Posted inଖେଳ

ଦିଲ୍ଲୀର ଦ୍ୱିତୀୟ ବିଜୟ

ଦୁବାଇ, ୨୬।୯-
ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ୧୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରି ପାରିଥିଲା। ଚଳିତ ଆଇପିଏଲରେ ୩ ମ୍ୟାଚରୁ ଚେନ୍ନାଇର ଏହା ଦ୍ୱିତୀୟ ପରାଜୟ। ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ସୁପର ଓଭରରେ ହରାଇଥିବା ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।
ସୁପରକିଙ୍ଗ୍ସ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇବାରୁ ବିପଦରେ ପଡ଼ିଥିଲା। ଦୁଇ ଓପନର ଶେନ ଓ୍ବାଟସନ ୧୪(୧୬ ବଲ, ୧ ଚୌକା, ୧ ଛକା) ଓ ମୁରଲୀ ବିଜୟ ୧୦(୧୫ ବଲ, ୧ ଚୌକା) ରନ କରିଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ୫ ରନ କରି ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ଫଳରେ ୯.୧ ଓଭରରେ ୪୪ ରନରେ ଦଳ ୩ଟି ଉଇକେଟ ହରାଇଥିଲା। ଫାଫ୍‌ ଡୁପ୍ଲେସି ଓ କେଦାର ଯାଦବ ଇନିଂସକୁ ଆଗେଇ ନେବାକୁ ପ୍ରଚେଷ୍ଟା କରିଥିଲେ। ୪ର୍ଥ ଉଇକେଟରେ ୫୪ ରନର ଭାଗୀଦାରି ପରେ କେଦାରଙ୍କୁ ଆଉଟ କରିଥିଲେ ଏନରିଚ୍‌ ନର୍ଜେ। ୨୧ଟି ବଲ୍‌ ଖେଳିଥିବା କେଦାର ୩ ଚୌକା ସହ ୨୬ ରନ ସ୍କୋର କରିଥିଲେ। ଆବଶ୍ୟକ ରନହାର କ୍ରମେ ବଢ଼ି ଚାଲିଥିବାରୁ ଡୁପ୍ଲେସି ଓ ମହେନ୍ଦ୍ର ସିଂ ଧୋନୀ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। ଡୁପ୍ଲେସି ୩୫ ବଲ୍‌ରୁ ୪୩(୪ ଚୌକା) ରନ କରି ଆଉଟ ହେବାରୁ ଚେନ୍ନାଇର ବିଜୟ ଆଶା ମଉଳି ଯାଇଥିଲା। ଡେଥ୍‌ ଓଭରରେ ନର୍ଜେ ଓ କାଗିଶୋ ରାବାଡ଼ା ଟାଇଟ୍‌ ବୋଲିଂ କରିବାରୁ ଚେନ୍ନାଇ ଇନିଂସ ୧୩୧ରେ ସୀମିତ ରହି ଯାଇଥିଲା। ଧୋନୀ ୧୨ ବଲ୍‌ରୁ ୧୫ ଓ ରବୀନ୍ଦ୍ର ଜାଡେଜା ୯ ବଲ୍‌ରୁ ୧୨ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ରାବାଡ଼ା ୩ଟି, ନର୍ଜେ ୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ହେଁ ଦଳର ବୋଲରମାନେ ପ୍ରାରମ୍ଭିକ ସଫଳତା ଦେବାରେ ସକ୍ଷମ ହୋଇ ନ ଥିଲେ। ଦିଲ୍ଲୀ ଦଳର ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ିରେ ୬୪ ବଲ୍‌ରୁ ୯୪ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ। ଧାଓ୍ବନ ୨୭ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୩୫ ରନ କରି ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିଲେ। ଧାଓ୍ବନଙ୍କୁ ଏଲବିଡବଲ୍ୟୁ କରି ଚେନ୍ନାଇକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ ପୀୟୂଷ ଚାଓ୍ବଲା। ଆଇପିଏଲରେ ନିଜ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ ପୃଥ୍ବୀ। ଦିଲ୍ଲୀ ୧୧.୪ ଓଭରରେ ୧ ଉଇକେଟ ହରାଇ ୧୦୦ ରନ ପୂରଣ କରିଥିଲା। ଚାଓ୍ବଲା ନିଜ ପରବର୍ତ୍ତୀ ଓଭରରେ ପୃଥ୍ବୀଙ୍କୁ ଶଟ୍‌ ମାରିବାର ଲାଳସା ଦେଖାଇ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କଦ୍ୱାରା ଷ୍ଟମ୍ପିଂ କରି ଦେଇଥିଲେ। ୩୫ ବଲ୍‌ରୁ ୫୦ ରନ ପୂରଣ କରିଥିବା ପୃଥ୍ବୀ ମୋଟ ୪୩ଟି ବଲ୍‌ ଖେଳି ୯ ଚୌକା ଓ ୧ ଛକା ସହାୟତାରେ ୬୪ ରନ ସଂଗ୍ରହ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ରିଷଭ ପନ୍ତ ଓ ଅଧିନାୟକ ଶ୍ରେୟାସ ଆୟାର କ୍ରିଜରେ କିଛି ସମୟ ରହିଥିଲେ ହେଁ ରନହାର ଅପେକ୍ଷାକୃତ ଧିମେଇ ଯାଇଥିଲା। ଡେଥ୍‌ ଓଭରରେ ଚମତ୍କାର ବୋଲିଂ କରି ସାମ୍‌ କୁରାନ ୧୯ତମ ଓଭରରେ ଆୟାରଙ୍କ ଉଇକେଟ ନେବା ସହିତ ମାତ୍ର ୪ ରନ ବ୍ୟୟ କରିଥିଲେ। ୨୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଆୟାର ୧ ଚୌକା ସହାୟତାରେ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭର ବୋଲିଂ କରିଥିବା ଜୋଶ୍‌ ହାଜେଲଉଡ୍‌ ୧୪ ରନ ବ୍ୟୟ କରିବାରୁ ମୁମ୍ବାଇ ୨୦ ଓଭରରେ ୩ ଉଇକେଟ ହରାଇ ୧୭୫ ରନ କରି ପାରିଥିଲା। ୨୫ ବଲ୍‌ ଖେଳିଥିବା ପନ୍ତ ୫ ଚୌକା ସହାୟତାରେ ୩୭ ଓ ମାର୍କୁସ ଷ୍ଟୋଇନିସ ୩ ବଲ୍‌ରୁ ୧ ଚୌକା ସହ ୫ରନ କରି ଅପରାଜିତ ରହିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଚାଓ୍ବଲା ୨ଟି ଓ ସାମ୍‌ କୁରାନ ଗୋଟିଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୭୫/୩(ପୃଥ୍ବୀ-୬୪, ରିଷଭ-୩୭*, ଧାଓ୍ବନ-୩୫, ଆୟାର-୨୬, ଚାଓ୍ବଲା-୨/୩୩, କୁରାନ-୧/୨୭)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୩୧/୭ (ଡୁପ୍ଲେସି- ୪୩ , କେଦାର- ୨୬, ଓ୍ବାଟସନ- ୧୪, ଧୋନୀ- ୧୫, ଜାଡେଜା- ୧୨, ଅକ୍ଷର-୧/ ୧୮, ନର୍ଜେ- ୨/୨୧, ରାବାଡ଼ା- ୩/୨୬ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri