Posted inଖେଳ

ପ୍ଲେ-ଅଫ୍‌ରେ ଦିଲ୍ଲୀ, ଆର୍‌ସିବି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ୨ଟି ଯାକ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ୧୮ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ ଦିଲ୍ଲୀ ୮ମ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିବା ନିଶ୍ଚିତ କରିଛି। ଅନ୍ୟପକ୍ଷରେ ଆରସିବି ପରାସ୍ତ ହୋଇ ୧୪ ପଏଣ୍ଟରେ ସ୍ଥିର ରହିଥିବାବେଳେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ୧୪ ପଏଣ୍ଟ ପାଇଛି। ତେବେ ଉନ୍ନତ ରନହାରରେ ଆରସିବି କ୍ୱାଲିଫାଇ କରିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ବିଜୟୀ ହେଲେ ହାଇଦ୍ରାବାଦ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବ। ନଚେତ ୧୪ ପଏଣ୍ଟରେ ଥିବା କୋଲକାତା ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ସନ୍‌ରାଇଜର୍ସ ଜିତିଲେ କୋଲକାତାକୁ ବିଦାୟ ନେବାକୁ ପଡ଼ିବ। ଆଜିର ମ୍ୟାଚ ପରେ ଆରସିବିର ରନ ହାର -୦.୧୭୨ ରହିଛି। ଅନ୍ୟପକ୍ଷରେ -୦.୨୧୪ ରନ ହାରରେ ଥିବାରୁ କୋଲକାତା ଶେଷ ଲିଗ୍‌ ମ୍ୟାଚରେ ହାଇଦ୍ରାବାଦ ପରାଜିତ ହେଉ ବୋଲି ଚାହିଁବ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିତ୍ବା ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ୧୫୨ ରନ କରିଥିଲା। ୧୫୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୯ ଓଭରରେ ୪ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରି ନେଇଥିଲା। ଦିଲ୍ଲୀ ୧୬ ପଏଣ୍ଟରେ ପହଞ୍ଚତ୍ଥିବାରୁ ୫ ତାରିଖରେ ମୁମ୍ବାଇ ସହିତ କ୍ୱାଲିଫାୟର-୧ ଖେଳିବ। ଅନ୍ୟପକ୍ଷରେ ଆରସିବି ୬ ତାରିଖରେ ଏଲିମିନେଟରରେ କେଉଁ ଦଳକୁ ଭେଟିବ ତାହା ଆଗାମୀ ମ୍ୟାଚ ପରେ ସ୍ପଷ୍ଟ ହେବ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ଗତ କିଛି ମ୍ୟାଚ ଭଳି ଏଥର ମଧ୍ୟ ଆରସିବି ଧିମା ଆରମ୍ଭ କରିଥିଲା। ଅଭିଜ୍ଞ ଆରୋନ ଫିଞ୍ଚ୍‌ଙ୍କୁ ସୁଯୋଗ ନ ଦେବା ଦଳପାଇଁ ମହଙ୍ଗା ପଡ଼ିଥିଲା। ତାଙ୍କ ସ୍ଥାନ ନେଇଥିବା ଜୋଶ୍‌ ଫିଲିପେ ୧୭ ବଲ୍‌ରୁ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ। ସେତେବେଳକୁ ୨୫ ବଲ୍‌ରୁ ମାତ୍ର ୨୫ ରନ ସଂଗ୍ରହ ହୋଇଥିଲା। ଅଧିନାୟକ ବିରାଟ କୋହଲି କ୍ରିଜରେ ଯୋଗଦେଇ ସତର୍କତାର ସହିତ ଇନିଂସକୁ ଆଗେଇ ନେଇଥିଲେ। ଫର୍ମରେଥିବା ଦେବଦତ୍ତ ପଡିକାଲ ସ୍ବାଭାବିକ ଖେଳ ଦେଖାଇଥିଲେ। ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଗ ହେବାପରେ କୋହଲିଙ୍କ ଆଉଟ ଦଳକୁ ଶକ୍ତ ଝଟ୍‌କା ଦେଇଥିଲା। ସାମାନ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା କୋହଲି ଏଠାରେ ୨୪ ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନ କରି ପାରିଥିଲେ। ଆଇପିଏଲ ପଦାର୍ପଣରେ ପ୍ରଥମ ଖେଳାଳିଭାବେ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ ପଡିକାଲ। ପୂର୍ବରୁ ଶିଖର ଧାଓ୍ବନ ଓ ଶ୍ରେୟାସ ଆୟାର ୪ଟି ଲେଖାଏ ଅର୍ଦ୍ଧଶତକ ଅର୍ଜନ କରି ରେକର୍ଡର ଅଧିକାରୀ ଥିଲେ। ମାତ୍ର ଠିକ୍‌ ୫୦ ରନ ପୂରଣ ହେବାପରେ ପଡିକାଲ ଏନରିଚ୍‌ ନର୍ଜେଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ସେ ୪୧ଟି ବଲ୍‌ ଖେଳି ୫ଟି ଚୌକା ମାରିଥିଲେ। ୧୬ତମ ଓଭରରେ ପଡିକାଲ ଓ କ୍ରିସ୍‌ ମୋରିସଙ୍କ ଉଇକେଟ ନେଇ ନର୍ଜେ ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏବି ଡିଭିଲର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁ ଆରସିବି ଇନିଂସ ୧୫୨ରେ ସୀମିତ ରହି ଯାଇଥିଲା। ଡି’ଭିଲର୍ସ ୨୧ ବଲ୍‌ରୁ ୩୫(୧ ଚୌକା, ୨ ଛକା) ରନରେ ରନଆଉଟ ହୋଇ ଯାଇଥିଲେ। ଶିବମ୍‌ ଦୁବେ ୧୭ ଓ ଇସୁରୁ ଉଡାନା ୪ ରନ କରିବାକୁ ସକ୍ଷମ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ନର୍ଜେ ୩ଟି, କାଗିଶୋ ରାବାଡ଼ା ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ।
ଟାର୍ଗେଟ ବଡ଼ ନ ଥିଲେ ହେଁ ଦିଲ୍ଲୀ ମାତ୍ର ୧୯ ରନରେ ଓପନର ପୃଥ୍ବୀ ଶ’ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଫର୍ମରେ ନ ଥିବା ପୃଥ୍ବୀ ୬ ବଲ୍‌ରୁ ୯ ରନ କରିଥିବାବେଳେ ମହମ୍ମଦ ସିରାଜଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ତେବେ ଶିଖର ଧାଓ୍ବନ ଓ ଅଜିଙ୍କ୍ୟ ରାହାନେ ଦ୍ୱିତୀୟ ଉଇକେଟରେ ୮୮ ରନ ଯୋଗ କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ଧାଓ୍ବନ ୪୧ ବଲ୍‌ରୁ ୬ ଚୌକା ସହାୟତାରେ ୫୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶାହାବାଜ ଅହମ୍ମଦ ୧୭ତମ ଓଭରରେ ଆୟାର(୭ ରନ)ଙ୍କ ଉଇକେଟ ନେଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଅଜିଙ୍କ୍ୟ ରାହାନେ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟର ନିକଟତର କରାଇଥିଲେ। ୧୬ ବଲ୍‌ରୁ ୧୭ ରନ ଆବଶ୍ୟକ ଥିବାବେଳେ ରାହାନେଙ୍କୁ ଆଉଟ କରି ଓ୍ବାଶିଂଟନ ସୁନ୍ଦର ମ୍ୟାଚରେ କିଛିଟା ରୋମାଞ୍ଚ ଆଣିଥିଲେ। ୪୬ଟି ବଲ୍‌ ଖେଳିଥିବା ରାହାନେ ୫ ଚୌକା ଓ ୧ ଛକା ସହ ସର୍ବାଧିକ ୬୦ ରନ ସ୍କୋର କରିଥିଲେ। ରିଷଭ ପନ୍ତ ୭ ବଲ୍‌ରୁ ୮ ଓ ମାର୍କୁସ ଷ୍ଟୋଇନ୍ସ ୫ ବଲ୍‌ରୁ ୧୦ ରନରେ ଅପରାଜିତ ରହି ଦଳୀୟ ବିଜୟରେ ଔପଚାରିକତା ପୂରଣ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ଶାହାବାଜ ଅହମ୍ମଦ ୨ଟି ଏବଂ ସିରାଜ ଓ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୫୨/୭(ପଡିକାଲ-୫୦, ଡି’ଭିଲର୍ସ-୩୫, କୋହଲି-୨୯, ନର୍ଜେ-୩/୩୩, ରାବାଡ଼ା-୨/୩୦, ଅଶ୍ୱିନ-୧/୧୮)। ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୫୪/୪ (ରାହାନେ-୬୦, ଧାଓ୍ବନ-୫୪, ଶାହାବାଜ-୨/୨୬, ସିରାଜ-୧/୨୯, ସୁନ୍ଦର-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri