ପୁସ୍ତକର ଚାହିଦା

ଏବେ ସହଜରେ ମୋବାଇଲରେ ବହୁତ କିଛି ମିଳିଯାଉଛି। ବହି ଅଲୋ ନେଟ୍‌ରେ କେତେକେତେ ବହିର ପସରା! ଗପ ହେଉ କି ପ୍ରବନ୍ଧ କିମ୍ବା କବିତା ହେଉ କି ସମ୍ବାଦ ହାତପାହାନ୍ତାରେ। ଇଣ୍ଟରନେଟ୍‌ ଥିଲେ ଟିପ ଅଗରେ। ଫଳରେ ବହିର ପୃଷ୍ଠା ଲେଉଟେଇବାର ପ୍ରଚେଷ୍ଟା କରିବେ କାହିଁକି? ପିଲାମାନେ ଲାଇବ୍ରେରିରେ ବହି ପଢ଼ିବା ଅପେକ୍ଷା ଫଟୋ ଉଠାଇ ଆଣି ଘରେ ପଢ଼ିବାକୁ ଅଧିକ ପସନ୍ଦ କରୁଛନ୍ତି। ବହି ଖାଲି ସଜ୍ଜା ହୋଇ ଥୁଆହେଉଛି। ଦୈନିକ ଖବରକାଗଜ, ମାଗାଜିନ୍‌ର କିଛିଟା ଅଂଶ ପଢ଼ାଯିବାର ନଜରରେ ଆସୁଛି। ସମ୍ବାଦପତ୍ର ଛପା ପରିମାଣ ବହୁ ପରିମାଣରେ କମିଗଲାଣି। ବୁଝିବାକୁ ହେବ, ପଢ଼ିବା ଯେ ଗଢ଼ିବା ପାଇଁ। କିନ୍ତୁ ଏ ଗଢ଼ିବା ଯେ କେତେ ସୁଗମ ହେଇଗଲାଣି, ତାହା ତାଙ୍କୁ ମୋବାଇଲ ଚେତାଇଦେବ। କେତେକେତେ ସନ୍ଧାନ ଦେବ। ଯେମିତି ଚାହୁଁଚ ସେମିତି ମିଳିପାରିବ। ଏ ପରିସ୍ଥିତିରେ ବହି ଦରକାର ହେବ କାହିଁକି?
ହଁ, ପାଠ୍ୟ ପୁସ୍ତକ କଥା ଛାଡ଼। ଏବେ ଯିବା ଧର୍ମପୁସ୍ତକ ଆଡ଼କୁ। ଗୀତା ହେଉଛି ଭାଗବତ ଭକ୍ତିର ସସମ୍ପନ୍ନ ଆଦର୍ଶବାଣୀଭରା ଧର୍ମଗ୍ରନ୍ଥ। ବେଦ, ପୁରାଣ ଯାହା ଖୋଜିବାକୁ ବର୍ଷ ବର୍ଷ ଲାଗିଯାଏ, ତାହା କ୍ଷଣକେ ଟିପ ଲାଗିଲେ ମୋବାଇଲରୁ ମିଳେ। ପୁସ୍ତକ ତଥାପି ସୃଷ୍ଟି ହେଉଛି। ବଜାରକୁ ଆସୁଛି। ତେବେ ବିକ୍ରି ବହୁତ କମ ହେଉଛି। ଏବେ ପୁସ୍ତକ କିଣିବାର ପ୍ରଚାର ଆବଶ୍ୟକ ହେଲାଣି। ଆପେ ଆପେ ପୁସ୍ତକ କିଣିବା ଲୋକଙ୍କ ସଂଖ୍ୟା ନଗଣ୍ୟ। ”ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ“ର ପରିଭାଷା ବଦଳିଗଲାଣି। ଯେଉଁ ଜ୍ଞାନୀବନ୍ଧୁ ଯାହା ବଖାଣିବେ, ତାହାଠାରୁ ଆହୁରି ଭଲ ଏବେ କୃତ୍ରିମ ଧୀ ସମ୍ପନ୍ନ ଯନ୍ତ୍ର (ଆର୍ଟିଫିସିଆଲ କମ୍ପ୍ୟୁଟର) ମୁହୂର୍ତ୍ତକେ ଜଣାଇପାରୁଛି। ସୁନ୍ଦର ସୁନ୍ଦର ଗୀତ ଗପ ତ ଏବେ ସାଧାରଣ କଥା।
ଧନ୍ୟରେ ବିଜ୍ଞାନ! କମ୍ପ୍ୟୁଟର ସିନା ପାଠପଢ଼ା ପିଲାଙ୍କର ଅତି ଅପରିହାର୍ଯ୍ୟ, ହେଲେ ଭାରତ ଭଳି ଗରିବ ଦେଶରେ ଅଧିକାଂଶଙ୍କ ଜୀବିକା ଚାଷ। ଏପରି ବହୁତ ପରିବାର ଅଛନ୍ତି ଯାହାଙ୍କ ଘରେ ବିଦ୍ୟୁତ୍‌ ଆଲୋକ ଅପହଞ୍ଚ। ସେମାନେ କରିବେ କ’ଣ? ଗୀତା, ଭାଗବତ, ରାମାୟଣ, ମହାଭାରତ ଗାଁରେ ଗାଁରେ, ଘରେ ଘରେ ପଢ଼ାଯାଏ। ପିଲେ କିନ୍ତୁ ଶିକ୍ଷିତ ହେଲା ପରେ ସେସବୁ ବଦଳିଯାଉଛି। ଧର୍ମ ଆଉ ବିଭେଦର କାରଣ ନ ହୋଇ ରୋଜଗାର ଏବେ ତା’ ସ୍ଥାନ ନେଲାଣି। ରକ୍ଷଣଶୀଳ ଲୋକେ ଧର୍ମକୁ ଆଧାରକରି କଥା କହିଲେ। ପିଲେ କହିଲେଣି ଧର୍ମ କ’ଣ ବଞ୍ଚାଇପାରିବ! ପାଳି ପୋଷିବାରେ ସହାୟକ ହେବ! ମଣିଷକୁ ମଣିଷ ପରି ବଞ୍ଚତ୍ବାକୁ ଆଧୁନିକ ସରଞ୍ଜାମ ଯୋଗାଇ ଉନ୍ନତ କରିପାରିବ! ବିନା ପଇସାରେ ପରା କିଛି ହେବନି। ଏବେ ତ ପରିସ୍ଥିତି ଆହୁରି ଅଧିକ ଜଟିଳ ହେବାକୁ ଗଲାଣି। ଏଇ ମଣିଷ ଗଢ଼ୁଛି କୃତ୍ରିମ ଜ୍ଞାନ କୌଶଳରେ ଅନେକ ଅଦ୍ଭୁତ ମେଶିନ। ସେହି ମେଶିନ ସବୁ ଏ ଲୋକଙ୍କୁ ନିଷ୍କ୍ରିୟ କରିବାକୁ ବସିଲାଣି। ରୋବୋର ଅବିଶ୍ରାନ୍ତ କାମ ଦେଶରୁ ଶ୍ରମ ଦିବସ ବହୁଳ ଭାବରେ ହ୍ରାସ କରିବାର ଲକ୍ଷଣ ଦେଖାଇଲାଣି। ଆଗ ପାଗ ଏବେ ନାହିଁ। ବ୍ୟବସ୍ଥା ବୈଷୟିକ ଶିକ୍ଷାକୁ ଆପଣେଇବାକୁ ବାଧ୍ୟ କଲାଣି। ହଁ, ଏତିକି ହୋଇପାରେ, ଆଜି ଯେଉଁ ଯନ୍ତ୍ରଟି ଶହେ ଲୋକଙ୍କର କାମ କରିପାରୁଛି, କାଲି ହୁଏତ ତାହା ଏକ ହଜ଼ାର ଲୋକଙ୍କର କାମ କରିପାରିବ। ଏହି ମେଶିନ ନିର୍ମାଣରେ ଅଧିକ ବୈଷୟିକ ଶିକ୍ଷାବିତ୍‌ଙ୍କର ବୁଦ୍ଧି ା ଜ୍ଞାନ ତଥା ମାନବ ସମ୍ବଳର ଉପଯୋଗ କରାଯାଇପାରେ। କିନ୍ତୁ ବେକାରୀ ବଢ଼ିବା ଥୟ। ରୋଜଗାର ହଟିବ। କ୍ରୟ ଶକ୍ତି କମିବ। ଜୀବନ ବଞ୍ଚାଇବା ଅସହଜ ହେବ। ସେଠି ପୁସ୍ତକ କଥା କିଏ ବୁଝିବ? ମୋବାଇଲରୁ ମନ ପସନ୍ଦର ବହି କ୍ଷଣଙ୍କ ମଧ୍ୟରେ ଅନାୟାସରେ ମିଳିପାରିବ। ତେବେ ଆଉ ପୁସ୍ତକ ଲେଖିବ କିଏ? ବହି ଛାପିବେ କାହିଁକି? ସମ୍ପୃକ୍ତ ସମସ୍ତ ବର୍ଗ ବେକାର ହେବେ। ରୋଜଗାର ସାତ ସପନ ହେବ। ପୁସ୍ତକ ଆସ୍ତେ ଆସ୍ତେ ଲୋକଲୋଚନରୁ ଅପସରିବାକୁ ଲାଗିବ। ସଂରକ୍ଷଣ ପାଇଁ ଆବଶ୍ୟକ ସ୍ଥାନ ଖୋଜା ପଡ଼ିବ ନାହିଁ। ମୋବାଇଲରେ କେତେ ଯେ ବହି ରହିଯିବ, ତାହା କଳନା କରି ହେବନି। ପୁସ୍ତକର କଳେବର ଲୋକେ ଭୁଲିଯିବେ। ଏଇ ଯେପରି ଢିଙ୍କି, ଧାନ ଉଷୁଁଆ ଚୁଲି, ଡିବିରିବତି, ଶଗଡ଼ ଆଦି ଆଉ ଦିଶୁନି, ବରଂ ପିଲେ ଶୁଣିଲେ ସେଗୁଡ଼ିକ କ’ଣ, କିପରି ଜିନିଷ ବୋଲି ପ୍ରଶ୍ନ କରୁଛନ୍ତି। ପୂର୍ବର ପୋଥିପତ୍ର ଯେପରି ଅଦୃଶ୍ୟ, ଦୁଷ୍ପ୍ରାପ୍ୟ ପୁସ୍ତକଗୁଡିକ ଠିକ ସେହି ଦଶା ଭୋଗିବେ। କବି, ଲେଖକ ଆଉ ଅମର ହୋଇ ରହିବେନି ! ଅସି ଠାରୁ ମସି ବଳବତ୍ତର ରହିବ ନାହିଁ। ପାଠକ ମିଳିବେ ନାହିଁ। ଧର୍ମ ଗ୍ରନ୍ଥ ସବୁ ଆସ୍ତେ ଆସ୍ତେ ହଜିଯିବେ। ପୁସ୍ତକ ସଂଗ୍ରହାଳୟର ସଂରକ୍ଷିତ ବସ୍ତୁ ସାଜିବ ଭବିଷ୍ୟତ ପିଢ଼ିଙ୍କ ଦର୍ଶନ ପାଇଁ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?