Posted inଖେଳ

ଦିଲ୍ଲୀର ଦ୍ୱିତୀୟ ବିଜୟ

ଦୁବାଇ, ୨୬।୯-
ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ୧୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରି ପାରିଥିଲା। ଚଳିତ ଆଇପିଏଲରେ ୩ ମ୍ୟାଚରୁ ଚେନ୍ନାଇର ଏହା ଦ୍ୱିତୀୟ ପରାଜୟ। ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ସୁପର ଓଭରରେ ହରାଇଥିବା ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।
ସୁପରକିଙ୍ଗ୍ସ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇବାରୁ ବିପଦରେ ପଡ଼ିଥିଲା। ଦୁଇ ଓପନର ଶେନ ଓ୍ବାଟସନ ୧୪(୧୬ ବଲ, ୧ ଚୌକା, ୧ ଛକା) ଓ ମୁରଲୀ ବିଜୟ ୧୦(୧୫ ବଲ, ୧ ଚୌକା) ରନ କରିଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ୫ ରନ କରି ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ଫଳରେ ୯.୧ ଓଭରରେ ୪୪ ରନରେ ଦଳ ୩ଟି ଉଇକେଟ ହରାଇଥିଲା। ଫାଫ୍‌ ଡୁପ୍ଲେସି ଓ କେଦାର ଯାଦବ ଇନିଂସକୁ ଆଗେଇ ନେବାକୁ ପ୍ରଚେଷ୍ଟା କରିଥିଲେ। ୪ର୍ଥ ଉଇକେଟରେ ୫୪ ରନର ଭାଗୀଦାରି ପରେ କେଦାରଙ୍କୁ ଆଉଟ କରିଥିଲେ ଏନରିଚ୍‌ ନର୍ଜେ। ୨୧ଟି ବଲ୍‌ ଖେଳିଥିବା କେଦାର ୩ ଚୌକା ସହ ୨୬ ରନ ସ୍କୋର କରିଥିଲେ। ଆବଶ୍ୟକ ରନହାର କ୍ରମେ ବଢ଼ି ଚାଲିଥିବାରୁ ଡୁପ୍ଲେସି ଓ ମହେନ୍ଦ୍ର ସିଂ ଧୋନୀ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। ଡୁପ୍ଲେସି ୩୫ ବଲ୍‌ରୁ ୪୩(୪ ଚୌକା) ରନ କରି ଆଉଟ ହେବାରୁ ଚେନ୍ନାଇର ବିଜୟ ଆଶା ମଉଳି ଯାଇଥିଲା। ଡେଥ୍‌ ଓଭରରେ ନର୍ଜେ ଓ କାଗିଶୋ ରାବାଡ଼ା ଟାଇଟ୍‌ ବୋଲିଂ କରିବାରୁ ଚେନ୍ନାଇ ଇନିଂସ ୧୩୧ରେ ସୀମିତ ରହି ଯାଇଥିଲା। ଧୋନୀ ୧୨ ବଲ୍‌ରୁ ୧୫ ଓ ରବୀନ୍ଦ୍ର ଜାଡେଜା ୯ ବଲ୍‌ରୁ ୧୨ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ରାବାଡ଼ା ୩ଟି, ନର୍ଜେ ୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ହେଁ ଦଳର ବୋଲରମାନେ ପ୍ରାରମ୍ଭିକ ସଫଳତା ଦେବାରେ ସକ୍ଷମ ହୋଇ ନ ଥିଲେ। ଦିଲ୍ଲୀ ଦଳର ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ିରେ ୬୪ ବଲ୍‌ରୁ ୯୪ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ। ଧାଓ୍ବନ ୨୭ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୩୫ ରନ କରି ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିଲେ। ଧାଓ୍ବନଙ୍କୁ ଏଲବିଡବଲ୍ୟୁ କରି ଚେନ୍ନାଇକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ ପୀୟୂଷ ଚାଓ୍ବଲା। ଆଇପିଏଲରେ ନିଜ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ ପୃଥ୍ବୀ। ଦିଲ୍ଲୀ ୧୧.୪ ଓଭରରେ ୧ ଉଇକେଟ ହରାଇ ୧୦୦ ରନ ପୂରଣ କରିଥିଲା। ଚାଓ୍ବଲା ନିଜ ପରବର୍ତ୍ତୀ ଓଭରରେ ପୃଥ୍ବୀଙ୍କୁ ଶଟ୍‌ ମାରିବାର ଲାଳସା ଦେଖାଇ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କଦ୍ୱାରା ଷ୍ଟମ୍ପିଂ କରି ଦେଇଥିଲେ। ୩୫ ବଲ୍‌ରୁ ୫୦ ରନ ପୂରଣ କରିଥିବା ପୃଥ୍ବୀ ମୋଟ ୪୩ଟି ବଲ୍‌ ଖେଳି ୯ ଚୌକା ଓ ୧ ଛକା ସହାୟତାରେ ୬୪ ରନ ସଂଗ୍ରହ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ରିଷଭ ପନ୍ତ ଓ ଅଧିନାୟକ ଶ୍ରେୟାସ ଆୟାର କ୍ରିଜରେ କିଛି ସମୟ ରହିଥିଲେ ହେଁ ରନହାର ଅପେକ୍ଷାକୃତ ଧିମେଇ ଯାଇଥିଲା। ଡେଥ୍‌ ଓଭରରେ ଚମତ୍କାର ବୋଲିଂ କରି ସାମ୍‌ କୁରାନ ୧୯ତମ ଓଭରରେ ଆୟାରଙ୍କ ଉଇକେଟ ନେବା ସହିତ ମାତ୍ର ୪ ରନ ବ୍ୟୟ କରିଥିଲେ। ୨୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଆୟାର ୧ ଚୌକା ସହାୟତାରେ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭର ବୋଲିଂ କରିଥିବା ଜୋଶ୍‌ ହାଜେଲଉଡ୍‌ ୧୪ ରନ ବ୍ୟୟ କରିବାରୁ ମୁମ୍ବାଇ ୨୦ ଓଭରରେ ୩ ଉଇକେଟ ହରାଇ ୧୭୫ ରନ କରି ପାରିଥିଲା। ୨୫ ବଲ୍‌ ଖେଳିଥିବା ପନ୍ତ ୫ ଚୌକା ସହାୟତାରେ ୩୭ ଓ ମାର୍କୁସ ଷ୍ଟୋଇନିସ ୩ ବଲ୍‌ରୁ ୧ ଚୌକା ସହ ୫ରନ କରି ଅପରାଜିତ ରହିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଚାଓ୍ବଲା ୨ଟି ଓ ସାମ୍‌ କୁରାନ ଗୋଟିଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୭୫/୩(ପୃଥ୍ବୀ-୬୪, ରିଷଭ-୩୭*, ଧାଓ୍ବନ-୩୫, ଆୟାର-୨୬, ଚାଓ୍ବଲା-୨/୩୩, କୁରାନ-୧/୨୭)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୩୧/୭ (ଡୁପ୍ଲେସି- ୪୩ , କେଦାର- ୨୬, ଓ୍ବାଟସନ- ୧୪, ଧୋନୀ- ୧୫, ଜାଡେଜା- ୧୨, ଅକ୍ଷର-୧/ ୧୮, ନର୍ଜେ- ୨/୨୧, ରାବାଡ଼ା- ୩/୨୬ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri