ଚାଲୁନି ପାସେଞ୍ଜର ଟ୍ରେନ୍‌, ବାଧୁଛି ବସ୍‌ ଭଡ଼ା

ପୁରୀ ଅଫିସ,୨୧।୨: କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ ରେଳପଥ ଅନ୍ତର୍ଗତ ରେଳସେବାରେ ପାସେଞ୍ଜର ସେବା ଏଯାବତ୍‌ ଆରମ୍ଭ ହୋଇପାରିନି। ଅଳ୍ପ କେତେକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଛି। ପାସେଞ୍ଜର ଟ୍ରେନ୍‌ ସେବା ବନ୍ଦ ହେବା ହେତୁ ଏହାର ପ୍ରଭାବ ସିଧାସଳଖ ଭାବେ ସ୍ଥାନୀୟ ଯାତ୍ରୀଙ୍କ ଉପରେ ପଡ଼ୁଛି। ପୁରୀ ସହରକୁ ଆସିବା ପାଇଁ ପାସେଞ୍ଜର ସେବା ଚଳାଚଳଳ କରୁ ନ ଥିବାରୁ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ପାସେଞ୍ଜର ଟ୍ରେନରେ ଦୈନିକ ଯିବା ଆସିବା କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନଙ୍କୁ ଅଧିକ ଭଡ଼ା ଦେଇ ବସ୍‌ ଯୋଗେ ଯାତାୟାତ କରିବାକୁ ପଡ଼ୁଛି। କୋଭିଡ୍‌ ପୂର୍ବରୁ ପୁରୀକୁ ପାଖାପାଖି ୮ଯୋଡ଼ା ପାସେଞ୍ଜର ଟ୍ରେନ୍‌ ଚାଲିଥିଲା। ପୁରୀ-ରାଉରକେଲା, ପୁରୀ-ଗୁଣୁପୁର, ପୁରୀ-କଟକ ମେମୁ, ପୁରୀ-ସାନ୍ଥରାଗାଚ୍ଛି, ପୁରୀ-ଅନୁଗୋଳ ମେମୁ, ପୁରୀ-ତାଳଚେର ମେମୁ ଓ ୨ଟି ପୁରୀ ଖୋର୍ଦ୍ଧା ପାସେଞ୍ଜର ସେବା ଚାଲୁ ରହିଥିଲା। ମାତ୍ର ଏବେ ଏଥିମଧ୍ୟରୁ କିଛି ବି ଚାଲୁ ନାହିଁ। ବୀରରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, କଣାସ ରୋଡ୍‌, ଡେଲାଙ୍ଗ, ମୋଟରୀ, ଜେନାପୁର ଭଳି ସ୍ଥାନରୁ ପୁରୀକୁ ଅନେକ ଯାତ୍ରୀ ପାସେଞ୍ଜର ଟ୍ରେନ୍‌ରେ ଯିବାଆସିବା କରନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସରକାରୀ ଚାକିରିଆ ଓ ଛାତ୍ରୀଛାତ୍ର। ପୁରୀ ଜିଲାରେ ଥିବା କଲେଜଗୁଡ଼ିକ ମଧ୍ୟ ଖୋଲି ସାରିଲାଣି। ଯାହା ଫଳରେ ଛାତ୍ରୀଛାତ୍ରମାନେ ରେଳ ଯୋଗେ ଯାତାୟତ କରିବା ନେଇ ବ୍ୟଗ୍ର। ଜିଲାର ପ୍ରମୁଖ କଲେଜ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟକୁ ଗ୍ରାମାଞ୍ଚଳରୁ ଅନେକ ଛାତ୍ରୀଛାତ୍ର ଆସୁଛନ୍ତି। ପୁରୀ-ଅନୁଗୋଳ ମେମୁ ଓ ପୁରୀ-କଟକ ମେମୁ ସେମାନଙ୍କ ପାଇଁ ଏକ ଶୁଲଭ ଓ ସମୟ ଉପଯୋଗୀ ଯାତ୍ରାର ମାଧ୍ୟମ ଥିଲା। ମାତ୍ର ରେଳସେବା ବନ୍ଦ ହେବା ଯୋଗୁଁ ଏମାନେ ମଧ୍ୟ ବାଧ୍ୟ ହୋଇ ବସ୍‌ ଯୋଗେ ପୁରୀ ଆସୁଛନ୍ତି। ଅପରପକ୍ଷରେ ପୁରୀ କୋର୍ଟ, ପୌରସଂସ୍ଥା ଭଳି ଅନେକ ସରକାରୀ ଅଫିସକୁ ଜିଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକେ ଏବେ ବସ୍‌ ଯୋଗେ ଆସୁଛନ୍ତି। ଏମାନେ ପୂର୍ବରୁ ଟ୍ରେନ୍‌କୁ ଯାତାୟତର ମାଧ୍ୟମ ଭାବେ ବାଛିଥିଲେ।

ଏନେଇ ପ୍ରତିକ୍ରିୟା ରଖି ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଛାତ୍ର ବିକାଶ ବଡ଼ଜେନାଙ୍କ କହିବା କଥା ହେଲା, ଟ୍ରେନ୍‌ରେ ଖୁବ୍‌ କମ୍‌ ଭଡ଼ା ଦେଇ ଡେଲାଙ୍ଗରୁ କଲେଜ୍‌ ଆସିପାରୁଥିଲୁ। ମାତ୍ର ଏବେ ଏହି ସୁବିଧା ମିଳୁନି। ପାଠପଢ଼ା ଏବେ ନିୟମିତ ହେଉଥିବାରୁ କଲେଜ କିମ୍ବା କୋଚିଂ ସେଣ୍ଟର ବନ୍ଦ କରିବା ସମ୍ଭବ ନୁହେଁ। ଉଭୟ କଲେଜ ଓ ଟ୍ୟୁସନ୍‌ ପାଇଁ ପୁରୀ ସହରକୁ ପ୍ରତିଦିନ ଆସିବାକୁ ପଡ଼ୁଛି। ପ୍ରତ୍ୟେକ ଦିନ ବସ୍‌ ଯୋଗେ ଆସିବା କରାଯାଉଥିବାରୁ ବସ୍‌ ଭଡ଼ା ବାଧୁଛି। ବସ୍‌ ଯୋଗେ ଆସିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ କଲେଜରେ ଉପସ୍ଥାନ ମଧ୍ୟ କମିଛି। ଅନ୍ୟପକ୍ଷରେ ଏକ୍ସପ୍ରେସ ମଧ୍ୟରେ କେବଳ ନୀଳାଚଳ ଏକ୍ସପ୍ରେସ ଯାହା ସପ୍ତାହକୁ ଥରେ ମାତ୍ର ଚାଲୁଛି ଓ ସାକ୍ଷୀଗୋପାଳଠାରେ ଅଟକୁଛି। ଏହାବ୍ୟତୀତ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍‌ ପୁରୀରୁ ଖୋର୍ଦ୍ଧାରୋଡ୍‌ ମଧ୍ୟରେ ଅଟକୁ ନାହିଁ ବୋଲି ବଡ଼ଜେନା କହିଛନ୍ତି।

ଅପରପକ୍ଷରେ ପାସେଞ୍ଜର ରେଳସେବା କେବେ ଆରମ୍ଭ ହେବ ସେନେଇ କୌଣସି ସୂଚନା ନାହିଁ। ପୂର୍ବତଟ ରେଳପଥ ଏନେଇ ନିଷ୍ପତ୍ତି ନେବା ପରେ ପାସେଞ୍ଜର ଚାଲିବା ନେଇ ଥିବା ଅଡ଼ୁଆ ତୁଟିବ ବୋଲି ପୁରୀ ରେଳଷ୍ଟେଶନର ଭାରପ୍ରାପ୍ତ ଷ୍ଟେଶନ ମାଷ୍ଟର ବିରେନ୍ଦ୍ର ସିଂ କହିଛନ୍ତି। ସେହିଭଳି ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି, ପାସେଞ୍ଜର ରେଳସେବା ଚାଲୁ କରିବା ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଗଲାଣି। ଏନେଇ ରେଲ୍‌ୱେ ବୋର୍ଡକୁ ମଧ୍ୟ ସୂଚନା ଦିଆଯାଇଛି। ତେବେ ରେଲୱେ ବୋର୍ଡ ଓ ପ୍ରଶାସନ ସ୍ତରରେ ଆଲୋଚନା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତଥାପି ପାସେଞ୍ଜର ରେଳସେବା କେବେ ଆରମ୍ଭ ହେବ ସେନେଇ କିଛି କହି ହେବ ନାହିଁ। ଟ୍ରେଡ୍‌ ୟୁନିୟନ ପକ୍ଷରୁ ମଧ୍ୟ ପାସେଞ୍ଜର ସେବା ଆରମ୍ଭ କରିବା ନେଇ ଦାବି ଆରମ୍ଭ ହୋଇସାରିଛି। ପୂର୍ବତଟ ରେଳପଥ ଟ୍ରେଡ୍‌ ୟୁନିୟନ୍‌ ପୁରୀ ଜୋନ୍‌ ଅତିରିକ୍ତ ସାଧାରଣ ସମ୍ପାଦକ ଅମ୍ରିତ ମିଶ୍ର କହିଛନ୍ତି, ପାସେଞ୍ଜର ରେଳସେବା ଖୁବ୍‌ଶୀଘ୍ର ଆରମ୍ଭ ହେବାର ଆବଶ୍ୟକ ରହିଛି। ସାଧାରଣ ଲୋକେ ପୁରୀ ସହରକୁ ଆସିବା ପାଇଁ ରେଳସେବାକୁ ଆଗ୍ରାଧିକାର ଦିଅନ୍ତି। ଏଣୁ ପାସେଞ୍ଜର ରେଳସେବା ଆରମ୍ଭ ନେଇ ପଦକ୍ଷେପ ନିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri