Posted inଫୁରସତ

ବଜାରରେ ବଢୁଛି କଳା କୁକୁଡ଼ାର ଚାହିଦା, ରାଜଧାନୀରେ କିଲୋ ପ୍ରତି ବିକ୍ରି ହେଉଛି…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଚିକେନ୍‌ର ଏକ ବିଶେଷ ପ୍ରଜାତିର ନାଁ କଡ଼କନାଥ। ବର୍ତ୍ତମାନ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ମିଳୁଥିବା ଏହା ଏକ ନିଆରା କଳା ରଙ୍ଗର କୁକୁଡ଼ା।

ସରକାରୀ ଅଧିକାରୀଙ୍କ କହିବାନୁସାରେ, କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜିକାଲି ଏହି କଳା କୁକୁଡ଼ାର ଚାହିଦା ବୃଦ୍ଧି ପାଇଛି। କରୋନା ଯୋଗୁ ଚିକେନ୍‌ ଖାଇବା କମାଇ ଦେଇଥିଲେ ଲୋକେ। ବର୍ତ୍ତମାନ ଅନଲକ୍‌ ଲାଗୁ ହେବା ପରଠାରୁ ଏହାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ବିଶେଷ କଥା ହେଉଛି, ଏହି କୁକୁଡ଼ା ଦେଖିବାକୁ କଳା ମାତ୍ର ଏହାର ମାଂସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ବିବେଚନା କରାଯାଏ। ଖାଲି ଏତିକି ନୁହେଁ, କମ୍‌ ଚର୍ବି ଏବଂ ଅଧିକ ପ୍ରୋଟିନ୍‌ ଯୋଗୁ ଏହାର ମାଂସ ହାର୍ଟ୍‌, ଶ୍ୱାସକ୍ରିୟା ଏବଂ ରକ୍ତହୀନ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ।

ମଧ୍ୟପ୍ରଦେଶ ସରକାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ମାଲିକଙ୍କ ଆୟ ବୃଦ୍ଧି ନିଶ୍ଚିତ କରିବାକୁ ରାଜ୍ୟ ସରକାର ଏହାର ଉତ୍ପାଦନ ତଥା ବିକ୍ରୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରଜାତିର କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଁ ସମବାୟ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଜାବୁଆ, ଆଲିରାଜପୁର, ବାରଓ୍ବାନି ଏବଂ ଧର ଜିଲାର ପଞ୍ଜୀକୃତ କୁକୁଡ଼ା ଫାର୍ମଗୁଡ଼ିକରେ ମୋଟ ୩୦୦ ସଦସ୍ୟ ଅଛନ୍ତି। ଯେଉଁମାନେ ଏହି କୁକୁଡ଼ା ପାଳନ କରନ୍ତି।


ଜାବୁଆର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଟୋମର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ କୁକୁଡ଼ା ମାଲିକମାନେ କଡ଼କନାଥ କୁକୁଡ଼ା କିଣିବାକୁ ଆସୁଛନ୍ତି। ତେବେ କରୋନା ଭୂତାଣୁ ସହ ଏହି କୁକୁଡ଼ା ମାଂସ ଲଢ଼ିଥାଏ ବୋଲି ଖାଉଥିବା ଲୋକେ କହୁଛନ୍ତି। ମାତ୍ର ବୈଜ୍ଞାନିକମାନେ ଏହାର ଏପର୍ଯ୍ୟନ୍ତ ଅଧ୍ୟୟନ କରିନାହାନ୍ତି। କିନ୍ତୁ ଏହି ପ୍ରଜାତିର କୁକୁଡ଼ାଙ୍କଠାରେ ଅଧିକ ପ୍ରୋଟିନ ଥାଏ ଏବଂ ଅନ୍ୟ କୁକୁଡ଼ାମାନଙ୍କ ତୁଳନାରେ ଚର୍ବି ଏବଂ କୋଲେଷ୍ଟରଲ ପରିମାଣ କମ୍‌ ରହିଥାଏ ଏହା ନିଶ୍ଚିତ। ଦିଲୀରେ ଏହି ପ୍ରଜାତିର କୁକୁଡ଼ା ମୂଲ୍ୟ ପ୍ରାୟ ୮୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୬ ରାଶିର ବ୍ୟକ୍ତିଙ୍କୁ ସାବଧାନ…

କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି ଏକାଧିକ ମିଛ କହିବାକୁ ପଡ଼ିଥାଏ। ତେବେ ଜ୍ୟୋତିଷ...

ଜେବ୍ରାକୁ ଖାଇବାକୁ ଲୁଚିଲୁଚି ଆସୁଥିଲା କୁମ୍ଭୀର, ପରେ ଘଟିଲା ଏମିତି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି...

୮୩ ବର୍ଷ ବୟସରେ ରତନ ଟାଟା ଶିଖୁଛନ୍ତି ଏହି କାମ, ଜାଣିଲେ କରିବେ ପ୍ରଶଂସା

ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ରତନ ଟାଟା ଉଦ୍ୟୋଗ ଜଗତରେ ବେଶ୍‌ ପରିଚିତ ନାମ। ତାଙ୍କ ବିଷୟରେ ଏମିତି କିଛି ଖାସ୍‌ କଥା...

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ...

ମୃତକଙ୍କ ଚିତ୍କାର, ସରକାରୀ ବାବୁ ମତେ ଜୀବିତ କର…

ଆଗ୍ରା, ୩।୮ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜୀବିତ ହୋଇ ମଧ୍ୟ ସରକାରୀ କାଗଜ ପତ୍ରରେ ମୃତ ଘୋଷିତ। ନାମ ହେଉଛି ଗଙ୍ଗା ସିଂ। ବୟସ...

ହୃଦୟ ଜିତୁଛି ଜଣେ ବ୍ୟକ୍ତି ପତ୍ନୀଙ୍କ ପାଇଁ ତିଆରି କରିଥିବା ବାଇକ

ଦେଖାଯାଏ ବେଳେ ବେଳେ ମହିଳାମାନଙ୍କର ଅନେକ ଇଚ୍ଛା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଟିକେ କଷ୍ଟ ହୋଇଥାଏ। ବିଶେଷ କରି ଯେଉଁ ମହିଳାଙ୍କର ବାଇକ୍‌...

ଆକାଶରୁ ପଡିଲା ଏମିତି ଜିନିଷ, କିଛି ମିନିଟ୍‌ ମଧ୍ୟରେ ହୋଇଗଲେ କୋଟିପତି

କଥାରେ ଅଛି, ଉପରବାଲା ଯେେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। ଇଣ୍ଡୋନେସିଆର ଯୁବକଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇଛି। ଜୋଶୁଆ ହୁତାଗଲଙ୍ଗୁ ନାମକ...

Advertisement
Archives

Model This Week