Posted inଜାତୀୟ

ସ୍ପାଇସ୍‌ଜେଟ୍‌ ବିମାନରେ ବୋମା ସୂଚନା: ଦିଲ୍ଲୀ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ

ନୂଆଦିଲ୍ଲୀ,୧୨।୧: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇ)ରେ ସ୍ପାଇସ୍‌ ଜେଟ୍‌ର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ବିମାନ ଦିଲ୍ଲୀରୁ ପୁଣେ ଯାଉଥିଲା। ଏତିକିବେଳେ ସ୍ପାଇସଜେଟ୍‌ ବିମାନରେ ବୋମା ଥିବା ନେଇ ଏକ ଫୋନ୍‌ କଲ୍‌ ଆସିବା ପରେ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଉକ୍ତ ବିମାନଟି ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରୁ ଉଡ଼ାଣ ଭରିିବାକୁଥିଲା। ହେଲେ ଏହି ସମୟରେ ବୋମା ଧମକ ନେଇ ଏକ ଫୋନ୍‌ କଲ୍‌ ମିଳିବା ପରେ ବିମାନ ଅଧିକାରୀମାନେ ବୋର୍ଡିଂକୁ ବନ୍ଦ କରିବା ସହ ବୋମା ସ୍କ୍ବାଡକୁ ଡାକିଥିଲେ। ବତ୍ତର୍ମାନ ଦିଲ୍ଲୀ ବିମାନବନ୍ଦରରେ ବିମାନର ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ସନ୍ଧାନ ମିଳିନାହିଁ। ଅନ୍ୟପଟେ ସିଆଇଏସ୍‌ଏଫ୍‌ ଏବଂ ଦିଲ୍ଲୀ ପୋଲିସ ସତର୍କ ରହିଛନ୍ତି ବୋଲି ଦିଲ୍ଲୀ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ...

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା...

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ

ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୨ ଘଣ୍ଟାରେ ୫ ଆତଙ୍କବାଦୀ ମୃତ

ଜମ୍ମୁ,୩୦ ।୧: ଜମ୍ମୁ-କଶ୍ମୀରରେ ଗତ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିବା ଅପରେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ଲସ୍କଇ-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର...

କର୍ନାଟକରେ ସରକାର ଗଢିବାକୁ ସଫା ହେଉଛି ଭାଜପାର ରାସ୍ତା

ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ...

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ,୨୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଏମପି ପ୍ରଜ୍ଞା ସିଂ ଠାକୁର ପୁଣିଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ହିନ୍ଦୁ କର୍ମୀଙ୍କ ହତ୍ୟା...

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୨୦ା୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସହାୟତାର ହାତ ବଢ଼ାଇଛି। ବୈଦେଶିକ ଋଣ ଦେୟ ଏବଂ ବାଣିଜ୍ୟରେ ଆର୍ଥିକ ପ୍ରତିବନ୍ଧକ ହଟାଇବାରେ...

Advertisement
Archives

Model This Week