ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି ତେଜିଲା

ବଲାଙ୍ଗୀର ଅଫିସ, ୧୫ା୧୧: କିଛି ଦିନ ତଳେ ରାଜ୍ୟ ସରକାର ସବୁ ପ୍ରକାର ଅସ୍ଥାୟୀ ଚାକିରୀର ବିଲୁପ୍ତି ଘଟିଲା ବୋଲି ଘୋଷଣା କରିଥିଲେ। ସରକାରଙ୍କ ଏଭଳି ଘୋଷଣା ସତ୍ତ୍ୱେ ଏବେବି ଲକ୍ଷାଧିକ ସଂଖ୍ୟାରେ ରାଜ୍ୟର ବିଭିନ୍ନ ବିଭାଗରେ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେମାନେ ଦଶନ୍ଧି ଦଶନ୍ଧି ଧରି ଅସ୍ଥାୟୀ ଚାକିରୀରେ କାମ କରୁଛନ୍ତି। ରାଜ୍ୟ ସରକାର କରିଥିବା ସ୍ଥାୟୀ ଚାକିରି ଘୋଷଣାର କୌଣସି ଲାଭ ଏମାନେ ପାଇପାରି ନାହାନ୍ତି। ସବୁ ପ୍ରକାର କାର୍ଯ୍ୟଦକ୍ଷତା ଥିବା ସତ୍ତ୍ୱେ ସ୍ବଳ୍ପ ଦରମା ଏବଂ ଯାବତୀୟ ଅସୁରକ୍ଷା ଭିତରେ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି। ଏଣୁ ସେମାନେ ଚାକିରୀକୁ ସ୍ଥାୟୀ କରିବା ଦାବିରେ ରାଜ୍ୟ ସ୍ତରରେ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲେ। ସୋମବାରଠାରୁ ଜିଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅସ୍ଥାୟୀ ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଜଣାଇଥିଲେ। କଳାବ୍ୟାଜ ପରିଧାନ କରି ନିଜ କାର୍ଯ୍ୟକ୍ଷେତ୍ରରେ କାମ କରିଥିବା ଜଣାପଡିଛି।
ବଲାଙ୍ଗୀର ଜିଲାର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ, ବିଭିନ୍ନ ବ୍ଳକ୍‌ କାର୍ଯ୍ୟାଳୟ, ଫରେଷ୍ଟ ଅଫିସ, ଜିଲା ପରିଷଦ କାର୍ଯ୍ୟାଳୟ, ଜିଲାପାଳ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଅଫିସରେ ଥିବା ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପିନ୍ଧିଥିଲେ। ଆସନ୍ତା ୨୬ ତାରିଖ ଭୁବନେଶ୍ୱରଠାରେ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିଶାଳ ବିକ୍ଷୋଭ ସମାବେଶ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଆନ୍ଦୋଳନରେ ବଲାଙ୍ଗୀର ଜିଲାରୁ ବହୁ ସଂଖ୍ୟାରେ ସଂଘ ସଦସ୍ୟ ଯୋଗଦାନ କରି ଚାକିରୀ ସ୍ଥାୟୀ କରିବା ଦିଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri