Advertisement
Posted inଜାତୀୟ

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ: ଅଫତାବ କହିଲେ…

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ୭୫ଦିନ ପରେ ଏହି ଚାର୍ଜଶିଟ୍‌ ଦାଖଲ କରିଥିବା ବେଳେ ଏଥିରେ ଅଫ୍‌ତାବ ପୁନାଓ୍ବାଲାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଚାର୍ଜଶିଟ୍‌କୁ ନିଜ ଓକିଲଙ୍କୁ ନ ଦେଖାଇବା ପାଇଁ ଅଫତାବ ଦାବି କରିଛନ୍ତି। ଏଥିସହ ସେ ନିଜ ଓକିଲଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବୋଲି ଅଫତାବ କହିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଅଫତାବଙ୍କୁ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ଫେବୃଆରୀ ୭ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶୁଣାଣି ସମୟରେ ଅଫତାବ ମାଜିଷ୍ଟ୍ରେଟଙ୍କୁ ଚାର୍ଜଶିଟ ମିଳିପାରିବ କି ବୋଲି ପଚାରିଥିଲେ। ହେଲେ ଏହା ଉପରେ ଫେବୃଆରୀ ୭ରେ ବିଚାର କରାଯିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କୁ ମିଳିବ ହୋମ ଆଇସୋଲେଶନ ସୁବିଧା: ମାନିବାକୁ ପଡ଼ିବ ଏହି ସବୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧିଷ୍ଟ...

ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ...

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ...

କାଉଡି ଯାତ୍ରା ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ହରିଦ୍ୱାର,୨୦।୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ...

ବିହାରରେ ମହିଳା ଅସୁରକ୍ଷିତ: ରାବ୍ରି

ପାଟନା,୧୬।୯: ଆର୍‌ଜେଡି ନେତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ କହିଛନ୍ତି ବିହାରରେ ଏବେ ମହିଳା ଅସୁରକ୍ଷିତ। କାରଣ ନୀତୀଶ ସରକାରଙ୍କ ଶାସନରେ ଏବେ...

ଶାହ ମିଛ କହୁଛନ୍ତି: ଫାରୁକ୍‌

ଶ୍ରୀନଗର/ନୂଆଦିଲ୍ଲୀ, ୭ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀନଗରସ୍ଥିତ ତାଙ୍କ...

ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା...

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୮।୫ : ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଆଜୀବନ...

Advertisement
Archives

Model This Week