ଦଳିତ ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ ହେବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନୂଆପଡ଼ା,୫।୩ (ମକାରୁ ବେମାଲ): ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ପାଇଁ ଜିଲା ଡମ ଗଣ୍ଡା ସମାଜ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଅନୁସୂଚିତ ଜାତି ରାଜ୍ୟ ସାଧାରଣ ସମ୍ପାଦକ ଫକିର ମୋହନ ଜଗତଙ୍କ ନେତୃତ୍ୱରେ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଦାବିପତ୍ର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, ରାଜ୍ୟରେ ଭାଜପା ସରକାର ଆସିଲା ଦିନଠାରୁ ଆଦିବାସୀ-ଦଳିତଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୂଳୋଉପତ୍ାଟନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ବୋଲି ନିବେଦନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ଯାଜପୁର ଜିଲା ସାହାସପୁରର ଶୁକଦେବ ଦାସଙ୍କୁ ହତ୍ୟା କରିଥିବା ଚାଉମିନ ମାଲିକ ଓ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ, କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ, ଭବାନୀପାଟଣା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପ୍ରଥମ ବର୍ଷ ଦଳିତ ଛାତ୍ରୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ, ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଆଦିବାସୀ ଛାତ୍ରୀଛାତ୍ରଙ୍କ ପ୍ରତି ଅତ୍ୟାଚାରର ନିରପେକ୍ଷ ତଦନ୍ତ କରି ଉଚିତ ଦଣ୍ଡବିଧାନ, ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ତାଙ୍କ ବୈଧାନିକ ପ୍ରାପ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପ୍ରୋମୋଶନ ଦେଇ ଚାକିରିରେ ଅବସ୍ଥାପିତ, କଟକ ଜିଲା ଖୁଣ୍ଟିଆର ଜଣେ ଦଳିତ ନାବାଳକ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରିବା ଅନ୍ୟତମ। ଦାବିପତ୍ର ଦେବା ସମୟରେ ଜିଲା ଡମ ଗଣ୍ଡା ସମାଜ ସଭାପତି ହରିକେଶ ଜାଲ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାସୁଦେବ ସୁନାନୀ, ଖୁଟୁରାମ ସୁନାନୀ, ଛବି ସାଗର, ବିଜୟ ନାରାୟଣ ଦାସ, ଧମନ ସିଂ ସୁନା, ଚନ୍ଦନ ବଘେଲଙ୍କ ସମେତ ଶତାଧିକ କର୍ମର୍ତ୍ତୋ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri