Posted inଜାତୀୟ

ହସ୍ପିଟାଲରେ ଭୀଷଣ ନିଆଁ: ୬୦ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହସ୍ପିଟାଲରେ ଥିବା ସମସ୍ତ ୬୦ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ମହଲାରେ ଥିବା ଆଇସିୟୁ ୱାର୍ଡରେ ସକାଳ ୬.୩୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ସୂଚନା ପାଇବା ମାତ୍ରେ ୯ଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ହସ୍ପିଟାଲର ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ସମୟରେ ଆଇସିୟୁ ୱାର୍ଡରେ ପ୍ରାୟ ୬୦ ଜଣ ରୋଗୀ ଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନା କର୍ମଚାରୀଙ୍କ ସହାୟତାରେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀଙ୍କୁ ଉଦ୍ଧାର କରିଥିବା ଦୁଇ ନର୍ସିଂ ଅଧିକାରୀ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ବଲାଙ୍ଗୀର ଜିଲା ଯୁବମୋର୍ଚ୍ଚା କମିଟି ଘୋଷଣା: ଜାଣନ୍ତୁ କାହାକୁ କାହାକୁ ମିଳିଲା ଦାୟିତ୍ୱ

ବଲାଙ୍ଗୀର,୧୭।୬(ସୁନୀଲ କୁମାର ମହାନ୍ତି ): ଆଜି ରାଜ୍ୟ ନିର୍ଦ୍ଦେଶ କ୍ରମେ ଓ ଜିଲା ଭାଜପା ପକ୍ଷରୁ ବିଧିବଦ୍ଧ ଭାବେ ବଲାଙ୍ଗୀର ଜିଲା ଭାଜପା ଯୁବମୋର୍ଚ୍ଚା କମିଟି ଘୋଷଣା…

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri