ଜୋର ଧରିଲା ଆଦିବାସୀ ମାନ୍ୟତା ଦାବି: ଦେଢ଼ଘଣ୍ଟା ଅଟକିଲା ଟ୍ରେନ୍‌ 

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ରେଳ ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରାଯାଇଛି।
ଦୀର୍ଘବର୍ଷ ଧରି କୁଡୁମୀ ଜାତିକୁ ଅନୁସୂଚିତ ଜନଜାତିରେ ପୁନଃ ଅନ୍ତର୍ଭୁକ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଆସୁଛି। ହେଲେ ସରକାର ଅଣଦେଖା କରିଆସୁଥିବାରୁ କୁଡୁମୀମାନେ ସାମାଜିକ, ଆର୍ଥିକ, ଶୈକ୍ଷିକ ଓ ରାଜନୈତିକ କ୍ଷେତ୍ରରେ ଅବହେଳିତ ହୋଇଛନ୍ତି। ଏଣୁ କେନ୍ଦ୍ରୀୟ କମିଟିର ଡାକରାରେ ଓଡ଼ିଶାର ଭଞ୍ଜପୁର ରେଳ ଷ୍ଟେଶନ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ରେଳ ଷ୍ଟେଶନଗୁଡ଼ିକରେ ରେଳରୋକୋ କରାଯାଇଛି। ଭଞ୍ଜପୁର ଷ୍ଟେଶନରେ ରେଳରୋକୋ ଦ୍ୱାରା ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପ୍ରାତଃ ୫ଟାରୁ ସକାଳ ସାଢ଼େ ୬ଟା ଯାଏ ଦେଢ଼ଘଣ୍ଟା ଅଟକି ରହିଥିଲା।
ଆଦିବାସୀ କୁଡୁମୀ ସମାଜ ରାଜ୍ୟ ସଭାପତି ମନୋଜ କୁମାର ମହାନ୍ତ, ଜିଲା ସଭାପତି ନିରଞ୍ଜନ ମହାନ୍ତ, ରାଜ୍ୟ ସଂଯୋଜକ ସଞ୍ଜୀବ କୁମାର ମହାନ୍ତ, ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ, କୁଡୁମାଲୀ ସାଂସ୍କୃତିକ ପରିଷଦର ସଭାପତି ଡ. ଭକ୍ତହରି ମହାନ୍ତ ଓ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ ନେତୃତ୍ୱ ନେଇଥିଲେ। ଆଦିମ କୁଡୁମୀ ମହାସଂଘର ସଭାପତି ପଦ୍ମଲୋଚନ ମହାନ୍ତ, ଆଦିବାସୀ କୁଡୁମୀ ସମାଜର ରାଜ୍ୟ ଉପସଭାପତି ବସନ୍ତ କୁମାର ମହାନ୍ତ, ଓଡ଼ିଶା ଝୁମର ଏକାଡେମୀର ସଭାପତି ଅବନୀ କୁମାର ମହାନ୍ତ, ଟୋଟେମିକ କୁଡୁମୀ ସଂଘର ଓଡ଼ିଶା ସଭାପତି ସତ୍ୟନାରାୟଣ ମହାନ୍ତ, ସମ୍ପାଦକ ଗୋବିନ୍ଦ ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତ, ଓଡ଼ିଶା କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟ ସିଂ ମହାନ୍ତ, ରାଜ୍ୟ ସମ୍ପାଦକ ଦୁର୍ଗାଚରଣ ମହାନ୍ତ, କୁଡୁମୀ ବିକାଶ ମଞ୍ଚ ସଭାପତି ରଜନୀକାନ୍ତ ମହାନ୍ତ, ସମ୍ପାଦକ ଦିପୁ ମହାନ୍ତ, ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ସଂଯୋଜକ ପଦ୍ମଲୋଚନ ମହାନ୍ତ, କୁଡୁମାଲୀ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଏଥିରେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଜିଲାପାଳଙ୍କ ପକ୍ଷରୁ ବାରିପଦା ତହସିଲଦାର ସପନ କୁମାର ସାହୁ ଗ୍ରହଣ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?