ଚାଲୁନି ପାସେଞ୍ଜର ଟ୍ରେନ୍‌, ବାଧୁଛି ବସ୍‌ ଭଡ଼ା

ପୁରୀ ଅଫିସ,୨୧।୨: କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ ରେଳପଥ ଅନ୍ତର୍ଗତ ରେଳସେବାରେ ପାସେଞ୍ଜର ସେବା ଏଯାବତ୍‌ ଆରମ୍ଭ ହୋଇପାରିନି। ଅଳ୍ପ କେତେକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଛି। ପାସେଞ୍ଜର ଟ୍ରେନ୍‌ ସେବା ବନ୍ଦ ହେବା ହେତୁ ଏହାର ପ୍ରଭାବ ସିଧାସଳଖ ଭାବେ ସ୍ଥାନୀୟ ଯାତ୍ରୀଙ୍କ ଉପରେ ପଡ଼ୁଛି। ପୁରୀ ସହରକୁ ଆସିବା ପାଇଁ ପାସେଞ୍ଜର ସେବା ଚଳାଚଳଳ କରୁ ନ ଥିବାରୁ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ପାସେଞ୍ଜର ଟ୍ରେନରେ ଦୈନିକ ଯିବା ଆସିବା କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନଙ୍କୁ ଅଧିକ ଭଡ଼ା ଦେଇ ବସ୍‌ ଯୋଗେ ଯାତାୟାତ କରିବାକୁ ପଡ଼ୁଛି। କୋଭିଡ୍‌ ପୂର୍ବରୁ ପୁରୀକୁ ପାଖାପାଖି ୮ଯୋଡ଼ା ପାସେଞ୍ଜର ଟ୍ରେନ୍‌ ଚାଲିଥିଲା। ପୁରୀ-ରାଉରକେଲା, ପୁରୀ-ଗୁଣୁପୁର, ପୁରୀ-କଟକ ମେମୁ, ପୁରୀ-ସାନ୍ଥରାଗାଚ୍ଛି, ପୁରୀ-ଅନୁଗୋଳ ମେମୁ, ପୁରୀ-ତାଳଚେର ମେମୁ ଓ ୨ଟି ପୁରୀ ଖୋର୍ଦ୍ଧା ପାସେଞ୍ଜର ସେବା ଚାଲୁ ରହିଥିଲା। ମାତ୍ର ଏବେ ଏଥିମଧ୍ୟରୁ କିଛି ବି ଚାଲୁ ନାହିଁ। ବୀରରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, କଣାସ ରୋଡ୍‌, ଡେଲାଙ୍ଗ, ମୋଟରୀ, ଜେନାପୁର ଭଳି ସ୍ଥାନରୁ ପୁରୀକୁ ଅନେକ ଯାତ୍ରୀ ପାସେଞ୍ଜର ଟ୍ରେନ୍‌ରେ ଯିବାଆସିବା କରନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସରକାରୀ ଚାକିରିଆ ଓ ଛାତ୍ରୀଛାତ୍ର। ପୁରୀ ଜିଲାରେ ଥିବା କଲେଜଗୁଡ଼ିକ ମଧ୍ୟ ଖୋଲି ସାରିଲାଣି। ଯାହା ଫଳରେ ଛାତ୍ରୀଛାତ୍ରମାନେ ରେଳ ଯୋଗେ ଯାତାୟତ କରିବା ନେଇ ବ୍ୟଗ୍ର। ଜିଲାର ପ୍ରମୁଖ କଲେଜ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟକୁ ଗ୍ରାମାଞ୍ଚଳରୁ ଅନେକ ଛାତ୍ରୀଛାତ୍ର ଆସୁଛନ୍ତି। ପୁରୀ-ଅନୁଗୋଳ ମେମୁ ଓ ପୁରୀ-କଟକ ମେମୁ ସେମାନଙ୍କ ପାଇଁ ଏକ ଶୁଲଭ ଓ ସମୟ ଉପଯୋଗୀ ଯାତ୍ରାର ମାଧ୍ୟମ ଥିଲା। ମାତ୍ର ରେଳସେବା ବନ୍ଦ ହେବା ଯୋଗୁଁ ଏମାନେ ମଧ୍ୟ ବାଧ୍ୟ ହୋଇ ବସ୍‌ ଯୋଗେ ପୁରୀ ଆସୁଛନ୍ତି। ଅପରପକ୍ଷରେ ପୁରୀ କୋର୍ଟ, ପୌରସଂସ୍ଥା ଭଳି ଅନେକ ସରକାରୀ ଅଫିସକୁ ଜିଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକେ ଏବେ ବସ୍‌ ଯୋଗେ ଆସୁଛନ୍ତି। ଏମାନେ ପୂର୍ବରୁ ଟ୍ରେନ୍‌କୁ ଯାତାୟତର ମାଧ୍ୟମ ଭାବେ ବାଛିଥିଲେ।

ଏନେଇ ପ୍ରତିକ୍ରିୟା ରଖି ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଛାତ୍ର ବିକାଶ ବଡ଼ଜେନାଙ୍କ କହିବା କଥା ହେଲା, ଟ୍ରେନ୍‌ରେ ଖୁବ୍‌ କମ୍‌ ଭଡ଼ା ଦେଇ ଡେଲାଙ୍ଗରୁ କଲେଜ୍‌ ଆସିପାରୁଥିଲୁ। ମାତ୍ର ଏବେ ଏହି ସୁବିଧା ମିଳୁନି। ପାଠପଢ଼ା ଏବେ ନିୟମିତ ହେଉଥିବାରୁ କଲେଜ କିମ୍ବା କୋଚିଂ ସେଣ୍ଟର ବନ୍ଦ କରିବା ସମ୍ଭବ ନୁହେଁ। ଉଭୟ କଲେଜ ଓ ଟ୍ୟୁସନ୍‌ ପାଇଁ ପୁରୀ ସହରକୁ ପ୍ରତିଦିନ ଆସିବାକୁ ପଡ଼ୁଛି। ପ୍ରତ୍ୟେକ ଦିନ ବସ୍‌ ଯୋଗେ ଆସିବା କରାଯାଉଥିବାରୁ ବସ୍‌ ଭଡ଼ା ବାଧୁଛି। ବସ୍‌ ଯୋଗେ ଆସିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ କଲେଜରେ ଉପସ୍ଥାନ ମଧ୍ୟ କମିଛି। ଅନ୍ୟପକ୍ଷରେ ଏକ୍ସପ୍ରେସ ମଧ୍ୟରେ କେବଳ ନୀଳାଚଳ ଏକ୍ସପ୍ରେସ ଯାହା ସପ୍ତାହକୁ ଥରେ ମାତ୍ର ଚାଲୁଛି ଓ ସାକ୍ଷୀଗୋପାଳଠାରେ ଅଟକୁଛି। ଏହାବ୍ୟତୀତ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍‌ ପୁରୀରୁ ଖୋର୍ଦ୍ଧାରୋଡ୍‌ ମଧ୍ୟରେ ଅଟକୁ ନାହିଁ ବୋଲି ବଡ଼ଜେନା କହିଛନ୍ତି।

ଅପରପକ୍ଷରେ ପାସେଞ୍ଜର ରେଳସେବା କେବେ ଆରମ୍ଭ ହେବ ସେନେଇ କୌଣସି ସୂଚନା ନାହିଁ। ପୂର୍ବତଟ ରେଳପଥ ଏନେଇ ନିଷ୍ପତ୍ତି ନେବା ପରେ ପାସେଞ୍ଜର ଚାଲିବା ନେଇ ଥିବା ଅଡ଼ୁଆ ତୁଟିବ ବୋଲି ପୁରୀ ରେଳଷ୍ଟେଶନର ଭାରପ୍ରାପ୍ତ ଷ୍ଟେଶନ ମାଷ୍ଟର ବିରେନ୍ଦ୍ର ସିଂ କହିଛନ୍ତି। ସେହିଭଳି ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି, ପାସେଞ୍ଜର ରେଳସେବା ଚାଲୁ କରିବା ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଗଲାଣି। ଏନେଇ ରେଲ୍‌ୱେ ବୋର୍ଡକୁ ମଧ୍ୟ ସୂଚନା ଦିଆଯାଇଛି। ତେବେ ରେଲୱେ ବୋର୍ଡ ଓ ପ୍ରଶାସନ ସ୍ତରରେ ଆଲୋଚନା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତଥାପି ପାସେଞ୍ଜର ରେଳସେବା କେବେ ଆରମ୍ଭ ହେବ ସେନେଇ କିଛି କହି ହେବ ନାହିଁ। ଟ୍ରେଡ୍‌ ୟୁନିୟନ ପକ୍ଷରୁ ମଧ୍ୟ ପାସେଞ୍ଜର ସେବା ଆରମ୍ଭ କରିବା ନେଇ ଦାବି ଆରମ୍ଭ ହୋଇସାରିଛି। ପୂର୍ବତଟ ରେଳପଥ ଟ୍ରେଡ୍‌ ୟୁନିୟନ୍‌ ପୁରୀ ଜୋନ୍‌ ଅତିରିକ୍ତ ସାଧାରଣ ସମ୍ପାଦକ ଅମ୍ରିତ ମିଶ୍ର କହିଛନ୍ତି, ପାସେଞ୍ଜର ରେଳସେବା ଖୁବ୍‌ଶୀଘ୍ର ଆରମ୍ଭ ହେବାର ଆବଶ୍ୟକ ରହିଛି। ସାଧାରଣ ଲୋକେ ପୁରୀ ସହରକୁ ଆସିବା ପାଇଁ ରେଳସେବାକୁ ଆଗ୍ରାଧିକାର ଦିଅନ୍ତି। ଏଣୁ ପାସେଞ୍ଜର ରେଳସେବା ଆରମ୍ଭ ନେଇ ପଦକ୍ଷେପ ନିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri