ସ୍ୟୁ ଚୀଙ୍କ ସମେତ ଜେଲରେ ଥିବା ଅନ୍ୟ ନାଗରିକଙ୍କ ମୁକ୍ତି ଦାବି…

ଜେନେଭା/ନାପିଦ୍ୱ,୨୨।୧୨ : ମ୍ୟାନମାରରେ ଚାଲିଥିବା ମାନବିକ ଅଧିକାର ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ପ୍ରସ୍ତାବ ନିଆଯାଇଛି। ମନଇଚ୍ଛା ଗିରଫ ହୋଇଥିବା ନାଗରିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ମ୍ୟାନମାର ସସେନା ଶାସକ ଜୁଣ୍ଟାକୁ କୁହାଯାଇଛି। ପ୍ରସ୍ତାବରେ ପ୍ରମୁଖ ନେତା ଅଙ୍ଗ ସାନ ସ୍ୟୁ ଚୀ ଏବଂ ପୂର୍ବତନ ରାଷ୍ଟ୍ରପତି ୱିନ ମାଇଣ୍ଟଙ୍କୁ ମୁକ୍ତ କରିବାକୁ ଅନୁରୋଧ କରାଯାଇଛି।

 

ଉଲ୍ଲେଖନୀୟ କଥା ହେଉଛି, ୟୁଏନଏସସିର ଅଧ୍ୟକ୍ଷତା ଏହି ମାସରେ ଭାରତ ପାଖରେ ରହିଛି। ଏହି ଅବସରରେ ବ୍ରିଟେନ ମ୍ୟାନମାର ସମ୍ବନ୍ଧରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯେଉଁଥିରେ ଭୋଟ ଦିଆଯାଇଥିଲା। ଏହି ପ୍ରସ୍ତାବ ସମ୍ପର୍କରେ ୟୁଏନଏସସିର ୧୨ ଜଣ ସଦସ୍ୟ ହିଂସାକୁ ତୁରନ୍ତ ବନ୍ଦ କରି ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏଥି ସହିତ, ତିନିଜଣ ସଦସ୍ୟ ରୁଷିଆ, ଚାଇନା ଏବଂ ଭାରତ ଏହି ପ୍ରସ୍ତାବ ଉପରେ ଭୋଟ ଦେବାରେ ଭାଗ ନେଇ ନାହାଁନ୍ତି।

ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ କହିଛନ୍ତି ଯେ ମ୍ୟାନମାରରେ ହୋଇଥିବା ରକ୍ତପାତକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଏକ ପଦକ୍ଷେପ। ତଥାପି, ଏହା ବିଷୟରେ ଅନେକ କିଛି କରିବାକୁ ବାକି ଅଛି। ଅନ୍ୟପକ୍ଷରେ ଚାଇନା ରାଷ୍ଟ୍ରଦୂତ ଝାଙ୍ଗ ଜୁନ କହିଛନ୍ତି ଯେ ମ୍ୟାନମାର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଗିରୀଶ ମୁର୍ମୁ ଆଇଏଇଏ ଏକ୍ସଟର୍ନାଲ ଅଡିଟର

ଭିଏନା, ୨୬ା୯: ଭାରତର ହିସାବ ନିୟନ୍ତ୍ରକ ଏବଂ ମହାଲେଖା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନ...

ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ...

ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି...

ଗୁପ୍ତରେ ରୁଷିଆକୁ ସହାୟତା କରୁଛି ଆମେରିକା : ଇରାନ ଡ୍ରୋନ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ/ମସ୍କୋ,୫।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର କୌଣସି ସମାଧାନ ହୋଇପାରି ନାହିଁ। କ୍ଷେପଣାସ୍ତ୍ର ଆକ୍ରମଣରେ...

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬...

ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି...

ଚାଇନାର ମୁକାବିଲା ପାଇଁ ଜାପାନ ୧,୦୦୦ ଦୂରଗାମୀ ମିଶାଇଲ ମୁତୟନ କରିବ

ଟୋକିଓ,୨୨ା୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପକ୍ଷରୁ ସମରାଭ୍ୟାସ କରାଯାଇଥିଲା। ସମରାଭ୍ୟାସ ବେଳେ...

ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ...

Advertisement
Archives

Model This Week