Posted inଖେଳ

୨୦୨୨ ଫିଫା ବିଶ୍ୱକପ୍:‌ ଅଧିକ ଭାରତୀୟ ଦର୍ଶକ ସାମିଲ ହେବା ନେଇ ଆୟୋଜକ ଆଶାବାଦୀ

ମୁମ୍ବାଇ,୨୯।୧୦(ପି.ଟି.): ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ ଭାବେ କାତାର ୨୦୨୨ ବିଶ୍ୱକପ୍‌ ଆୟୋଜନ କରିବ। ଏହି ବିଶ୍ୱକପ୍‌ରେ ୨୦୧୮ ସଂସ୍କରଣ ତୁଳନାରେ ଅଧିକ ଭାରତୀୟ ମ୍ୟାଚ୍‌ ଦେଖିବେ ବୋଲି କାତାର ଆୟୋଜକମାନେ ଆଶାବାଦୀ ଅଛନ୍ତି। ଭାରତୀୟ ଦର୍ଶକଙ୍କ ପାଇଁ ସୁବିଧାଜନକ ସମୟରେ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଫଳରେ ଅଧିକ ଭାରତୀୟ ଦର୍ଶକ ଏହି ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ଦେଖିବେ ବୋଲି ବିଶ୍ୱକପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ନାସିର ଅଲ ଖାତେର କହିଛନ୍ତି। ୨୦୨୨ ବିଶ୍ୱକପ୍‌ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି।
ରୁଷିଆରେ ଆୟୋଜିତ ହୋଇଥିବା ୨୦୧୮ ଫିଫା ବିଶ୍ୱକପ୍‌କୁ ପାଖାପାଖି ୩୦୦ ମିଲିୟନ ଭାରତୀୟ ଉପଭୋଗ କରିଥିଲେ। ତେବେ ସୁବିଧାଜନକ ଟାଇମିଂ କାରଣରୁ ଏଥର ବିଶ୍ୱକପ୍‌କୁ ଅପେକ୍ଷାକୃତ ଅଧିକ ଭାରତୀୟ ଫୁଟ୍‌ବଲ ପ୍ରେମୀ ଦେଖିବେ। ତେବେ କ୍ରିକେଟ ବିଶ୍ୱକପ୍‌ ଭଳି ଏହା ଭାରତରେ ଲୋକପ୍ରିୟ ହେବନାହିଁ ବୋଲି ଖାତେର ସ୍ପଷ୍ଟ କରିଛନ୍ତି। ଭାରତୀୟ ସମୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଧିକାଂଶ ମ୍ୟାଚ୍‌ ସୁବିଧାଜନକ ସମୟରେ ଆରମ୍ଭ ହେବ। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ ଭାରତୀୟ ସମୟରେ ୩.୩୦ରେ ଆରମ୍ଭ ହେବ। ସେହିପରି ଅନ୍ତିମ ମ୍ୟାଚ୍‌ ୧୨. ୩୦ରେ ଆରମ୍ଭ ହେବ। ଅନ୍ୟପଟେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ୬. ୩୦ ଓ ୯.୩୦ରେ ଆରମ୍ଭ ହେବ। ତେଣୁ ଅଧିକରୁ ଅଧିକ ଭାରତୀୟ ପ୍ରଶଂସକ ଏହି ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ନିଶ୍ଚିତ ହୋଇଛି।
ବିଶ୍ୱକପ୍‌ ଦେଖିବାପାଇଁ ଆସିବାକୁ ଥିବା ସବୁ ପ୍ରଶଂସକଙ୍କ ସୁବିଧାସୁଯୋଗ ପ୍ରଦାନ କରିବାରେ ଆମେ ଆଦୌ ହେଳା କରିବୁ ନାହିଁ ବୋଲି ସେ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ୨୦୨୨ ବେଳକୁ ଏହି ମେଗା ଇଭେଣ୍ଟକୁ ଆମେ ସଫଳ କରିବାକୁ ସବୁମତେ ପ୍ରୟାସ କରିବୁ। ଟ୍ରେନିଂ ଓ ପ୍ରତିଯୋଗିତା ପାଇଁ ଭାରତୀୟ କ୍ଲବ୍‌ଗୁଡିକୁ ମଧ୍ୟ କାତାର ବିଶ୍ୱକପ୍‌ ଅବସରରେ ସ୍ବାଗତ କରିବ। ଗ୍ରୀଷ୍ମ କାରଣରୁ ବିଶ୍ୱକପ୍‌ରେ କାତାର କୁଲିଂ ସିଷ୍ଟମର ପ୍ରୟୋଗ କରିବ। ଏହି ଟେକ୍ନୋଲୋଜି ଅନ୍ୟ ଦେଶଗୁଡିକୁ ପ୍ରଦାନ କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ଖାତେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?