିପୋଷଣ ଓ ଋଣ ଶୁଝିବା ପାଇଁ ସେମାନଙ୍କୁ ଥଇଥାନ କରିବା ପାଇଁ ଏକ ବିକଳ୍ପ ସ୍ଥାନ ଦିଆଯାଉ ଓ ବିକଳ୍ପ ସ୍ଥାନ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ଉକ୍ତ ସ୍ଥାନରେ ପ୍ରଶାସନର ନିୟମ ଭିତରେ ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି। ପ୍ରତିନିଧି ଦଳରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ବାଇଁ, ଲୋକନାଥ ଭୂୟଁା, ଉମେଶ ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ସୌଭାଗ୍ୟ ମାନସ ନାୟକ, ମାନସ ସାହୁ ଓ ବହୁ ଉଠାଦୋକାନୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତନ୍ୟପାନ ସପ୍ତାହରେ ଫଳ, ଔଷଧ ବଣ୍ଟନ

ବ୍ରହ୍ମପୁର ଅଫିସ୍‌,୩ା୮-ଫ୍ରେଣ୍ଡ୍‌ସ ହେଲ୍‌ପିଂ କ୍ଲବ ତରଫରୁ ସ୍ଥାନୀୟ ଗିରି ମାର୍କେଟ ସ୍ନେହମ୍‌ ହଲ୍‌ରେ ଶୁକ୍ରବାର ସକାଳେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି। ଭାରତୀୟ ଶିଶୁ...

ଛୁରି ଭୁସିି ଯୁବକଙ୍କୁ ହତ୍ୟା

କଟକ ଅଫିସ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ...

କଟକଣା ସତ୍ତ୍ୱେ ସାନଘାଗରାରେ ଅସୁରକ୍ଷିତ ଫଟୋ ଉଠା

କେନ୍ଦୁଝର, ୩ା୧ (ସ୍ବ.ପ୍ର.)-ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକରେ ସେଲଫି ଫଟୋ ଉଠା ଉପରେ କଟକଣା କରାଯାଇଛି। ଏହା ଛଡା ବାରିକେଡ ବ୍ୟବସ୍ଥା...

ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା...

ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ...

ଆବଶ୍ୟକ ଛାତ୍ରୀଛାତ୍ର ଥିବା ସତ୍ତ୍ୱେ ବିଦ୍ୟାଳୟ ବନ୍ଦ କଲା ପ୍ରଶାସନ

କଣ୍ଟାପଡ଼ା,୧୮।୯(ଡି.ଏନ୍‌.ଏ.): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ନିୟମ ଅନୁଯାୟୀ ଆବଶ୍ୟକ ଛାତ୍ରୀଛାତ୍ର ଥିବା ସତ୍ତ୍ୱେ...

ମାଲିକଙ୍କ ଗାଡ଼ି ହଡ଼ପ ଷଡ଼ଯନ୍ତ୍ର

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.):ମାଲିକର ବିଶ୍ୱାସରେ ବିଷ ଦେଇ ଜଣେ ଡ୍ରାଇଭର ଗାଡ଼ିକୁ ହଡପ କରିବା ପାଇଁ ନିଜେ ରଚିଥିଲା ମିଛ ଡକାୟତିର ଯୋଜନା। ଏହି ଘଟଣାର ଖଲ୍ଲିକୋଟ ପୋଲିସ...

ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.) ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା...

Advertisement
Archives

Model This Week