Posted inଖେଳ

ଦିଲ୍ଲୀ- ପଞ୍ଜାବ ମୁକାବିଲା: ପାଓ୍ବାର ହିଟରଙ୍କ ଲଢ଼େଇ

ଦୁବାଇ,୨୦।୯ (ପି.ଟି.): ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପାଓ୍ବାର ହିଟରଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ। ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଉଭୟ ଦଳ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବେ। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଦିଲ୍ଲୀର ଓ କିମ୍ବଦନ୍ତୀ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ପଞ୍ଜାବର କୋଚ୍‌ ରହିଛନ୍ତି। ଫଳରେ ଉଭୟ ଦଳରେ ଥିବା ଯୁବ ଖେଳାଳିମାନେ ସେମାନଙ୍କ ମେଣ୍ଟରଙ୍କଠାରୁ ପ୍ରେରଣା ପାଇ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ ହେବେ।
ସ୍ପିନ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଟିକିଏ ଆଗରେ ରହିବ। ଦଳରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ, ଅମିତ୍‌ ମିଶ୍ରା ଓ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ ) ପିଚ୍‌ରେ ସ୍ପିନ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଦୁଇ ଦଳର ଅଧିନାୟକ ଲୋକେଶ ରାହୁଲ ଓ ଶ୍ରେୟାସ ଆୟାରଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବିବେଚନା କରାଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଭଲ ପ୍ରତିଯୋଗିତା ଦେଖିବାକୁ ମିଳିବ। ଉଭୟ ଭାରତର ସମ୍ଭାବ୍ୟ ଅଧିନାୟକ ଭାବେ ବିବେଚିତ ହେଉଛନ୍ତି।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିଲ୍ଲୀର ପଲା ଭାରି ରହିବ। ଦଳରେ ପୃଥ୍ବୀ ଶ, ଆୟାର, ରିଷଭ ପନ୍ତ, ଶିଖର ଧାଓ୍ବନଙ୍କ ସମେତ ଓ୍ବେଷ୍ଟଇଣ୍ଡିଜର ସିମରନ ହେଟ୍‌ମେୟରଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ସାମିଲ ରହିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟେଷ୍ଟ ଉପ-ଅଧିନାୟକ ଆଜିଙ୍କ୍ୟ ରାହାନେ ବାଦ୍‌ ପଡିବା ସମ୍ଭାବନା ରହିଛି। ରାହାନେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୨୦ରୁ କମ୍‌ ରହିଛି। ଅନ୍ୟପଟେ ପଞ୍ଜାବ ଦଳରେ ବିଶ୍ୱ ଶ୍ରେଷ୍ଠ ପାଓ୍ବାର ହିଟର ରହିଛନ୍ତି। କ୍ରିସ୍‌ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ନିଜେ ରାହୁଲ ଦିଲ୍ଲୀକୁ ସମସ୍ୟାରେ ପକାଇବାର କ୍ଷମତା ରଖୁଛନ୍ତି। ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ମ୍ୟାକ୍ସଓ୍ବେଲ ୧୦୮ ରନର ଧୂଆଁଧାର ଶତକୀୟ ପାଳି ଖେଳି ଅଷ୍ଟ୍ରେଲିଆକୁ ଜିତାଇବା ସହ ସିରିଜ ବିଜୟୀ କରାଇଥିଲେ। ୟୁଏଇରେ ଗତଥର ଖେଳାଯାଇଥିବା ଆଇପିଏଲ୍‌ରେ ମ୍ୟାକ୍ସଓ୍ବେଲ ୨୦୧୪ରେ ଦମ୍‌ଦାର ପ୍ରଦର୍ଶନ କରି ୧୬ଟି ମ୍ୟାଚ୍‌ରୁ ୫୫୨ ରନ ସଂଗ୍ରହ କରିଥିଲେ। ପଞ୍ଜାବରେ ଗେଲ ଓ ରାହୁଲଙ୍କ ଭଳି ଓପନର ରହିଛନ୍ତି। ତେବେ ଗେଲଙ୍କୁ ଓପନିଂ କରିବାର ସୁଯୋଗ ଦିଆଯିବ କି ନା ତାହା ଦେଖିବାକୁ ବାକି ରହିଲା।
ବିଗ୍‌ ବାସ୍‌ ଲିଗ୍‌ରେ ସର୍ବାଧିକ ଉଇକେଟ ନେଇଥିବାର ଡାନିଏଲ ସାମ୍ସ ଓ କାଗିସୋ ରାବାଡ଼ାଙ୍କୁ ଦିଲ୍ଲୀ ଖେଳାଇବାର ସମ୍ଭାବନା ରହିଛି। ଫଳରେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ନ ଖେଳିବା ସମ୍ଭାବନା ରହିଛି। ଗତ କେତୋଟି ସଂସ୍କରଣରେ ଈଶାନ୍ତ ସେଭଳି ଆଖିଦୃଶଆ ପ୍ରଦର୍ଶନ କରିପାରି ନାହାନ୍ତି। ପଞ୍ଜାବ ପାଇଁ ମହମ୍ମଦ ସାମି ବୋଲିଂର ନେତୃତ୍ୱ ନେବେ। ତେବେ ସ୍ଲୋ ବୋଲିଂରେ ପଞ୍ଜାବ ଟିକିଏ ପଛରେ ରହିବ। ଅଶ୍ୱିନ ଯିବା ପରେ ମୁଜିବ ଜଡ୍ରାନଙ୍କ ଉପରେ ଦଳ ସ୍ପିନ୍‌ ବୋଲିଂ ପାଇଁ ନିର୍ଭର କରିବ। ଅଶ୍ୱିନ କିନ୍ତୁ ଏଥର ଦିଲ୍ଲୀ ପାଇଁ ପଡିଆକୁ ଓହ୍ଲାଇବେ। ଅମିତ୍‌ ମିଶ୍ରା ଆଇପିଏଲର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ଭାବେ ଦିଲ୍ଲୀ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଗତ ୫ଟି ମ୍ୟାଚରୁ ପଞ୍ଜାବ ୪ଟିରେ ବିଜୟୀ ହୋଇଛି। ତେବେ ଗତ ମ୍ୟାଚ୍‌ରେ ଦିଲ୍ଲୀ ପଞ୍ଜାବକୁ ହରାଇଛି।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ:
ଶ୍ରେୟାସ ଆୟାର, ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧାଓ୍ବନ, ପୃଥ୍ବୀ ଶ, ସିମରନ ହେଟମେୟର, କାଗିସୋ ରାବାଡ଼ା, ଆଜିଙ୍କ୍ୟ ରାହାନେ, ଅମିତ୍‌ ମିଶ୍ରା, ରିଷଭ ପନ୍ତ (ଉଇକେଟକିପର), ଈଶନ୍ତ ଶର୍ମା, ଅକ୍ଷର ପଟେଲ, ସନ୍ଦୀପ ଲାମିଚେନ, କିମୋ ପଲ, ଡାନିଏଲ ସାମ୍ସ, ମୋହିତ ଶର୍ମା, ଅନରିଚ ନୋର୍ଜ, ଆଲେକ କାରେ, ଆଭେଶ ଖାନ, ତୁଷାର ଦେଶପାଣ୍ଡେ, ହର୍ଶାଲ ପଟେଲ, ମାର୍କସ ଷ୍ଟୋଇନିସ୍‌ ଓ ଲଲିତ ଯାଦବ।
କିଙ୍ଗ୍ସ ଏକାଦଶ ପଞ୍ଜାବ:
ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଶେଲଡନ କଟ୍ରେଲ, କ୍ରିସ୍‌ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ, ମହମ୍ମଦ ସାମି, ମୁଜିବ ଉର ରହମାନ, କରୁନ ନାୟାର, ଜେମ୍ସ ନିଶାମ, ନିକୋଲାସ ପୁରାନ, ଈଶାନ ପୋରେଲ, ଅର୍ଶଦୀପ ସିଂ, ମୁରୁଗାନ ଅଶ୍ୱିନ, କ୍ରିଷ୍ଣାପ୍ପା ଗୋଥାମ, ହରପ୍ରୀତ ବ୍ରାର,ଦୀପକ ହୁଦା, କ୍ରିସ୍‌ ଜୋର୍ଡାନ, ସର୍ଫରାଜ ଖାନ, ମନଦୀପ ସିଂ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ସିମରନ ସିଂ, ଜଗଦୀଶା ସୁଚିଥ, ତେଜିନ୍ଦର ସିଂ ଓ ହାର୍ଡୁସ୍‌ ଭିଲଜୋଏନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri