ଜୋର୍‌ ଧରିଲା ବ୍ଲକ୍‌ ଘୋଷଣା ଦାବି: ଏକାଠି ହେଲେ ୭ ପଞ୍ଚାୟତବାସୀ

ରାୟଗଡ଼ା,୨୦।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ୍‌ ଅନ୍ତର୍ଗତ ଜେମାଦେଈପେଣ୍ଠକୁ ସ୍ବତନ୍ତ୍ର ବ୍ଲକ୍‌ ମାନ୍ୟତା ଦାବିରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଜିଲାପାଳ ପାରୁଲ ପଟୱାରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ୭ଟି ପଞ୍ଚାୟତର ସମସ୍ତ ଗ୍ରାମବାସୀ ଦସ୍ତଖତ କରିିଛନ୍ତି। ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଅଞ୍ଚଳବାସୀଙ୍କ ଦାବିପତ୍ର ଅନୁସାରେ ରାୟଗଡ଼ା ସହରଠାରୁ ଆନ୍ଧ୍ରପ୍ରଦେଶକୁ ଯାଇଥିବା ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ୭ଟି ପଞ୍ଚାୟତ ଯଥା କେରେଡ଼ା, ହାଟଶେଷଖାଲ, ଗାଜିଗାଁ, ଜେମାଦେଈପେଣ୍ଠ, ବଡ଼ଇରୁକୁବାଡ଼ି, ବୈରାଗିହାଲୁଆ ଓ ପିତାମହଲ ରହିଛି ା ଉକ୍ତ ୭ ପଞ୍ଚାୟତରେ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପ୍ରାୟ ୫୦ହଜାରରୁ ଅଧିକ ଲୋକ ବସବାସ କରନ୍ତି। ତେବେ ରାୟଗଡ଼ା ବ୍ଲକ୍‌ ସଦର ମହକୁମାଠାରୁ ପ୍ରତ୍ୟେକ ପଞ୍ଚାୟତ ପ୍ରାୟ ୨୦ କି.ମି. ଦୂରତାରେ ଅବସ୍ଥିତ। ଉପରୋକ୍ତ ପଞ୍ଚାୟତକୁ ଗମନାଗମନର ବିଶେଷ ସୁବିଧା ନ ଥିବାରୁ ଅଞ୍ଚଳବାସୀ କୌଣସି ଜରୁରୀ କାମରେ ବ୍ଲକ୍‌ କାର୍ଯ୍ୟାଳୟକୁ ଆସିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଭଳିକି ଅଞ୍ଚଳବାସୀ ବହୁ ହଇରାଣ ହୋଇ କ୍ଲବ୍‌ କାର୍ଯ୍ୟାଳୟକୁ ଗଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ବ୍ୟସ୍ତ ରହୁଥିବାରୁ ବିଭିନ୍ନ ସମୟରେ ଲୋକଙ୍କ କାମ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଜେମାଦେଈପେଣ୍ଠଠାରେ ବ୍ୟାଙ୍କ, ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଦି ରହିଛି ା ଏହାର ନିକଟସ୍ଥ ହାଟଶେଷଖାଲଠାରେ ଥାନା ମଧ୍ୟ ରହିଛି ା ଜେମାଦେଇପେଣ୍ଠ ଓ ଲାଡାଠାରେ ରେଳ ଷ୍ଟେଶନ ମଧ୍ୟ ରହିଛି ା ତେଣୁ ଜେମାଦେଇପେଣ୍ଠକୁ ବ୍ଲକ୍‌ ମାନ୍ୟତା ଦେଲେ ଏହି ୭ ପଞ୍ଚାୟତର ସମସ୍ତ ଗ୍ରାମବାସୀ ନିଜର ମୌଳିକ ସୁବିଧା ପାଇଁ ଦୂରରେ ଥିବା ରାୟଗଡ଼ା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ା ଦାବିପତ୍ର ପ୍ରଦାନ ବେଳେ ୭ ପଞ୍ଚାୟତର ସମସ୍ତ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?