ଗଣଧାରଣା ପାଇଁ ବିଡିଓଙ୍କୁ ଦାବିପତ୍ର

ମୋରଡ଼ା,୨୧ା୯(ସ୍ମାରକ ମାଜୀ): ଚଳିତ ମାସ ୨୨ ତାରିଖରୁ ବିଧାନସଭା ସମ୍ମୁଖରେ ଏସ୍‌.ଇ.ଏମ୍‌ମାନେ କର ବା ମର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ ସଂଘ ଡାକରା ଦେଇଛି। କାର୍ଯ୍ୟରତ ନଳକୂପ ମିସ୍ତ୍ରୀ ଓ ପମ୍ପ୍‌ଚାଳକମାନଙ୍କୁ ସର୍ବନିମ୍ନ ମଜୁରି ମାସିକ ୧୮ ହଜାର ଟଙ୍କା ପ୍ରଦାନ,ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ ଓ଼ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ମିସ୍ତ୍ରୀ, ପମ୍ପ୍‌ ଚାଳକଙ୍କ ପରିବାରଙ୍କୁ ଅନ୍ୟୁନ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବି ନେଇ ଗଣଧାରଣା ଡାକରା ଦେଇଛି ସଂଘ।
ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରେ ସାମିଲ ହୋଇ ଗଣଧାରଣା ଦେବା ପାଇଁ ମୋରଡ଼ା ବ୍ଲକର ୨୦ଟି ପଞ୍ଚାୟତରେ କାର୍ଯ୍ୟରତ ମିସ୍ତ୍ରୀ ଓ ପମ୍ପ୍‌ଚାଳକ ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି। ତେଣୁ ଚଳିତ ମାସ ୨୨ ତାରିଖରୁ ବ୍ଲକରେ କାର୍ଯ୍ୟରତ ସମସ୍ତ ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକ କାର୍ଯ୍ୟ ବନ୍ଦ କରିବେ ବୋଲି ସୂଚନା ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri