ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ ଲର୍ନିଂ ଏବଂ ସ୍ମାର୍ଟ ମ୍ୟୁଜିକ ଲାଗି ସ୍ମାର୍ଟ ସ୍ପିକରକୁ ବ୍ୟବହାର କରୁଥିବା ଜଣାପଡିଛି। ଏହି ସହରଗୁଡିକରେ ଗ୍ରାହକମାନେ ପ୍ରତିଦିନ ୨.୫ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟ ସ୍ପିକର ବ୍ୟବହାର କରିଥାନ୍ତି। ଆମାଜନ ଇଣ୍ଡିଆ ଏବଂ କାର୍‌ଭି ଇନ୍‌ସାଇଟ୍ସ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ମୁତାବକ, ପରିବାର ସଦସ୍ୟଙ୍କ ବ୍ୟବହାର ଲାଗି ପ୍ରାୟ ୮୧% ଓନର ସ୍ମାର୍ଟ ସ୍ପିକର ଲିଭିଂ ରୁମ୍‌ରେ ଲଗାଉଥିବା ନଜରକୁ ଆସିଛି। ଏଭଳି ଡିଭାଇସ ବ୍ୟବହାର ଦ୍ୱାରା ପ୍ରାୟ ୫୫% ଓନର ମ୍ୟୁଜିକ ଶୁଣିବାର ଲାଭ ଉଠାଉଛନ୍ତି। ସେହିଭଳି ସ୍ମାର୍ଟ ସ୍ପିକର ବ୍ୟବହାର ଦ୍ୱାରା ପିଲାମାନେ ନୂଆ ନୂଆ ଜିନିଷ ଶିଖିବାରେ ସହାୟକ ହେଉଛି ବୋଲି ୫୨% ଅଭିଭାବକ ସର୍ଭେରେ ନିଜର ମତ ରଖିଛନ୍ତି। ସ୍ମାର୍ଟ ହୋମ୍‌ରେ ବିଭିନ୍ନ ଡିଭାଇସ କଣ୍ଟ୍ରୋଲ ପାଇଁ ସ୍ମାର୍ଟ ସ୍ପିକର କ୍ରୟ କରୁଥିବା ପ୍ରାୟ ୫୦% ମତ ରଖିଛନ୍ତି। ଗୀତ ଶୁଣିବା, ସୂଚନା ଜାଣିବା, ଭଏସ୍‌ ଆସିଷ୍ଟାଣ୍ଟ ବ୍ୟବହାର ଦ୍ୱାରା କଥାବାର୍ତ୍ତା କରିବା, ଆଲାରାମ ଏବଂ ରିମାଇଣ୍ଡର ସେଟ୍‌ କରିବା, ସ୍ମାର୍ଟ ହୋମ୍‌ର ନିୟନ୍ତ୍ରଣ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଲୋକମାନେ ସ୍ମାର୍ଟ ସ୍ପିକର ବ୍ୟବହାର କରୁଛନ୍ତି।
ଭାରତରେ ସ୍ମାର୍ଟ ସ୍ପିକର କନ୍‌ସେପ୍ଟ ସମ୍ପୂର୍ଣ୍ଣ ଭାବେ ନୂଆ। ଭାରତରେ ଏହା ଆରମ୍ଭ ହେବାର ଅବଧି ମାତ୍ର ୩ ବର୍ଷରୁ କମ୍‌। ହେଲେ ଅଣ ମେଟ୍ରୋ ସହରଗୁଡିକରେ ଏହାର ଆଦୃତି କାହିଁରେ କ’ଣ। ଅଣ ମେଟ୍ରୋ ସହରଗୁଡିକରେ ଏ ନେଇ ସଚେତନତା ହାର ଏବେ ୫୪%ରେ ପହଞ୍ଚିଥିବା ଅଧ୍ୟୟନରୁ ପ୍ରକାଶ ପାଇଛି। ଏହି ସହରଗୁଡିକରେ ପ୍ରାୟ ୪୩% ସ୍ମାର୍ଟ ସ୍ପିକର ମାଲିକ ନିଜର ସ୍ମାର୍ଟ ସ୍ପିକର ସହିତ ହିନ୍ଦୀରେ କଥାବାର୍ତ୍ତା ହୋଇପାରୁଛନ୍ତି। ଭଏସ୍‌ ଆସିଷ୍ଟାଣ୍ଟ ସହ ହିନ୍ଦୀରେ କଥାବାର୍ତ୍ତା ହେବା ବର୍ତ୍ତମାନ ଏକ ଟ୍ରେଣ୍ଡରେ ରୂପାନ୍ତରିତ ହୋଇଥିବା ଜଣାପଡିଛି। ସ୍ପାର୍ଟ ସ୍ପିକର ବ୍ୟବହାର କରିଥିବା ପ୍ରାୟ ୫୫% ଗ୍ରାହକ ଅନୁଭବ କରନ୍ତି ଯେ, ପୂର୍ବ ତୁଳନାରେ ସେମାନେ ସଙ୍ଗୀତକୁ ଅଧିକ ଅନୁଭବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମାଜନର ଡିଭାଇସ ବିଭାଗ ମୁଖ୍ୟ ପରାଗ ଗୁପ୍ତା କହିଛନ୍ତି, ଗ୍ରାହକଙ୍କ ଜୀବନକୁ ସରଳ କରିବା ଦିଗରେ ସ୍ମାର୍ଟ ସ୍ପିକର ସହାୟକ ହେଉଛି। ଲାଇଟ ବନ୍ଦ କରିବାଠାରୁ ୟୁଟିଲିଟି ବିଲ୍‌ ପଇଠ କରିବା ଭଳି କାର୍ଯ୍ୟ ଭଏସ୍‌ କମାଣ୍ଡ ଦ୍ୱାରା ହୋଇପାରୁଛି। ଭାରତରେ ଗ୍ରାହକଙ୍କ ଲାଗି ଆଲେକ୍ସାକୁ ଅଧିକ ବ୍ୟବହାରଯୋଗ୍ୟ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ଗତବର୍ଷ ଆମାଜନ ଇକୋ ଦେଶର ଛୋଟ ଛୋଟ ସହରରେ ନିଜର ଅଭିବୃଦ୍ଧିକୁ ଦ୍ୱିଗୁଣିତ କରିଛି। ଗ୍ରାହକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଆଲେକ୍ସା ଏବଂ ଇକୋ ପ୍ରଡକ୍ଟରେ ନୂଆ ଉଦ୍ଭାବନ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri